ଭଞ୍ଜନଗର: ଜାଲ ସାର୍ଟିଫିକେଟ୍ ରାକେଟ ଠାବ । ଗଞ୍ଜାମ ଜିଲ୍ଲା ଆସିକା ପୋଲିସ ଦ୍ଵାରା ଜାଲ ସାର୍ଟିଫିକେଟ୍ ରାକେଟ ଠାବ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ 5 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିସହ ସେମାନଙ୍କ ଠାରୁ ନଗଦ 26 ହଜାର ଟଙ୍କା ସହ ନକଲି ସିଲ୍ (ରବର ଷ୍ଟାମ୍ପ) ଏବଂ ସାର୍ଟିଫିକେଟ୍ ଜବତ କରାଯାଇଛି ।
ତେବେ ଜବତ ସିଲ୍ ମଧ୍ୟରେ ପୋଲସରା ତହସିଲଦାର, ଜିଲ୍ଲା ଶିକ୍ଷା ଅଧିକାରୀ, ଶିକ୍ଷା ବୋର୍ଡ ଅଧିକାରୀ ସମେତ ବହୁ ବରିଷ୍ଠ ଅଧିକାରୀମାନଙ୍କ ରହିଛି ସିଲ୍ । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ନକଲି ଶିକ୍ଷକ ରହିଛନ୍ତି । ଶନିବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ