ETV Bharat / state

ଅଭିଯୁକ୍ତଙ୍କୁ କୋରୋନା, କ୍ୱାରେଣ୍ଟାଇନରେ ଯିବେ ୨୦ ପୋଲିସ କର୍ମଚାରୀ - ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର

ଗିରଫ 2 ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଜରଡା ଥାନା ଏବଂ ଖାରିଆଗୁଡା ଫାଣ୍ଡିର ସମସ୍ତ ଥାନା କର୍ମଚାରୀଙ୍କୁ କ୍ଵାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜେଲରେ କୋରୋନା, କ୍ୱାରେଣ୍ଟାଇନରେ ଯିବେ  ୨୦ ପୋଲିସ କର୍ମଚାରୀ

author img

By

Published : Jun 6, 2020, 10:29 PM IST

ବ୍ରହ୍ମପୁର: ଗିରଫ 2ଅଭିଯୁକ୍ତଙ୍କ କୋରୋନା ରିପୋର୍ଟ ଆସିଲା ପଜିଟିଭ । ଏହାପରେ କ୍ବାରେଣ୍ଟାଇନରେ ଯିବେ ୨୦ ପୋଲିସ କର୍ମଚାରୀ । ପୋଲିସ ଗିରଫ କରି ଜେଲକୁ ପଠାଇଥିବା ଦୁଇ ଅଭିଯୁକ୍ତ ଏବେ କୋରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥନ୍ତି । ଏହି ଖବର ଜଣାପଡିବା ପରେ କ୍ବାରେଣ୍ଟାଇନରେ ଯିବେ ୨୦ ଜଣ ପୋଲିସ କର୍ମଚାରୀ । ଏହାର ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ।

ଜେଲରେ କୋରୋନା, କ୍ୱାରେଣ୍ଟାଇନରେ ଯିବେ ୨୦ ପୋଲିସ କର୍ମଚାରୀ

ଏସପି ପିନାକ ମିଶ୍ର ଏନେଇ ଏକ ଅଡିଓ ବାର୍ତ୍ତା ଜାରି କରିଛନ୍ତି । ବ୍ରହ୍ମପୁର ପୋଲିସ ଜିଲ୍ଲାର ଜରଡା ଥାନା ଅନ୍ତର୍ଗତ ପୋଲରାଜପୁର ଗ୍ରାମରେ ଗତ ୩ ତାରିଖରେ ରୁଜୁ ହୋଇଥିବା ଏକ ଗଣ୍ଡଗୋଳ ଭଳି ଘଟଣାରେ ହତ୍ୟା ଉଦ୍ୟମ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଥିଲା । ଦୁଇ ଜଣଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଯାଇଥିବା ବେଳେ ସେମାନଙ୍କର ସେହି ସମୟରେ ସ୍ବାବ ପରୀକ୍ଷା କରାଯାଇଥିଲା । ଏବେ 2 ଅଭିଯୁକ୍ତ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ସେହି ଗିରଫଙ୍କ ସହିତ କଣ୍ଟାକ୍ଟ ହିଷ୍ଟୋରୀରେ ରହିଥିବା ଜରଡା ଥାନା ଏବଂ ଖାରିଆଗୁଡା ଫାଣ୍ଡିର ସମସ୍ତ ଥାନା କର୍ମଚାରୀଙ୍କୁ ଆଜି ଠାରୁ କ୍ଵାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ଥାନାକୁ ସାନିଟାଇଜ କରାଯିବା ସହ କ୍ବାରେଣ୍ଟାଇନରେ ଯିବାକୁ ଥିବା କର୍ମଚାରୀଙ୍କ ସ୍ଥାନରେ ନୂତନ କର୍ମଚାରୀ ନିୟୋଜିତ କରାଯିବ ବୋଲି କହିଛନ୍ତି ଏସପି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.