ETV Bharat / state

12ଘଣ୍ଟିଆ କବିସୂର୍ଯ୍ୟନଗର ବନ୍ଦ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧିକାରୀ ତପନ କୁମାର ପତିଙ୍କ ବଦଳି ଦାବିରେ ଓକିଲ ସଂଘ ପକ୍ଷରୁ 12ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

author img

By

Published : Jul 11, 2019, 12:06 PM IST

ଫଟୋ ସୌଜନ୍ୟ:ପ୍ରତିନିଧି,ଭଞ୍ଜନଗର

ଗଞ୍ଜାମ: ଥାନା ଅଧିକାରୀଙ୍କ ବଦଳି ଦାବିରେ ଓକିଲ ସଂଘର ବନ୍ଦ ପାଳନ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧିକାରୀ ତପନ କୁମାର ପତିଙ୍କ ବଦଳି ଦାବିରେ ଓକିଲ ସଂଘ ପକ୍ଷରୁ 12ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଥାନା ଅଧିକାରୀ ଓକିଲଙ୍କୁ ଦୁର୍ବ୍ୟବହାର କରିଥିବାରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି,ଭଞ୍ଜନଗର

ଏନେଇ ଗତ 2ଦିନ ହେଲା ଓକିଲମାନେ କୋର୍ଟ ଆଗରେ ଧାରଣାରେ ବସିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା । ଯାହାକୁ ନେଇ ଆଜି ରାଜରାସ୍ତାକୁ ଓଲ୍ଲାଇବା ସହ ତପନ କୁମାର ପତିଙ୍କ ବଦଳି ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓକିଲ ସଂଘ ।

ଏହାର ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ଥିବାସହ ଗାଡି ଚଳାଚଳ ମଧ୍ୟ୍ ବନ୍ଦ ରହିଛି । ଏହାସହ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ସବୁ ବନ୍ଦ ରହିଛି । ଆନ୍ଦୋଳନ ଯୋଗୁଁ ବହୁ ଯାନବାହନ ଅଟକି ରହିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ , ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଦିକାରୀଙ୍କ ବଦଳି ଦାବିରେ ଓକିଲ ସଂଘ ପକ୍ଷରୁ 12ଘଣ୍ଟିଆ କବିସୂର୍ଯ୍ୟନଗର ବନ୍ଦ ଡାକରା ଦିଆଯାଇଛି ଥାନା ଅଧିକାରି ଓକିଲ ଙ୍କୁ ଦୃବ୍ୟବହାର କରିଥିବାରୁ ଏହି ବନ୍ଦ ଡାକରା ଦିଆଯାଇଛି ଦୁଇ ଦିନହେଲା ଓକିଲ ମାନେ କୋର୍ଟ ଆଗରେ ଧାରଣାରେ ବସିଥିଲେ କୌଣସି ସମାଧାନ ନା ହେବାରୁ ଆଜି ରାଜରାସ୍ତାକୁ ଓଲ୍ଲାଇଛନ୍ତି ଓକିଲ ସଂଘ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ଗାଡି ଚଳାଚଳ ମଧ୍ୟ୍ୟ ବନ୍ଦ ରହିଛି ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି ସହର ଦୁଇପଟେ ବହୁ ଯାନବାହନ ଅଟକିଥିବାବେଳେ ଓକିଲ ମାନେ ସହରରେ ଥାନା ଅଧିଵାରୀ ତପନ କୁମାର ପତି ଙ୍କ ବଦଳି ସ୍ଲୋଗାନ ଦେଇ ବିକ୍ଷୋବ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି
ବାଇଟ -କୈଳାଶ ଚନ୍ଦ୍ର ବେହେରା (ଓକିଲ )Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.