ETV Bharat / state

ପ୍ରେମ ବିବାହ କରିବାରୁ ମିଳିଲା ଦଣ୍ଡ: ୨୦ ବର୍ଷ ଗାଁରୁ ବାସନ୍ଦ ହେଲେ ସ୍ବାମୀ-ସ୍ତ୍ରୀ - ଜର୍ଜ ପାଇକ

ପ୍ରେମ ବିବାହ କରିବାରୁ ଘରୁ ତଡ଼ି ଦେଲେ ପରିବାର ଲୋକେ । ସାହିଭାଇ ବି ଗାଁରୁ ବାସନ୍ଦ କରିଦେଇଥିଲେ । ଶେଷରେ ୨୦ ବର୍ଷ ପରେ ସ୍ବାମୀ-ସ୍ତ୍ରୀଙ୍କୁ ଗାଁକୁ ଫେରାଇ ଆଣିଲା ପୋଲିସ । ପଢ଼ନ୍ତୁ ପୁରା ଘଟଣା

ପ୍ରେମ ବିବାହ ପାଇଁ ଗାଁରୁ ବାସନ୍ଦ
ପ୍ରେମ ବିବାହ ପାଇଁ ଗାଁରୁ ବାସନ୍ଦ
author img

By

Published : Aug 10, 2023, 3:19 PM IST

ପ୍ରେମ ବିବାହ ପାଇଁ ଗାଁରୁ ବାସନ୍ଦ

ଗଜପତି: ପ୍ରେମ ବିବାହ କରିବାରୁ ସବୁ ସମ୍ପର୍କ ତୁଟାଇ ଦେଲେ ପରିବାର । ସାହିଭାଇ ବି ଗାଁରୁ ବାସନ୍ଦ କରିଦେଲେ । ଦୀର୍ଘ ୨୦ ବର୍ଷ କାଳ ଭିଟାମାଟି ଛାଡ଼ି ଅନ୍ୟ ଗାଁରେ ଦିନ କାଟୁଥିଲେ ସ୍ବାମୀ-ସ୍ତ୍ରୀ । ଘର ପରିବାର ଗାଁଠୁ ଦୂରେଇ ରହି ଛଟପଟ ହେଉଥିଲେ । ଶେଷରେ ବର୍ଷ ବର୍ଷର ଅପେକ୍ଷା ପରେ ପୋଲିସ ସହାୟତାରେ ପିଲାଛୁଆଙ୍କୁ ଧରି ନିଜ ଗାଁକୁ ଫେରିଛନ୍ତି ପ୍ରେମ ବିବାହ କରିଥିବା ଜର୍ଜ ଓ ଅନିତା । ଏହି ଘଟଣାଟି ଗଜପତି ଜିଲ୍ଲା ମୋହନା ଥାନା କିର୍ତିଙ୍ଗ ଗାଁର ।

ସୂଚନା ଅନୁସାରେ, ୨୦ ବର୍ଷ ତଳେ ୨୦୦୪ ମସିହାରେ ଜର୍ଜ ପାଇକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା । ତେଣୁ ସେ ନିଜ ଗାଁର ସମ୍ପର୍କୀୟ ଅନିତା ପାଇକଙ୍କୁ ପ୍ରେମ କରି ଦ୍ୱିତୀୟ ବିବାହ କରିଥିଲେ । ଏହାକୁ ବିରୋଧ କରିଥିଲେ ଜର୍ଜଙ୍କ ପରିବାର ଲୋକେ । ପ୍ରେମ ବିବାହ କରିବାରୁ ତାଙ୍କୁ ଘରୁ ତଡ଼ି ଦେଇଥିଲେ l ଏହାପରେ ଉଭୟ ଜର୍ଜ ଓ ଅନିତାଙ୍କୁ ଗାଁରୁ ବାସନ୍ଦ କରାଯାଇଥିଲା । ସେବେଠାରୁ ସ୍ବାମୀ-ସ୍ତ୍ରୀ ଦୁହେଁ ଦୁଃଖ କଷ୍ଟରେ ବାଗଡଙ୍ଗର ଗାଁରେ ରହି ଆସୁଥିଲେ । ଏହାରି ଭିତରେ ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଥିଲା । ପିଲାଙ୍କୁ ଧରି ସେମାନେ ଗାଁକୁ ଫେରିବାକୁ ବହୁବାର ଚେଷ୍ଟା କରିଛନ୍ତି । ହେଲେ ଯେତେବେଳେ ବି ସେମାନେ ଗାଁକୁ ଆସୁଥିଲେ, ପରିବାର ଲୋକେ ତାଙ୍କୁ ମାଡ଼ ମାରୁଥିଲେ ବୋଲି ଜର୍ଜ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଶାଶ୍ବତ ପ୍ରେମ; ପତ୍ନୀଙ୍କ ସ୍ମୃତିରେ ମନ୍ଦିର ତୋଳିଲେ ସ୍ବାମୀ, ସକାଳେ ସଞ୍ଜରେ କରୁଛନ୍ତି ପୂଜାର୍ଚ୍ଚନା

ଏଥିରେ ଅତିଷ୍ଠ ହୋଇ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଜର୍ଜ । ୨୦ ବର୍ଷ କାଳ ନିଜ ଘର ତଥା ଗାଁଠୁ ଦୂରରେ ରହିବାର କଷ୍ଟ ଖୁବ୍ ବାଧୁଥିଲା । ତେଣୁ ତାଙ୍କୁ ଗାଁକୁ ଫେରାଇ ନେବାକୁ ଜର୍ଜ ମୋହନା ଥାନାରେ ଗୁହାରି କରିଥିଲେ । ଏହାପରେ ଗଜପତି ଏସପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ କିର୍ତିଙ୍ଗ ଗାଁକୁ ଯାଇ ଜର୍ଜଙ୍କ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଶେଷରେ ଜର୍ଜ୍‌ଙ୍କ ପରିବାରୁ ଗାଁକୁ ଫେରାଇ ଅଣାଯାଇଥିବା ଥାନା ଅଧିକାରୀ କହିଥିବା ବେଳେ ମୋ ସରକାର ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ବର୍ଷ ବର୍ଷର ଅପେକ୍ଷା ପରେ ନିଜ ଗାଁ ମାଟିକୁ ଫେରିଥିବାରୁ ବେଶ୍ ଖୁସି ଅନୁଭବ କରୁଥିବା କହିଛନ୍ତି ଜର୍ଜ୍‌ ଓ ଅନିତା । ଏହା ସେମାନଙ୍କ ପ୍ରେମର ବିଜୟ ବୋଲି ଚର୍ଚ୍ଚା ହେଉଛି । ସେପଟେ ଜର୍ଜକୁ ଗାଁରୁ ବାସନ୍ଦ କରାଯାଇନାହିଁ ବରଂ ସେ ନିଜ ଭୁଲ୍ ଯୋଗୁଁ ଗାଁ ଛାଡି ଚାଲିଯାଇଥିବା ସ୍ଥାନୀୟ ୱାର୍ଡ ମେମ୍ବର କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.