ବ୍ରହ୍ମପୁର : ଦୀପାବଳି ପୂର୍ବରୁ ବ୍ରହ୍ମପୁରରେ ବେଆଇନ ବାଣ ବିକ୍ରି । ଖବର ପାଇ ପୋଲିସ 2ଟି ବାଣ ଦୋକାନରେ ଚଢାଉ କରିଛି । ଚଢାଉ ବେଳେ 5 ଲକ୍ଷ ଟଙ୍କାର ବାଣ ଜବତ କରାଯାଇଛି । ଘଟଣାରେ 3 ଜଣକୁ ମଧ୍ୟ ଅଟକ ରଖିଛି ପୋଲିସ । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ପୋଲିସ ପକ୍ଷରୁ ଦୁଇଟି ବାଣ ଦୋକାନ ଉପରେ ଚଢାଉ କରାଯାଇଥିଲା ।
ସୂଚନାଯୋଗ୍ୟ, ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । ତଥାପି ବିଭିନ୍ନ ସ୍ଥାନରେ ବେଆଇନ ବାଣ ବିକ୍ରିକୁ ନେଇ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ବରେ ବାଣ ଗୋଦାମ ଉପରେ ଚଢାଉ କରାଯାଉଛ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ