ETV Bharat / state

ଗଜପତିରେ ଆଜିଠୁ ଆରମ୍ଭ ହେଲା ୧୮ରୁ ୪୪ ବର୍ଷିୟ ବ୍ୟକ୍ତିଙ୍କ ଟୀକାକରଣ କାର୍ଯ୍ୟକ୍ରମ

ବହୁଦିନର ପ୍ରତୀକ୍ଷାର ଘଟିଛି ଅନ୍ତ । ଗଜପତି ଜିଲ୍ଲାରେ ଆଜିଠାରୁ(ସୋମବାର) ଆରମ୍ଭ ହୋଇଛି ୧୮ରୁ ୪୪ବର୍ଷ ବ୍ୟକ୍ତିଙ୍କ ଟୀକାକରଣ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

author img

By

Published : Jun 7, 2021, 2:46 PM IST

ଗଜପତିରେ ଆଜିଠୁ ଆରମ୍ଭ ହେଲା ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ଟୀକାକରଣ କାର୍ଯ୍ୟକ୍ରମ

ଗଜପତି: ବହୁଦିନ ପ୍ରତୀକ୍ଷାର ଘଟିଛି ଅନ୍ତ । ଗଜପତି ଜିଲ୍ଲାରେ ଆଜିଠାରୁ(ସୋମବାର) ଆରମ୍ଭ ହୋଇଛି ୧୮ରୁ ୪୪ବର୍ଷ ବ୍ୟକ୍ତିଙ୍କ ଟୀକାକରଣ କାର୍ଯ୍ୟକ୍ରମ । ତେବେ ଏଥିପାଇଁ ଅନଲାଇନରେ ପଞ୍ଜିକରଣ କରିଥିବା ଜରୁରୀ । ନଚେତ ଟିକା ମିଳିବ ନାହିଁ । ଏନେଇ ରବିବାର ସନ୍ଧ୍ୟାରୁ ଲୋକେ ଅନଲାଇନରେ ନାମ ପଞ୍ଜିକରଣ କରିଥିବା ବେଳେ ଆଜି ସକାଳୁ ବିଭିନ୍ନ ଟୀକାକରଣ କେନ୍ଦ୍ରରେ ଟିକା ନେଇଛନ୍ତି ।

ବର୍ତ୍ତମାନ ପାରଳାଖେମୁଣ୍ଡି ପୌରାଞ୍ଚଳରେ ଟୀକାକରଣ ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୪ହଜାର ୫ଶହ ଟୀକା ଆସିଛି । ଫଳରେ ଆଜିଠୁ ପାରଳାଖେମୁଣ୍ଡି ପୌରାଞ୍ଚଳର ୮ଟି ସ୍ଥାନରେ ପ୍ରଦାନ କରାଯାଉଛି ।

ଖୋଦ୍ ଗଜପତି ଜିଲ୍ଲାପାଳ ଅନୁପମ ଶାହା ବିଭିନ୍ନ ଟିକା କେନ୍ଦ୍ରକୁ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଯେଭଳି ଶାନ୍ତିଶୃଙ୍ଖଳାର ସହ ଟୀକାକରଣ ହେବ ସେନେଇ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡ.ପି.କେ ପାତ୍ର ଏବଂ ପୌରପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ବିଭିନ୍ନ ଟୀକାରଣ କେନ୍ଦ୍ର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.