ETV Bharat / state

ସ୍ବତନ୍ତ୍ର ଫୋକସରେ ଗଞ୍ଜାମ-ଛତ୍ରପୁର ଉପଖଣ୍ଡର 8 ବ୍ଲକ ଓ 9 ସହରାଞ୍ଚଳ - corona in ganjam

ଗଞ୍ଜାମ ଜିଲ୍ଲାରେ କାୟା ମେଲାଇ ଥିବା କୋରୋନା ଭୂତାଣୁ ଏବେ ଦିନକୁ ଦିନକୁ ସାଙ୍ଘାତିକ ହେବାରେ ଲାଗିଛି । ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ଜିଲ୍ଲାପ୍ରଶାସନ କଡା ନଜରର ରଖିଛି । ଅଧିକ ପଢନ୍ତୁ...

ଗଞ୍ଜାମ-ଛତ୍ରପୁର ଉପଖଣ୍ଡର 8 ବ୍ଲକ ଓ 9ନଅ ସହରାଞ୍ଚଳ ଉପରେ ସ୍ୱତନ୍ତ୍ର ନଜର

author img

By

Published : Jul 19, 2020, 7:52 AM IST

ବ୍ରହ୍ମପୁର: ଗଞ୍ଜାମରେ ଉଗ୍ର ରୂପ ଧାରଣ କରୁଛି କୋରୋନା ପରିସ୍ଥିତି । ରାଜ୍ୟର ସର୍ବାଧିକ ମାମଲା ଏହି ଜିଲ୍ଲାର ଚିହ୍ନଟ କରାଯାଇଛି । ଏପରି ସ୍ଥିତିରେ ପ୍ରଶାସନ କୋରୋନା ମୁକାବିଲା କରୁଛନ୍ତି । ମୁଖ୍ୟତଃ କୋରୋନା ପ୍ରଭାବିତ ଅଞ୍ଚଳକୁ ଅଧିକ ଫୋକସ କରାଯାଉଛି । ରୋଡ ଜୋନ ଅଞ୍ଚଳରେ ଅଧିକରୁ ଅଧିକ ଟ୍ରାକିଙ୍ଗ, ଟ୍ରେସିଙ୍ଗ,ଟେଷ୍ଟଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦିଆଯାଉଛି । ଗଞ୍ଜାମ-ଛତ୍ରପୁର ଉପଖଣ୍ଡର 8 ବ୍ଲକ ଓ 9 ସହରାଞ୍ଚଳରେ ସ୍ବତନ୍ତ୍ର ନଜର ରଖିଛି ଗଞ୍ଜାମ ପ୍ରଶାସନ।

ଗଞ୍ଜାମ-ଛତ୍ରପୁର ଉପଖଣ୍ଡର 8 ବ୍ଲକ ଓ 9ନଅ ସହରାଞ୍ଚଳ ଉପରେ ସ୍ୱତନ୍ତ୍ର ନଜର

ଉପଖଣ୍ଡର ୮ଟି ବ୍ଲକର 937 ଗାଁ ରୁ ୧୨୪ ଗାଁ ତଥା ୧୩ ପ୍ରତିଶତ ଗାଁ ରେଡ ଜୋନ୍‌ରେ ରହିଛି । ୯ଟି ସହରାଞ୍ଚଳର137ଟି ମଧ୍ୟରୁ ୭୨ଟି ୱାର୍ଡ ରେଡ୍ ଜୋନ । ଏହି ଅଞ୍ଚଳରେ ଜଣେ ଲେଖାଏଁ ଓଏସଡି ଅଫିସରଙ୍କୁ ନିଯୁକ୍ତ କରାଯାଇଥିବା କୁହାଯାଇଛି । ଏହି ଅଧିକାରୀମାନେ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ଏବଂ ସମସ୍ୟା ହେଲେ ବିଡିଓ, ତହସିଲଦାର କିମ୍ବା ସହରାଞ୍ଚଳର ଅଧିକାରୀଙ୍କୁ ଜଣାଇବେ । ବଳକା ଗାଁ ଓ ୱାର୍ଡ ଗ୍ରୀନ ଜୋନରେ ଥିବା ଜଣାପଡିଛି ।

ଜିଲ୍ଲାର ସଦର ମୁହକୁମା ଛତ୍ରପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଛତ୍ରପୁର ଉପଖଣ୍ଡର ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପାଟୱାରୀ ଏହି ସମସ୍ତ ସୂଚନା ଦେଇଛନ୍ତି । ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ଆଇଏଏସ ଅଧିକାରୀ ପାରୁଲ ପାଟୱାରୀ ଛତ୍ରପୁର ଉପଣ୍ଡର ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବ ଦିଆଯିବା ସହ ସେ ନିଜେ ଏହାର ତଦାରଖ କରୁଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ମଧ୍ୟ ଉପସ୍ଥିତ ରହିଥିଲେ ।

ସେହିଭଳି କୋଭିଡ ମନିଟର ଓ କୋଭିଡ କେୟାର କମିଟି ମଧ୍ୟ କୋରୋନା ମୁକାବିଲାରେ ସାମିଲ ହୋଇଛନ୍ତି। ଗ୍ରାମାଞ୍ଚଳରେ 2499 ଓ ସହରାଞ୍ଚଳରେ 137 ଜଣ ଙ୍କୁ ନିୟୋଜିତ କରାଯାଇଛି ।

ଛତ୍ରପୁର ସବଡିଭିଜନ ଅନ୍ତର୍ଗତ ଛତ୍ରପୁର, ହିଞ୍ଜିଳି ଏବଂ ଖଲ୍ଲିକୋଟ ତିନୋଟି ଅଞ୍ଚଳରେ ସ୍ୱାବ ଟେଷ୍ଟ କରିବା ପାଇଁ ସେଣ୍ଟର ରହିଛି । ଏଥି ସମସ୍ତ ବ୍ଲକର ଗ୍ରାମ ସ୍ତରରେ ସ୍ୱାବ୍ ଟେଷ୍ଟ ପ୍ରକ୍ରିୟା ଜାରି ରହିଛି । କୌଣସି ସଂକ୍ରମିତ ଚିହ୍ନଟ ହେଲେ ସେମାନଙ୍କୁ କୋଭିଡ କେୟାର ହୋମରେ ଭର୍ତ୍ତି କରାଯାଏ । ଏହି 8ଟି ବ୍ଲକରେ 168ଟି କୋଭିଡ କେୟାର ହୋମରେ 1752ଟି ଶର୍ଯ୍ୟା ରହିଛି । 9ଟି ସହରାଞ୍ଚଳରେ 183ଟି ବେଡ ସୁବିଧା କରାଯାଇଛି ।

ସେହିପରି କୌଣସି ସମସ୍ୟା ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଛତ୍ରପୁର ଉପଖଣ୍ଡ ପକ୍ଷରୁ ହେଲପଲାଇନ୍ ମୋବାଇଲ ନମ୍ବର - ୮୪୮୦୮୩୮୬୦୩ ଜାରି କରାଯାଇଛି । ଛତ୍ରପୁର ଉପଖଣ୍ଡରେ ୧୩୧୫ ସଂକ୍ରମଣ ହୋଇଥିବା ବେଳେ ୬୯୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୫୮୭ ଟି ସକ୍ରିୟ ମାମଲା ରହିଛି । କୋରୋନାରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି ପାରୁଲ ପାଟୱାରୀ ସୂଚନା ଦେଇଛନ୍ତି । ଉପଖଣ୍ଡରେ ୩୯ଟି କ୍ଲଷ୍ଟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୮୧ ଜଣ ପ୍ରବାସୀ ସଙ୍ଗରୋଧରେ ରହିଛନ୍ତି । ଉପଖଣ୍ଡରେ ଆଇନ ଉଲ୍ଲଙ୍ଘନକାରୀଙ୍କ ଠାରୁ ୧୮ ଲକ୍ଷ ୧୬ ହଜାର ୪୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.