ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଣ୍ଡୁରୀବାଡ଼ି ଗାଁରେ ଅଘଟଣ । ଏଠାରେ 11ବର୍ଷର ନାବାଳକ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Aug 13, 2019, 12:01 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଣ୍ଡୁରୀବାଡ଼ି ଗ୍ରାମରେ ଅଭାବନୀୟ ଘଟଣା । ଏଠାରେ ବିଦ୍ୟୁତ ଆଘାତରେ ଜଣେ 11ବର୍ଷର ନାବାଳକ ଶ୍ରୀକାନ୍ତ ପ୍ରଧାନଙ୍କ ମୃତ୍ୟୁ ଘଟିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଶ୍ରୀକାନ୍ତକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ମୁଜାଗଡ଼ ମେଡିକାଲ ଓ ତାପରେ ଭଞ୍ଜନଗର ମେଡିକାଲକୁ ଅଣାଯାଇଥିଲା । ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଭଞ୍ଜନଗର ପୋଲିସ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ରାତି ହୋଇଯାଇଥିବାରୁ ମଙ୍ଗଳବାର ସକାଳେ ନାବାଳକର ମୃତଦେହ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ।

ସୂଚନା ଅନୁସାରେ ଶ୍ରୀକାନ୍ତର ଘର ଆଗରେ ଥିବା ବିଦ୍ୟୁତ ଖୁଣ୍ଟକୁ ଲାଗିଥିବା ଷ୍ଟେ-ତାର ଯୋଗୁଁ ଶ୍ରୀକାନ୍ତର ମୃତ୍ୟୁ ଘଟିଛି । ଦୁଇ ବର୍ଷ ପୂର୍ବେ ଉକ୍ତ ଷ୍ଟେ-ତାରରେ ଥିବା ବିଦ୍ୟୁତ ସଂସ୍ପର୍ଷରେ ଆସି ଜଣେ ଯୁବକ ଗୁରୁତର ହୋଇଥିଲେ । ବିଦ୍ୟୁତ ବିଭାଗକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିଲାନି ଶେଷରେ ଆଜି ଆଉ ଗୋଟିଏ କୋମଳ ଶିଶୁ ସେହି ଷ୍ଟେତାର ସଂସ୍ପର୍ଶରେ ଆସି ଜୀବନ ହାରିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଣ୍ଡୁରୀବାଡ଼ି ଗ୍ରାମରେ ବିଦ୍ୟୁତ ଆଘାତରେ 11ବର୍ଷ ର ନାବାଳକ ମୃତ (ଶ୍ରୀକାନ୍ତ ପ୍ରଧାନ )ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ମୁଜାଗଡ଼ ମେଡିକାଲ ଓ ତାପରେ ଭଞ୍ଜନଗର ମେଡିକାଲ କୁ ଆଣିଥିଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ଖବର ପାଇ ଭଞ୍ଜନଗର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ରାତ୍ର ହୋଇଯାଇଥିବାରୁ ଆସନ୍ତା କାଲି ଶବବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ସୂଚନା ପ୍ରକାରେ ଘର ଆଗରେ ଥିବା ବିଦ୍ୟୁତ ଖୁଣ୍ଟକୁ ଲାଗିଥିବା ଷ୍ଟେତାରକୁ ଦୁଇ ବର୍ଷ ତଳେ ଜଣେ ଯୁବକ ଲାଗି ଗୁରୁତର ହୋଇଥିଲା ବିଦ୍ୟୁତ ବିଭାଗ କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିଲାନି ଶେଷରେ ଆଜି ଆଉ ଗୋଟିଏ କୋମଳ ଶିଶୁ ସେହି ଷ୍ଟେତାର ସଂସ୍ପର୍ଶ ରେ ଆସି ଜୀବନ ହାରିଲା
ବାଇଟ-ସିମାଞ୍ଚଳ ପ୍ରଧାନ (ଗ୍ରାମ ବାସି )
Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.