ETV Bharat / state

କିଛି ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଐତିହାସିକ ମହେନ୍ଦ୍ରଗିରି ପର୍ବତ - କିଛି ଦିନ ପାଇଁ ପର୍ଯ୍ୟଟକଙ୍କୁ ବାରଣ

ଗଜପତି ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ମହେନ୍ଦ୍ରଗିରି ପର୍ବତ ଉପରକୁ ଚାଲିଛି ପକ୍କା ରାସ୍ତା ମରାମତି । ରାସ୍ତା ନିର୍ମାଣ ଯାଏଁ ପର୍ଯ୍ୟଟକଙ୍କୁ ଶଖର ଉପରକୁ ଯିବାକୁ ଅନୁମତି ନାହିଁ । ଅଧିକ ପଢନ୍ତୁ...

ମହେନ୍ଦ୍ର ପର୍ବତ ଶିଖର ଯାଏଁ ପକ୍କା ରାସ୍ତା ନିର୍ମାଣ

author img

By

Published : Jan 17, 2021, 11:05 AM IST

ଗଜପତି: ଜିଲ୍ଲାର ରାୟଗଡ଼ ବ୍ଲକରେ ରହିଛି ଐତିହାସିକ ମହେନ୍ଦ୍ରଗିରି ପର୍ବତ । ବିଶେଷ କରି ଶୀତ ଦିନରେ ଏଠାରେ ସୂର୍ୟ୍ୟ ଉଦୟ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । କିଛି ଦିନ ହେବ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ବତ ଶିଖର ଉପରକୁ ପକ୍କା ରସ୍ତା ନିର୍ମାଣ ଚାଲିଥିବାରୁ ଶିଖର ଉପରକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।

ମହେନ୍ଦ୍ର ପର୍ବତର ପରିବେଶ ଅତ୍ୟନ୍ତ ମନୋରମ । ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଶୀତ ଦିନ ଆରମ୍ଭରେ ସେଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳେ । ବିଶେଷ କରି ଶିଖର ଉପରୁ ସୂର୍ୟ୍ୟ ଉଦୟ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ଏହି ସୂର୍ଯ୍ୟ ଉଦୟ ଶିଖରର ବିଶେଷତ୍ବ । ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଖର ଉପରକୁ ରାସ୍ତା ନିର୍ମାଣ କରାଯାଉଛି । ଏ ନେଇ କିଛି ଦିନ ପାଇଁ ପର୍ଯ୍ୟଟକଙ୍କୁ ଶିଖର ଉପରକୁ ଯିବାକୁ ବାରଣ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସେଠାକୁ ପର୍ଯ୍ୟଟକଙ୍କୁ ଅନୁମତି ନାହିଁ ବୋଲି ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପନ ଶାହା ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.