ETV Bharat / state

ମାଟି ଅତଡ଼ା ଖସି ଚାପି ହୋଇଗଲେ ୩ ଶ୍ରମିକ

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନୂଆଗାଁରେ ଅଘଟଣ । ଜମିରୁ ଜଳ ନିଷ୍କାସନ ପାଇଁ ନାଳ ଖୋଳିବା ବେଳେ ମାଟି ଅତଡ଼ା ଖସି ଚାପି ହୋଇଗଲେ ତିନି ଶ୍ରମିକ । ଅଧିକ ପଢ଼ନ୍ତୁ

author img

By

Published : Nov 16, 2021, 4:53 PM IST

ମାଟି ଅତଡ଼ା ଖସି ଚାପି ହୋଇଗଲେ ୩ ଶ୍ରମିକ
ମାଟି ଅତଡ଼ା ଖସି ଚାପି ହୋଇଗଲେ ୩ ଶ୍ରମିକ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନୂଆଗାଁରେ ଅଘଟଣ । ସ୍ଥାନୀୟ ଜମିରୁ ଜଳ ନିଷ୍କାସନ ପାଇଁ ନାଳ ଖୋଳିବା ବେଳେ ମାଟି ଅତଡ଼ା ଖସିଛି । ଫଳରେ ମାଟି ତଳେ ଚାପି ହୋଇଯାଇଥିଲେ ତିନି ଶ୍ରମିକ । ଶ୍ରମିକମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଶ୍ରମିକମାନେ ସେହି ଗାଁର ସନିଆ ଗୌଡ଼, ରାଧାକୃଷ୍ଣ ଗୌଡ଼, ହର୍ଷ ଗୌଡ଼ ।

ମାଟି ଅତଡ଼ା ଖସି ଚାପି ହୋଇଗଲେ ୩ ଶ୍ରମିକ

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ଘଟଣା ସ୍ଥଳରେ ସୋରଡା ପୋଲିସ ପହଞ୍ଚି ମାଟିତଳୁ ଶ୍ରମିକମାନଙ୍କୁ ଅଗ୍ନିଶମ ବାହିନୀର ସହଯୋଗରେ ଉଦ୍ଧାର କରିଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ଶ୍ରମିକ ମାନଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ଘଟଣା ନେଇ ଅଧିକ ତଦନ୍ତ ଜାରି ରଖିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.