ETV Bharat / state

ଫାର୍ମହାଉସରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ନରହରିପୁର ଗ୍ରାମର ନିର୍ମାଣାଧିନ ଫାର୍ମହାଉସରୁ ଜଣେ ମହିଳାଙ୍କ ମୃତଦେହକୁ ନେଇ ପୋଲିସର ତନାଘନା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଫର୍ମହାଉସରୁ ମହିଳାଙ୍କ ମୃତଦେହ ଉଦ୍ଧାର
ଫର୍ମହାଉସରୁ ମହିଳାଙ୍କ ମୃତଦେହ ଉଦ୍ଧାର
author img

By

Published : May 13, 2021, 9:34 PM IST

ଗଜପତି: ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ନରହରିପୁର ଗ୍ରାମର ନିର୍ମାଣାଧିନ ଫର୍ମହାଉସରୁ ଜଣେ ମହିଳାଙ୍କ ମୃତଦେହକୁ ନେଇ ପୋଲିସର ତନାଘନା ଆରମ୍ଭ ହୋଇଛି । ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଆତ୍ମହତ୍ୟା ସନ୍ଦେହ କରୁଛନ୍ତି । ସାଇଣ୍ଟିଫିକ ଟିମ୍‌କୁ ଏହାର ତଦନ୍ତ ପାଇଁ ଖବର ଦିଆଯାଇଛି ।

ଫର୍ମହାଉସରୁ ମହିଳାଙ୍କ ମୃତଦେହ ଉଦ୍ଧାର

ସାଇଣ୍ଟିଫିକ୍ ଟିମ ଏଥିନେଇ ତଦନ୍ତ କରିବା ପରେ ସବିଶେଷ ରିପୋର୍ଟ ପ୍ରଦାନ କଲେ ସମସ୍ତ ରହସ୍ୟ ଉଦ୍‌ଘାଟିତ ହୋଇପାରିବ ବୋଲି କୁହାଯାଇଛି । ଘଟଣାରୁ ପ୍ରକାଶ, ଗତକାଲି ବୁଧବାର ବିଳମ୍ବିତ ରାତିରେ ନରହରିପୁର ଗ୍ରାମର ଏକ ନିର୍ମାଣଧୀନ ଫାର୍ମହାଉସ ଠାରେ ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମର ଅମ୍ବିକା ଶବର ନାମକ ଜଣେ ମହିଳାଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥିଲା ।

ସୂଚନା ପାଇ ଆଜି ସକାଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ଗଜପତି ଏଏସପି ବାମଦେବ ସିଂ, ଏସ୍‌ଡିପିଓ ଆର୍‌.କେ. ଦାସ, ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସବୁ କିଛି ଅନୁଧ୍ୟାନ କରିବା ସହ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ୍‌କୁ ଖବର ଦେଇଥିଲେ । ଆଜି ଅପରାହ୍ନ ସୁଦ୍ଧା ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସମସ୍ତ ତଦନ୍ତ କରିବେ ବୋଲି ଜଣାଯାଇଛି । ସାଇଣ୍ଟିଫିକ୍ ଟିମ୍‌ର ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁ ନେଇ ସମସ୍ତ ରହସ୍ୟ ଉଦ୍‌ଘାଟିତ ହୋଇପାରିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.