ETV Bharat / state

ତାତିକୁ ନାହିଁ ଭାୟ, ଡହଡହ ଖରାରେ ପାନୀୟ ଜଳ ସଙ୍କଟ ପାଇଁ ରାସ୍ତା ରୋକ

author img

By

Published : Jun 1, 2023, 4:27 PM IST

୩୮° ତାତିରେ ରାସ୍ତାକୁ ଓହ୍ଲାଇଲେ ଗାଁର ମହିଳାମାନେ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ରୋକ କରିଛନ୍ତି ମହିଳମାନେ । ଅଧିକ ପଢ଼ନ୍ତୁ

ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ଜୀବନ
ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ଜୀବନt

ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ଜୀବନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡିରୁ ମାତ୍ର ୬ କିମି ଦୂରରେ ରହିଛି ସିଦ୍ଧା ମଡ଼ଙ୍ଗ ଗ୍ରାମ । ଯେଉଁଠି ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି । ସଦରମହକୁମା ଠାରୁ ଏତେ ନିକଟତର ଗ୍ରାମରେ ଜଳ ସଙ୍କଟ ଉତ୍କଟ ରୂପ ନେଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ ଗତ ୪-୫ ବର୍ଷ ହେଲା ପାଣିର ଅସୁବିଧା ପ୍ରବଳ ମାତ୍ରାରେ ଦେଖାଦେଇଛି। ଗାଁରେ ଅନେକ କୂଅଁ ଓ ପୋଖରୀ ମଧ୍ୟ ରହିଛି । କିନ୍ତୁ ଗ୍ରୀଷ୍ମ ଋତୁରେ ନା କୂଅରେ ପାଣି ରହେ ନା ପୋଖରୀରେ । ପାଣି ପାଇଁ ଘୋର ସମସ୍ୟା ରହିଥିବା ବେଳେ ପ୍ରଶାସନଙ୍କୁ କହିକହି ଥକିଗଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଫଳରେ ରାସ୍ତା ରୋକ କରିଥିଲେ ଗାଁର ମହିଳାମାନେ ।

ଗ୍ରାମବାସୀଙ୍କ ଅଭିଯୋଗ ଆନୁଯାୟୀ, ନା ନଳକୂପ ମରାମତି କରାଯାଉଛି ନା ନୂଆ ନଳକୂପ ଲଗାଯାଉଛି। ଯଦ୍ୱରା ଯଉଁ ସବୁ ନଳକୂପ ରହିଛି ଅକାମୀ ହୋଇଯାଇଛି । କିଛି ନଳକୂପ ଯାହା କିଛି କାମ କରୁଛି ସେଥିରୁ ଗୋଳିଆ ପାଣି ବାହାରୁଥିବା ଲୋକଙ୍କ ପାନୀୟ ଉପଯୋଗ ହୋଇପାରୁନାହିଁ । ବାରମ୍ବାର ଏଭଳି ପରିସ୍ଥିତିରେ ଗାଁ ଲୋକ ପ୍ରଶାସନକୁ ଅଭିଯୋଗ କରି ଆସୁଥିଲେ । କିନ୍ତୁ ସାମୁହିକ ଭାବେ ଟଙ୍କାର ଯୋଗାଇ ଯୋଗାଇ ଅସ୍ଥାୟୀ ସମାଧାନ କରାଯାଉଥିଲା । ଯାହାକୁ ନେଇ ସମସ୍ତ ଗ୍ରାମବାସୀଙ୍କ ଭିତରେ ଆସନ୍ତୋଷ ଦେଖା ଦେଇଛି । ଖରାଦିନେ ବୁନ୍ଦାଏ ପାଣିପାଇଁ ଡହଳବିକଳ ହେବାକୁ ପଡୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଗତ କିଛି ମାସ ହେଲା ପ୍ରଚଣ୍ଡ ଖରା ହେଉଥିବାରୁ ଗାଁରେ ପୁଣି ଜଳ ସଙ୍କଟକୁ ନେଇ ପ୍ରଶାସନକୁ ଅବଗତ କରିବା ସତ୍ତ୍ୱେ କୌଣସି ସୁଫଳ ନ ପାଇବାରୁ ଅଜି ୩୮° ତାତିରେ ରାସ୍ତାକୁ ଆସିଲେ ଗାଁର ମହିଳାମାନେ। ପ୍ରାୟ ୧ ଘଣ୍ଟା ରୁ ଅଧିକ ସମୟ ଧରି ରାସ୍ତା ରୋକ କରିଛନ୍ତି ମହିଳାମାନେ। ଦୀର୍ଘଦିନ ଧରି ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଯୋଗୁଁ ବାରମ୍ବାର ଗ୍ରାମବାସୀମାନେ ଅଧିକାରୀମାନଙ୍କ ଦ୍ବାରସ୍ଥ ହୋଇଥିଲେ କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଆଜି ରାସ୍ତା କୁ ଆସିଛନ୍ତି ଗ୍ରାମର ଶତାଧିକ ମହିଳା । ହାତରେ ହାଣ୍ଡି,ବାଳଟି ଧରି ରାସ୍ତା ଅବରୋଧ କରିଛନ୍ତି। ପାରଳାଖେମୁଣ୍ଡିରୁ କାଶୀନଗର, ଗୁଣୁପୁର, JK ରାୟଗଡା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଥିଲା । ଘଟଣାସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକରୁ ହଟିଥିଲେ ଗ୍ରାମବାସୀ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.