ବ୍ରହ୍ମପୁର: ରାଜ୍ୟ ରାଜନୀତିରେ ହିଞ୍ଜିଳିକାଟୁବିଧାନସଭା ଆସନର ଗୁରୁତ୍ବ ଅନେକ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ପ୍ରତିନିଧିତ୍ବ କରୁଥିବାରୁ ଏହାର ଦବଦବା ରହିଛି । ୨୦୦୦ ମସିହାରୁ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ଜିତି ଏହି ଆସନରୁ ଜିତୁଛନ୍ତି । ତେବେ ଚଳିତ ଥର ତାଙ୍କୁ ମାତ ଦେବାକୁ ତୟାର ହୋଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।
ବିଜେପିରୁ ପିତାମ୍ୱର ଆଚାର୍ଯ୍ୟ ଓ କଂଗ୍ରେସରୁ ଶମ୍ଭୁ ପାଣିଗ୍ରାହୀ ମୈଦାନକୁ ଓହ୍ଲାଇଛନ୍ତି । ତେବେ କଂଗ୍ରେସ ପ୍ରାର୍ଥୀ ଶମ୍ଭୁ କେଉଁ ମୁଦ୍ଦା ନେଇ ଲୋକଙ୍କୁ ଭେଟିବେ ଓ ଜିତିବା ପରେ କାହାକୁ ଅଗ୍ରାଧିକାର ଦେବେ ସେନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।