ଗଞ୍ଜାମ: ପାଇଖାନା ଟାଙ୍କିରେ ଖସିପଡି ଦୁଇ ଭଉଣୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ହିଞ୍ଜୋଳକୁଦା ପଞ୍ଚାୟତ ତାକରଡା ଗ୍ରାମରେ । ତେବେ ମୃତ ଶିଶୁ ଦୁଇ ଜଣ ସିଦ୍ଧପୁର ଗ୍ରାମର କୁନା ସେଠୀ ଙ୍କ ୬ ବର୍ଷର ଝିଅ ଦିବ୍ୟା ସେଠୀ ଓ କାଳିଆଘୋଡା ଗ୍ରାମର ମଣ୍ଟୁ ସେଠୀ ଙ୍କ ୫ ବର୍ଷର ଝିଅ ଜସମତି ସେଠୀ ବୋଲି ଜଣାପଡିଛି ।
ସୂଚନା ମୁତାବକ, 2ଜଣ ଶିଶୁ ଅଜା ଘରକୁ ବୁଲିବାକୁ ଆସିଥିଲେ । ଉଭୟ ନିଜ ଅଜା ଘର ଗ୍ରାମର ମାଟଳା ସେଠୀ ଓ ପଡୋଶୀ ପ୍ରଫୁଲ୍ଲ ସେଠୀଙ୍କ ଘରକୁ ଆସିଥିଲେ । 2ଶୁଶୁ ଏକାଠି ବାରିପଟେ ଥିବା ପାଇଖାନା ଟାଙ୍କି ଉପରେ ଖେଳୁ ଥିବା ବେଳେ ଟାଙ୍କି ଉପର ପ୍ଳେଟ ଟି ଅଚାନକ ଭାଙ୍ଗିଯିବାରୁ ଉଭୟେ ଟାଙ୍କି ଭିତରେ ପଡିଯାଇଥିଲେ । କିଛି ସମୟ ପରେ ଅଜା ଓ ଆଇ ସେମାନଙ୍କୁ ଖୋଜିବା ପରେ ଉକ୍ତ ଟାଙ୍କି ଭିତରୁ ସେମାନଙ୍କୁ ଉଦ୍ଧାର କରି ସୋରଡା ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଅନ୍ୟପଟେ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ଗଞ୍ଜାମ