ETV Bharat / state

ଗଜପତିରେ ଦୁଇ ବିଦେଶୀ ପର୍ଯ୍ୟଟକ, କୋରୋନା ନଥିବା ସ୍ପଷ୍ଟ କଲା ସ୍ବାସ୍ଥ୍ୟ ବିଭାଗ

author img

By

Published : Mar 16, 2020, 2:59 AM IST

ଗଜପତି ଜିଲ୍ଲାରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କେକେସିଂ ଗାଁର ଆଲାବୀ ବୀରଙ୍କ ଘରେ ଦୁଇ ଜଣ ଆମେରିକୀୟ ପର୍ଯ୍ୟଟକ ଥିବା ସୂଚନା ପାଇଥିଲେ।ଏହା ପରେ ସ୍ବାସ୍ଥ୍ୟ ବିଭାଗ ଟିମ ଯାଞ୍ଚ କରିବାପରେ ତାଙ୍କ ନିକଟରେ କୋରୋନା କୌଣସି ଲକ୍ଷଣ ନଥିବା ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ....

two-foreign-tourist-in-kksingh-village-of-gajapati-district
ଗଜପତିରେ ଦୁଇ ବିଦେଶୀ ପର୍ଯ୍ୟଟକ, କୋରୋନା ନଥିବା ସ୍ପଷ୍ଟ କଲା ସ୍ବାସ୍ଥ୍ୟ ବିଭାଗ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଦୁଇ ବିଦେଶୀ ପର୍ଯ୍ୟଟକ । ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କେକେସିଂ ଗାଁର ଆଲାବୀ ବୀରଙ୍କ ଘରେ ମାଇକେଲ ରୋବୋଟ ଏବଂ ମାଇକେଲ ୱାଇନେ ନାମକ ଦୁଇ ଜଣ ଆମେରିକୀୟ ପର୍ଯ୍ୟଟକ ଥିବା ସୂଚନା ପାଇଥିଲେ। ଏହା ପରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ସେଠାରେ ପହଞ୍ଚି 2 ପର୍ଯ୍ୟଟକଙ୍କ ସହ ଆଲୋଚନା କରିଥିଲେ ।

ପାରଳାଖେମୁଣ୍ଡି ତହସିଲଦାର ଏବଂ ପାରଳାଖେମୁଣ୍ଡି ଥାନା ପୋଲିସ ପହଞ୍ଚି ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ଏହାପରେ ସ୍ବାସ୍ଥ୍ୟ ବିଭାଗ ଟିମ ଯାଞ୍ଚ କରିବାପରେ ତାଙ୍କ ନିକଟରେ କୋରୋନା କୌଣସି ଲକ୍ଷଣ ନଥିବା ସ୍ପଷ୍ଟ କରିଛନ୍ତି । ସେହିଭଳି କୋରୋନାକୁ ନେଇ ଜାରି ହୋଇଥିବା ଗାଇ଼ଡଲାଇନ ଅନୁସାରେ ପର୍ଯ୍ୟଟକଙ୍କୁ ରଖିବାର ବ୍ୟବସ୍ଥା କରାଯିବା ସହ ସେମାନଙ୍କର ଗତିବିଧି ଉପରେ ନଜର ରଖାଯିବ ବୋଲି ଗଜପତି ଜିଲ୍ଲାପାଳ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଭାରତ ଆସିବା ପାଇଁ ଏହି 2 ବିଦେଶୀ ପର୍ଯ୍ୟଟକଙ୍କୁ ଗତ 4 ତାରିଖରେ ଭିସା ମିଳିଥିବା ବେଳେ ସେମାନେ ଗତ 13 ତାରିଖରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ। ଆମେରିକାର ଓହିଓ ଅଞ୍ଚଳର ଏହି 2 ନାଗରିକ ବିଶାଖାପାଟଣାମ ବିମାନ ବନ୍ଦର ଦେଇ ଗତ 14ତାରିଖରେ ଗୁଣୁପୁରରେ ପହଞ୍ଚିଥିଲେ ସେମାନେ ରବିବାର ସକାଳୁ କେ.କେ ସିଂ ଗାଁକୁ ଆସିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନ ଭ୍ରମଣ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.