ETV Bharat / state

ସାରା ଦେଲେ ଆଇଡିଆ, ପାଦେ ଆଗେଇଲେ କିନ୍ନର - ଫଳରସ ବିକ୍ରି

କିନ୍ନରମାନଙ୍କୁ ଥଇଥାନ କରିବା ପାଇଁ ଖୋଲିଥିବା ଓମ୍ଫେଡ ପାର୍ଲରରେ ଜଳଖିଆ ଏବଂ ଫଳରସ ବିକ୍ରି ଆରମ୍ଭ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସପି ସାରା ଶର୍ମା । ଅଧିକ ଖବର ପଢନ୍ତୁ...

ପୁଣି ଚର୍ଚ୍ଚାରେ ସାରା; ଆଉ ପାଦେ ଆଗେଇଲେ କିନ୍ନର
ପୁଣି ଚର୍ଚ୍ଚାରେ ସାରା; ଆଉ ପାଦେ ଆଗେଇଲେ କିନ୍ନର
author img

By

Published : Jan 28, 2020, 6:55 PM IST

ଗଜପତି: କିନ୍ନରମାନଙ୍କୁ ଥଇଥାନ କରିବା ପାଇଁ ଖୋଲିଥିବା ଓମ୍ଫେଡ ପାର୍ଲରରେ ଜଳଖିଆ ଏବଂ ଫଳରସ ବିକ୍ରି ଆରମ୍ଭ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସପି ସାରା ଶର୍ମା । ସ୍ଥାନୀୟ ହସ୍ପିଟାଲ ପରିସରରେ ଥିବା ଏହି କେନ୍ଦ୍ରରେ ଜଳଖିଆ ଏବଂ ଫଳରସ ବିକ୍ରି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ମଙ୍ଗଳବାର ଉଦଘାଟନ କରିଛନ୍ତି । ଏହାଦ୍ଵାରା କିନ୍ନରମାନେ ଅଧିକ ରୋଜଗାରକ୍ଷମ ହେବା ସହ ମୁଖ୍ୟସ୍ରୋତକୁ ଫେରିପାରିବେ ବୋଲି ଏସପି କହିଥିବା ବେଳେ କିନ୍ନରମାନେ ମଧ୍ୟ ରୋଜଗାର ପନ୍ଥା ମିଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।

ପୁଣି ଚର୍ଚ୍ଚାରେ ସାରା; ଆଉ ପାଦେ ଆଗେଇଲେ କିନ୍ନର

ସାଧରଣତଃ କିନ୍ନର ମାନଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖି ଆସିଛି । ଏପରିକି ସେମାନଙ୍କ ପରିବାର ଲୋକେ ମଧ୍ୟ ସେମାନଙ୍କୁ ନିଜ ଠାରୁ ଦୂରେଇ ଦେବାକୁ ପଛାଉନାହାଁନ୍ତି । ଏଭଳି ସ୍ଥିତିରେ ନିଜର ଜୀବନ ଜୀବିକା ସଂଗ୍ରହ ପାଇଁ କିନ୍ନରମାନେ ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି ଭଳି କୁତ୍ସିତ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । କାରଣ ସେମାନଙ୍କୁ କୌଣସି ସ୍ଥାନରେ କର୍ମସଂସ୍ଥାନ ମିଳେ ନାହିଁ । ସେହି ସମାନ ଅବସ୍ଥାରେ ଥିଲେ ପାରଳାଖେମୁଣ୍ଡିର କିନ୍ନର ମାନେ । ଏହାକୁ ଦେଖିବା ପରେ ଗଜପତି ଏସପି ସାରା ଶର୍ମା ଏମାନଙ୍କ ପାଇଁ କର୍ମ ନିୟୋଜନର ବ୍ୟବସ୍ଥା କରିବାକୁ ଚିନ୍ତା କରିବା ସହ ସେମାନଙ୍କ ପାଇଁ ସ୍ଥାନୀୟ ହସ୍ପିଟାଲ ପରିସରରେ ଏକ ଓମଫେଡ ପାର୍ଲର 'ସୁରଭି' ନିର୍ମାଣ କରିଥିଲେ ।

ଗତ 25ତାରିଖରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରରେ କିନ୍ନରମାନେ କ୍ଷୀର ଏବଂ ଚା' ବିକ୍ରି କରୁଥିଲେ । ହେଲେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଏସପି କିଛି ଲୋକଙ୍କ ସହାୟତାରେ ସେମାନଙ୍କ ପାଇଁ ଜଳଖିଆ ଏବଂ ଫଳରସ ପ୍ରସ୍ତୁତି ସାମଗ୍ରୀ ଯୋଗାଡ କରିବା ସହ ମଙ୍ଗଳବାର ଠାରୁ ଏହାକୁ ଆରମ୍ଭ କରାଇଛନ୍ତି । ଏନେଇ ଏସପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୂର୍ବରୁ କିନ୍ନରମାନଙ୍କ ସଂପର୍କରେ ତାଙ୍କର ଭିନ୍ନ ମତ ରହିଥିଲା । ହେଲେ ସେମାନଙ୍କ ସଂପର୍କରେ ଅଧିକ ପଢାପଢି କରିବା ବେଳେ ସେମାନଙ୍କ ପାଇଁ କିଛି କରି ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।

ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ସେମାନଙ୍କ ପାଇଁ ଏହା କରିଛନ୍ତି । ଏହାଦ୍ଵାରା କିନ୍ନରମାନେ ସ୍ବାବଲମ୍ବୀ ହେବା ସହ ସମାଜର ମୁଖ୍ୟ ସ୍ରୋତକୁ ଆସିପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏହି ପାର୍ଲରକୁ ଉଦଘାଟନ କରିବା ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, କିନ୍ନରମାନେ ଏଭଳି କାର୍ଯ୍ୟରେ ନିୟୋଜିତ ହେବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ ।

ପାର୍ଲର ଉଦଘାଟନ ଏବଂ ଏହାର ପରବର୍ତ୍ତୀ ସମୟରେ ଏହାକୁ ବ୍ୟାପକ ଭାବେ ପ୍ରସ୍ତୁତି କରାଯାଉଥିବାରୁ କିନ୍ନରମାନେ ବେଶ ଖୁସି ପ୍ରକାଶ କରିବା ସହ ଜୀବିକା ନିର୍ବାହ କରିବେ ବୋଲି କହିଛନ୍ତି । ଏସପିଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ଏହି କେନ୍ଦ୍ର ତାଙ୍କ ପାଇଁ ନୂତନ ରାହା ହୋଇପାରିଥିବା ସେ କହିଛନ୍ତି ।

ମେଡିକାଲ ପାଖରେ ଏହି ପାର୍ଲର ଖୋଲିଥିବାରୁ ସେଠାକୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଏସବୁ ପାଇଁ ଆଗରୁ ଯେଉଁ ଅସୁବିଧା ଭୋଗ କରୁଥିଲେ ତାହା ଦୂର ହୋଇପାରିବା ସହ କିନ୍ନରମାନେ ମଧ୍ୟ ସ୍ବାବଲମ୍ବୀ ହୋଇପାରିବେ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - OMFED PARLOUR INUGRATION
FORMAT - PKG
REPORTER- HARIHARA PATNAIK
PLACE - GAJAPATI
DATE — 28-01-2020
ଆଙ୍କର-କିନ୍ନରମାନଙ୍କୁ ଥଇଥାନ କରିବା ପାଇଁ ଖୋଲିଥିବା ଓମ୍ଫେଡ ପାର୍ଲରରେ ଜଳଖିଆ ଏବଂ ଫଳରସ ବିକ୍ରି ଆରମ୍ଭ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସପି ସାରା ଶର୍ମା । ସ୍ଥାନୀୟ ହସ୍ପିଟାଲ ପରିସରରେ ଥିବା ଏହି କେନ୍ଦ୍ରରେ ଜଳଖିଆ ଏବଂ ଫଉଳରସ ବ୍କି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ମଙ୍ଗଳବାର ଉଦଘାଟନ କରିଛନ୍ତି । ଏହାଦ୍ଵାରା କିନ୍ନରମାନେ ଅଧିକ ରୋଜଗାରକ୍ଷମ ହେବା ସହ ମୁଖ୍ୟସ୍ରୋତକୁ ଫେରିପାରିବେ ବୋଲି ଏସପି କହିଥିବା ବେଳେ କିନ୍ନରମାନେ ମଧ୍ୟ ରୋଜଗାର ପନ୍ଥ ମିଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।.............

         Body:ଭିଓ 01- ସାଧରଣତଃ କିନ୍ନର ମାନଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖିଆସିଛି । ଏପରିକି ସେମାନଙ୍କ ପରିବାର ଲୋକେ ମଧ୍ୟ ସେମାନଙ୍କ ନିଜ ଠାରୁ ଦୂରେଇ ଦେବାକୁ ପଛାଉ ନାହାଁନ୍ତି । ଏଭଳି ସ୍ଥିତିରେ ନିଜର ଜୀବନ ଜିବିକା ସଂଗ୍ରହ ପାଇଁ କିନ୍ନରମାନେ ବିଭିନ୍ନ ସ୍ଥାନରେ ଭିକ୍ଷାବୃତି ଭଳି କୁତ୍ସିତ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । କାରଣ ସେମାନଙ୍କୁ କୌଣସି ସ୍ଥାନରେ କର୍ମସଂସ୍ଥାନ ମିଳେ ନାହିଁ । ସେହି ସମାନ ଅବସ୍ଥାରେ ଥିଲେ ପାରଳାଖେମୁଣ୍ଡିର କିନ୍ନର ମାନେ । ଏହାକୁ ଦେଖିବା ପରେ ଗଜପତି ଏସପି ସାରା ଶର୍ମା ଏମାନଙ୍କ ପାଇଁ କର୍ମ ନିୟୋଜନର ବ୍ୟବସ୍ଥା କରିବାକୁ ଚିନ୍ତା କରିବା ସହ ସେମାନଙ୍କ ପାଇଁ ସ୍ଥାନୀୟ ହସ୍ପିଟାଲ ପରିସରରେ ଏକ ଓମଫେଡ ପାର୍ଲର ସୁରଭି ନିର୍ମାଣ କରିଥିଲେ । ଗତ 25ତାରିଖରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରରେ କିନ୍ନରମାନେ କ୍ଷୀର ଏବଂ ଚାହା ବିକ୍ରି କରୁଥିଲେ । ହେଲେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଏସପି କିଛି ଲୋକଙ୍କ ସହୟତାରେ ସେମାନଙ୍କ ପାଇଁ ଜଳଖିଆ ଏବଂ ଫଳରସ ପ୍ରସ୍ତୁତି ସାମଗ୍ରୀ ଯୋଗାଡ କରିବା ସହ ଆଜିଠାରି ଏହାକୁ ଆରମ୍ଭ କରାଇଛନ୍ତି । ଏନେଇ ଏସପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୂର୍ବରୁ କିନ୍ନରମାନଙ୍କ ସଂପର୍କରେ ତାଙ୍କର ଭିନ୍ନ ମତ ରହିଥିଲା । ହେଲେ ସେମାନଙ୍କ ସଂପର୍କରେ ଅଧିକ ପଢା ପଢି କରିବା ବେଳେ ତାଙ୍କର ଅସଲ ଦୁଃଖ ଜଣା ପଡିବା ସହ ସେମାନେ ଭିକ୍ଷାବୃତି ଭଳି କୁତ୍ସିତ କାର୍ଯ୍ୟକୁ କାହିଁକି ଆପଣାଇଥାନ୍ତି ତାହା ଜାଣିବାକୁ ପାଇଥିଲେ । ସେହିଦିନ ଠାରୁ ସେମାନଙ୍କ ପାଇଁ କିଛି କରି ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ସେମାନଙ୍କ ପାଇଁ ଏହା କରିଛନ୍ତି । ଏହାଦ୍ଵାରା କିନ୍ନରମାନେ ସ୍ବାବଲମ୍ବୀ ହେବା ସହ ସମାଜର ମୁଖ୍ୟ ସ୍ରୋତକୁ ଆସିପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏହି ପାର୍ଲରକୁ ଉଦଘାଟନ କରିବା ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, କିନ୍ନରମାନେ ଏଭଳି କାର୍ଯ୍ୟରେ ନିଯଜିତ ହେବା ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ପଦଏ7ପ । ଏହା କିଭଳି ଆହୁରି ବ୍ୟାପକ କରାଯିବ ଏବଂ ସେମାନଙ୍କ ଆଉ କି ସମସଯଆ ରହିଛଥି ତାହାର ସମାଧାନ କରିବା ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରି ବୋଲି ଜିଲ୍ଲାପାଳ କହିଛନ୍ତି ।...........
         ବାଇଟ 01-         ଅନୁପମ ଶାହା (ଜିଲ୍ଲାପାଳ ,ଗଜପତି )
ବାଇଟ 02- ସାରା ଶର୍ମା ( ଏସପି, ଗଜପତି)
ଭିଓ 02-ପାର୍ଲର ଉଦଘାଟନ ଏବଂ ଏହାର ପରବର୍ତି ସମଯରେ ଏହାକୁ ବ୍ୟାପକ ଭାବେ ପ୍ରସ୍ତୁତି କରାଯାଉଥିବାରୁ କିନ୍ନରମାନେ ବେଶ ଖୁସି ପ୍ରକାଶ କରିବା ସହ ଏଥିରେ କଷ୍ଟ କରି ସେମାନେ ଜୀବିକା ନିର୍ବାହ କରିବେ ବୋଲି କହିଛନ୍ତି । ଏସପିଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ଏହି କେନ୍ଦ୍ର ତାଙ୍କ ପାଇଁ ନୂତନ ରାହା ହୋଇପାରିଥିବା ସେ କହିଛନ୍ତି । ଏହା 24ଘଣ୍ଟା ଖୋଲା ରହିବା ସହ ଏଠାରେ ଚାହା,କଫି ଏବଂ ଗରମ କ୍ଷୀର ସାଙ୍ଗକୁ ପାଣି ମଧ୍ୟ ବିକ୍ରି କରାଯାଉଥିବା ବେଳେ ଏବେ ଜଳଖିଆ ଏବଂ ଫଳରସ ମିଳିପାରିବ । ଏହାଦ୍ବାରା ହସ୍ପିଟାଲରେ ଥିବା ରୋଗୀ ଏବଂ ତାଙ୍କ ସପର୍କୀ ଆଉ ଏଥିପାଇଁ କୌଣସି ଦୂର ସ୍ଥାନକୁ ଯିବାକୁ ପଡିବ ନାହିଁ । ଏହାଦ୍ବାରା ଗୋଟିଏ ଗୋଷ୍ଠୀ ବଂଚିପାରିବା ସହ ଆଉ ଏକ ଗୋଷ୍ଠୀ ସହଯୋଗ ପାଇପାରିବେ୍ ବୋଲି କହିଛନ୍ତି ସହକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ...............
ବାଇଟ 04- ଡ.ପି.କେ ପାତ୍ର( ଏଡିଏମଓ,ପାରଳାଖେମୁଣ୍ଡି)
         ବାଇଟ 03- ମଧୁ (କିନ୍ନର) Conclusion:ଫାଭିଓ-ମେଡିକାଲକୁ ଆସୁଥିବା ରୋଗୀ ଏବଂ ତାଙ୍କ ସଂପର୍କୀୟ ଏସବୁ ପାଇଁ ଆଗରୁ ଯେଉଁ ଅସୁବିଧା ଭୋଗ କରୁଥିଲେ ତାହା ଦୂର ହୋଇପାରିବା ସହ କିନ୍ନରମାନେ ମଧ୍ୟ ରୋଜଗାର ପନ୍ଥା ପରାଇଛନ୍ତି । ତେଣୁ ଏସପିଙ୍କ ଏଭଳି କାମକୁ ବିଭିନ୍ନ ମହଲରୁ ସ୍ଵାଗତ କରାଯାଇଛି ।...........
.......ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ।..............
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.