ETV Bharat / state

Transgender Day: କେକ କାଟି ସେଲିବ୍ରେସନ କଲେ କିନ୍ନର

author img

By

Published : Apr 16, 2022, 10:43 AM IST

ଏପ୍ରିଲ 15କୁ ଟ୍ରାନ୍ସଜେଣ୍ଡର ଦିବସ ଭାବେ ଘୋଷଣା କରିବାକୁ ରାଜ୍ୟରୁ ଶତାଧିକ ଟ୍ରାନ୍ସଜେଣ୍ଡର ସରକାରଙ୍କୁ ଏକ ଚିଠି ପଠାଇଥିଲେ । ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଟଳ ବିହାରୀ ପାର୍କରେ ଟ୍ରାନ୍ସଜେଣ୍ଡର ମାନେ ଏକତ୍ରିତ ହୋଇ କେକ କାଟି ପରସ୍ପରକୁ ଖୁଆଇଥିଲେ । ଅଧିକ ପଢନ୍ତୁ

ଟ୍ରାନ୍ସଜେଣ୍ଡର ଦିବସକୁ ଶୃଙ୍ଖଳାର ସହ ପାଳିଛନ୍ତି କିନ୍ନର ସମ୍ପ୍ରଦାୟ

ଗଜପତି: ଏପ୍ରିଲ 15କୁ ଟ୍ରାନ୍ସଜେଣ୍ଡର ଦିବସ ଭାବେ ଘୋଷଣା କରିବାକୁ ରାଜ୍ୟରୁ ଶତାଧିକ ଟ୍ରାନ୍ସଜେଣ୍ଡର ସରକାରଙ୍କୁ ଏକ ଚିଠି ପଠାଇଥିଲେ । ରାଜ୍ୟରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଅଧିକାର ପାଇଁ ଟ୍ରାନ୍ସଜେଣ୍ଡର ମନେ ସେଥିରେ ଉଲ୍ଲେଖ କରିଥିଲେ ଯେ, ଯଦି ମହିଳା ଦିବସ, ଶିଶୁ ଦିବସ, ପିତା ଦିବସ ଏବଂ ମାତୃ ଦିବସ ହୋଇପାରେ, ତେବେ କାହିଁକି ଟ୍ରାନ୍ସଜେଣ୍ଡର ଦିବସ ହୋଇପାରିବ ନାହିଁ ?ତେବେ ସୁପ୍ରିମକୋର୍ଟ 15 ଏପ୍ରିଲ 2015ରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ‘ତୃତୀୟ ଲିଙ୍ଗ’ ଭାବରେ ସ୍ୱୀକୃତି ଦେଇଛନ୍ତି, ଯେଉଁଥି ପାଇଁ ସେମାନେ ଏପ୍ରିଲ 15କୁ ଟ୍ରାନ୍ସଜେଣ୍ଡର ଦିବସ ଭାବରେ ପାଳନ କରିବାକୁ ଚାହୁଁଥିଲେ ।

ଶୁକ୍ରବାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଟଳ ବିହାରୀ ପାର୍କରେ ଟ୍ରାନ୍ସଜେଣ୍ଡର ମାନେ ଏକତ୍ରିତ ହୋଇ କେକ କାଟି ପରସ୍ପରକୁ ଖୁଆଇ ଥିଲେ । ଟ୍ରାନ୍ସଜେଣ୍ଡର ଦିବସକୁ ଶୃଙ୍ଖଳାର ସହ ପାଳନ କରିଛନ୍ତି । ଟ୍ରାନ୍ସଜେଣ୍ଡର ମାନେ କହିଛନ୍ତି ଯେ, ଟ୍ରାନ୍ସଜେଣ୍ଡର ଦିବସ ସମ୍ପ୍ରଦାୟର ଏକତା ପ୍ରଦର୍ଶନ କରିବ ଏବଂ ଏହା ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ସହାୟକ ହେବ । ତୃତୀୟ ଲିଙ୍ଗ ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ଏବଂ ସମାଜକୁ ସଶକ୍ତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ଟ୍ରାନ୍ସଜେଣ୍ଡରଙ୍କ ଜନସଂଖ୍ୟା ପ୍ରକୃତରେ ଦେଖାଯାଉଥିବା ଜନସଂଖ୍ୟାଠାରୁ ଅଧିକ ।

ଟ୍ରାନ୍ସଜେଣ୍ଡର ମାନେ ସେମାନଙ୍କର ପରିଚୟ ପ୍ରକାଶ କରନ୍ତି ନାହିଁ କାରଣ, ସେମାନେ ଭେଦଭାବ ହେବାର ଭୟ କରନ୍ତି ଏବଂ ସେମାନେ ମଧ୍ୟ ‘ହିଞ୍ଜଡା’ ବୋଲି କହିବାରେ ଅସହଜ ମନେ କରନ୍ତି । ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ଶୃଙ୍ଖଳିତ କରିବା ପାଇଁ ଏକ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ମଧୁ କିନର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.