ETV Bharat / state

ବ୍ରହ୍ମପୁର ଉପଖଣ୍ଡରେ ୨୦ ଆଶନ ପାଇଁ ୮୨ ଜଣଙ୍କ ନାମାଙ୍କନ

author img

By

Published : Jan 21, 2022, 9:27 PM IST

ବ୍ରହ୍ମପୁର ଉପଖଣ୍ଡର ସମସ୍ତ ବ୍ଲକରେ ମୋଟ ୨୦ଟି ଜିଲ୍ଲା ପରିଷଦ ଆସନ ପାଇଁ ଶେଷ ଦିବସରେ ମୋଟ ୮୨ ଜଣ ଆଶାୟୀ ନାମାଙ୍କନ ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ବ୍ରହ୍ମପୁର ଉପଖଣ୍ଡରେ ୨୦ ଆଶନ ପାଇଁ ୮୨ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

ବ୍ରହ୍ମପୁର: ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଅନେକ ଦଳୀୟ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ବହୁ ସ୍ବାଧିନ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ବ୍ରହ୍ମପୁର ଉପଖଣ୍ଡର ସମସ୍ତ ବ୍ଲକରେ ମୋଟ ୨୦ଟି ଜିଲ୍ଲା ପରିଷଦ ଆସନ ପାଇଁ ଶେଷ ଦିବସରେ ମୋଟ ୮୨ ଜଣ ଆଶାୟୀ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲର ପ୍ରଥମ ଓ ଦ୍ୱିତୀୟ ଦିନରେ ପଞ୍ଚାୟତ ଠାରୁ ଆରମ୍ଭ କରି ପଞ୍ଚାୟତ ସମିତିରେ କମ୍ ସଂଖ୍ୟକ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ତୃତୀୟ ଦିନରେ ୧୧ ଜଣ ପାର୍ଥୀ ବିଭିନ୍ନ ଜୋନ ପାଇଁ ନାମାଙ୍କନ ଭରିଥିଲେ । ସେହିପରି ଚତୁର୍ଥ ଦିନରେ ୨୯ ଜଣ ପାର୍ଥୀ ବିଭିନ୍ନ ଜୋନ ପାଇଁ ନାମାଙ୍କନ ଦାଖଲ କରିଥିବା ବେଳେ ନାମାଙ୍କନର ଶେଷ ଦିନରେ ବ୍ରହ୍ମପୁର ଉପଖଣ୍ଡରେ ୨୦ଟି ଜିଲ୍ଲା ପରିଷଦ ପଦବୀ ପାଇଁ ୪୨ ଜଣ ଆଶାୟୀ ନିଜ ନିଜର ନାମାଙ୍କନ ଦାଖଲ କରିଛନ୍ତି । ତେବେ ଶେଷ ଦିନ ସୁଦ୍ଧା ମୋଟ ୮୨ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ଆସନ୍ତା ୨୫ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମୁଖ୍ୟତଃ ଶେଷ ଦିବସରେ ଶାନ୍ତିପୂର୍ଣ୍ଣ ଭାବରେ ବ୍ରହ୍ମପୁର ଉପଖଣ୍ଡ ସମେତ ଗଞ୍ଜାମ ଜିଲ୍ଲାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.