ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ 5T ସଚିବଙ୍କ ସହିତ ସ୍ବତନ୍ତ୍ର ଆଲୋଚନା ହୋଇଛି । ଏହି ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ 5ଟି ବିଦ୍ୟାଳୟର ପରିଚାଳନା କମିଟିଙ୍କ ସମେତ ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ବୁଧବାର 5T କାର୍ଯ୍ୟକ୍ରମରେ ଜିଲ୍ଲାର ପାଞ୍ଚଗୋଟି ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡିରେ ଥିବା ମହାରାଜ ବାଳକ ଉଚ୍ଚ ବିଦ୍ୟାଳୟ, ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ଗୁରାଣ୍ଡି, ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମ୍ମା, ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ ଓ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଶିକୁଳିପଦରର ସର୍ବାଙ୍ଗୀନ ବିକାଶ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।
ଏହି ବୈଠକରେ ଜିଲ୍ଲାପାଳ, ଗଜପତିଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ଜିଲ୍ଲା ତଥା ବ୍ଲକ ସ୍ତରୀୟ ଜନ ପ୍ରତିନିଧି, ବିଦ୍ୟାଳୟମାନଙ୍କର ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ଥିଲେ । ସରକାର ଏହି ବିଦ୍ୟାଳୟମାନଙ୍କର ସାମଗ୍ରିକ ବିକାଶ ତଥା ସୌନ୍ଦର୍ଯ୍ୟକରଣ, ସ୍ମାର୍ଟ କ୍ଲାସ ରୁମ ଇ-ଲାଇବ୍ରେରୀ, ଖେଳପଡ଼ିଆ, ଶୌଚାଳୟ, ପାନୀୟ ଜଳ ଆଦି କାର୍ଯ୍ଯଗୁଡିକ ସମ୍ପାଦନ କରାଯିବ । ତେବେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟମାନଙ୍କର ପରିଚାଳନା କମିଟି, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଉପସ୍ଥିତିରେ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ