ଭଞ୍ଜନଗର: ଦୀର୍ଘ ଦିନ ପରେ ଗଞ୍ଜାମ ଜିଲ୍ଲା ସହରକୁ କୋରୋନା କଟକଣାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଜିଲ୍ଲାପାଳଙ୍କ ପଞ୍ଚତନ୍ତ୍ର ନିୟମକୁ ଉଲ୍ଲଙ୍ଘନ କରି ଭଞ୍ଜନଗର ବସ ଷ୍ଟାଣ୍ଡରେ ଦୁଇ ଜଣ ମିଠା ଦୋକାନୀ ତଣ୍ଡ ଗଣିଛନ୍ତି।
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ହୋଇଥିବାରୁ ସେମାନେ ମିଠା ଦୋକାନକୁ ଖୋଲିଥିଲେ । ନିୟମ ଉଲ୍ଲଙ୍ଘନ କରି ଦୋକାନ ଖୋଲି ଜଣେ ଦୋକାନୀ 3 ହଜାର ଟଙ୍କା ଜୋରିମାନା ଗଣିଥିବାବେଳେ, ଅନ୍ୟ ଜଣକୁ 7 ଦିନ ପାଇଁ ଦୋକାନ ବନ୍ଦ ରଖିବାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଭଞ୍ଜନଗର ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ସରକାରଙ୍କ ନିୟମକୁ ମାନି କିଛି ଦୋକାନ ଖୋଲିଥିବା ଦେଖିବାକୁ ମିଳିଥିଲା ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ