ETV Bharat / state

ପାତ୍ରପୁର ଓ ସାନଖେମୁଣ୍ଡିରେ ଉଦଘାଟିତ ହେଲା ସିସିସି

ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ସାନଖେମୁଣ୍ଡି ବ୍ଲକରେ କୋଭିଡ କେୟାର ସେଣ୍ଟର ଉଦଘାଟିତ ହୋଇଯାଇଛି । ଏହି ସେଣ୍ଟରରେ କୋରୋନାରେ ଆକ୍ରାନ୍ତଙ୍କ ପାଇଁ ନିତ୍ୟ ବ୍ୟବହାର ସାମଗ୍ରୀ ସହିତ ଖାଦ୍ୟ ଓ ପାନୀୟ ଜଳର ସୁବ୍ୟବସ୍ଥା ସହିତ ଆବଶ୍ୟକୀୟ ଖାଦ୍ୟ ସହ ପରିମଳ ବ୍ୟବସ୍ଥା ପ୍ରତି ଅଧିକ ଗୁରୁତ୍ବ ଦିଆଯିବାକୁ କୁହାଯାଇଛି ।

author img

By

Published : Jul 13, 2020, 1:39 PM IST

ପାତ୍ରପୁର ଓ ସାନଖେମୁଣ୍ଡିରେ ଉଦଘାଟିତ ହେଲା ସିସିସି
ପାତ୍ରପୁର ଓ ସାନଖେମୁଣ୍ଡିରେ ଉଦଘାଟିତ ହେଲା ସିସିସି

ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କୋରୋନା ପଜିଟିଭଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଆଉ 8ଟି କୋଭିଡ କେୟାର ସେଣ୍ଟର ଏବଂ ଡେଡିକେଟ୍ କୋଭିଡ୍ କେୟାର ସେଣ୍ଟର କରାଯିବାକୁ ସ୍ଥିର ହୋଇଛି । ତେବେ ସୋମବାର ଜିଲ୍ଲାର ପାତ୍ରପୁର ଓ ସାନଖେମୁଣ୍ଡି ବ୍ଲକରେ ଇତି ମଧ୍ୟରେ ପ୍ରଶାସନ ପକ୍ଷରୁ ଉଦଘାଟିତ ହୋଇଯାଇଛି ନୂତନ କୋଭିଡ କେୟାର ସେଣ୍ଟର ।

ପାତ୍ରପୁର ବ୍ଲକର ବାଦପୁର ଆଦର୍ଶ ବିଦ୍ୟାଳୟର ଛାତ୍ରାବାସରେ ଶହେ ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରକୁ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଧେ ଦର୍ତ୍ତାତ୍ରୟ ଭାଉ ସାହେବ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲାର ସାନଖେମୁଣ୍ଡି ବ୍ଲକର ଛଣମେରୀ ଆଦର୍ଶ ବିଦ୍ୟାଳୟରେ ମଧ୍ୟରେ ଏକ ଶହ ଶଯ୍ୟା ବିଶିଷ୍ଟ ଅନ୍ୟ ଏକ ସିସିସି ସେଣ୍ଟର ମଧ୍ୟ ଉଦଘାଟନ କରାଯାଇଛି ।

ଏହି ସେଣ୍ଟରରେ କୋରୋନାରେ ଆକ୍ରାନ୍ତଙ୍କ ପାଇଁ ନିତ୍ୟ ବ୍ୟବହାର ସାମଗ୍ରୀ ସହିତ ଖାଦ୍ୟ ଓ ପାନୀୟ ଜଳର ସୁବ୍ୟବସ୍ଥା ସହିତ ଆବଶ୍ୟକୀୟ ଖାଦ୍ୟ ସହ ପରିମଳ ବ୍ୟବସ୍ଥା ପ୍ରତି ଅଧିକ ଗୁରୁତ୍ବ ଦିଆଯିବାକୁ କୁହାଯାଇଛି । ସେହିପରି ଜିଲ୍ଲାର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି କେୟାର ସେଣ୍ଟର କରାଯିବାକୁ ସ୍ଥିର କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.