ବ୍ରହ୍ମପୁର: ଧିରେ ଧିରେ ଗଞ୍ଜାମ ଜିଲ୍ଲାରେ କୋରୋନା ସ୍ଥିତି ସୁଧୁରୁଥିବା କୁହାଯାଉଥିବା ବେଳେ ଜିଲ୍ଲାରେ ଦିନକରେ ୨୧୨ ଜଣ ନୂତନ ପଜେଟିଭ୍ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୨୬୬ ଜଣ ବ୍ୟକ୍ତି ବିଶେଷ । ରାଜ୍ୟରେ ଗଞ୍ଜାମ ଜିଲ୍ଲାର ସ୍ଥିତି ଚିନ୍ତାଜନକ ରହିଥିବା ବେଳେ ଜିଲ୍ଲାରେ ନୂତନ ପଜେଟିଭ୍ ଙ୍କ ସଂଖ୍ୟାକୁ ମିଶାଇଲେ ମୋଟ ଇତି ମଧ୍ୟରେ ୧୬୭୪୦ ଜଣ ମୋଟ ପଜେଟିଭ୍ ଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ସେଥିରୁ ଇତିମଧ୍ୟରେ ସୁସ୍ଥ ହେଲେଣି ୧୪୬୮୧ ଜଣ ।

ଏପରିକି ଇତିମଧ୍ୟରେ ମୋଟ ୧୮୧ ଜଣ ଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ସେହିପରି ଜିଲ୍ଲାରେ ଆକ୍ଟିଭ୍ ମାମଲା ରହିଛି ୧୮୭୦ ଜଣ । ଜିଲ୍ଲାରେ କୋରୋନାରେ ଆକ୍ରାନ୍ତ ଙ୍କ ସୁସ୍ଥ ହାର ୮୭.୭୪ ପ୍ରତିଶତ ରହିଥିବା ବେଳେ ୧୧.୧୮ ପ୍ରତିଶତ ଆକ୍ଟିଭ୍ ମାମଲା ଏବଂ ମୃତ୍ୟୁ ହାର ୧.୦୮ ପ୍ରତିଶତ ରହିଥିବା କୁହାଯାଇଛି । ସେହିପରି ବ୍ରହ୍ମପୁର ସହରର ସ୍ଥିତି ଦେଖିଲେ ଇତି ମଧ୍ୟରେ ୨୪ ତାରିଖରେ ୩୯ ଜଣ ନୂତନ ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ନୂତନ ପଜେଟିଭ୍ ଙ୍କୁ ମିଶାଯାଇ ବ୍ରହ୍ମପୁର ମହାନଗର ନିଗମରେ ମୋଟ ୩୦୩୯ ଜଣ ମୋଟ ପଜେଟିଭ୍ ଚିହ୍ନଟ ହୋଇଛନ୍ତି ।

ଇତିମଧ୍ୟରେ ୨୬୭୧ ଜଣ ସୁସ୍ଥ ହୋଇଥିବା ବେଳେ ୩୧୪ ଜଣ ଆକ୍ଟିଭ୍ ମାମଲା ରହିଛି । ସେଥିମଧ୍ୟରୁ ୫୪ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଥିବା କୁହାଯାଇଛି । ସହରରେ ସୁସ୍ଥହାର ୮୭.୮୯ ପ୍ରତିଶତ ରହିଥିବା ବେଳେ ୧୦.୩୩ ପ୍ରତିଶତ ଆକ୍ଟିଭ୍ ମାମଲା ରହିଥିବା ବେଳେ ୧.୭୮ ପ୍ରତିଶତ ମୃତ୍ୟୁହାର କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ