ETV Bharat / state

ଦଲାଇଲାମାଙ୍କ ଚୁମ୍ବନ ଘଟଣା: ଗଜପତିରେ ତିବ୍ବତୀୟ ଶରଣାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ - ତିବ୍ବତୀୟ ଶରଣାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ

ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ନାବାଳକକୁ ଚୁମ୍ବନ ଭିଡିଓ ଭାଇରାଲ ଘଟଣା । ଧର୍ମଗୁରୁଙ୍କ ପ୍ରତି ଏହା ଅପମାନ ହୋଇଥିବା ଅଭିଯୋଗରେ ଗଜପତିରେ ବିକ୍ଷୋଭ ପ୍ରଦର୍ଶନ କଲେ ତିବ୍ଦତୀୟ ଶରଣାର୍ଥୀ । ଅଧିକ ପଢନ୍ତୁ

ଗଜପତିରେ ତିବ୍ବତୀୟ ଶରଣାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ

author img

By

Published : Apr 23, 2023, 3:17 PM IST

ଗଜପତିରେ ତିବ୍ବତୀୟ ଶରଣାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଗଜପତି: କିଛି ଦିନ ତଳେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଏକ ବିବାଦୀୟ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଦଲାଇଲାମା ଜଣେ କୁନି ପୁଅକୁ ଚୁମ୍ବନ କରୁଥିବାର ଦେଖିବାକୁ ମିଳିଥିଲା । ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ସମ୍ପର୍କିତ ଖବର ପ୍ରସାରିତ ହୋଇଥିଲା । ଯାହାକୁ ତୀବ୍ର ବିରୋଧ କରିଛନ୍ତି ଗଜପତିରେ ବସବାସ କରୁଥିବା ତିବ୍ବତୀୟ ସମ୍ପ୍ରଦାୟ । ଏପରି ଖବର ଦ୍ବାରା ଧର୍ମଗୁରୁ ଦଲାଇଲାମାଙ୍କ ପ୍ରତି ଅପମାନ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଧର୍ମଗୁରୁଙ୍କ ବିରୋଧରେ ଅପମାନ ସୂଚକ ଖବର ପ୍ରସାରଣ କରାଯାଇଥିବା ପ୍ରତିବାଦରେ ଆଜି ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଏବଂ ମହେନ୍ଦ୍ରଗଡ ଅଞ୍ଚଳରେ ବସବାସ କରୁଥିବା ତିଦ୍ଦତୀୟ ଶରଣାର୍ଥୀମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ହାତରେ ପ୍ଳାକାର୍ଡ ଓ ବ୍ୟାନର ଧରି ନାରାବାଜି କରିଛନ୍ତି ।

ତିବ୍ବତୀୟ ଶରଣାର୍ଥୀମାନେ ପ୍ରଥମେ ସ୍ଥାନୀୟ ତିବ୍ଦତୀୟ ସେଟେଲମେଣ୍ଟ ଅଫିସରୁ ବିରାଟ ଶୋଭାଯାତ୍ରାରେ ବାହାରି ଚନ୍ଦ୍ରଗିରି ସହର ପରିକ୍ରମା କରିଥିଲେ । ବିକ୍ଷୋଭକାରୀମାନେ କହିଛନ୍ତି ଯେ, ଧର୍ମଗୁରୁ ଦଲାଇଲାମାଙ୍କ ଏକ ଭାଇରାଲ ଭିଡିଓକୁ ଅତିରଞ୍ଜିତ କରି ଆପତ୍ତିଜନକ ଭାବରେ ଗତ ଗଣମାଧ୍ୟମରେ ପ୍ରସାରିତ କରାଯାଇଛି । ଏହା ତିବ୍ବତୀୟ ଧର୍ମଗୁରୁ ଦଳାଇଲାମାଙ୍କ ପ୍ରତି ଅପମାନ । ଏହାକୁ ପ୍ରତିବାଦ ପୂର୍ବକ ତିବ୍ବତୀୟ ଯୁବ କଂଗ୍ରେସ ଓ ମହିଳା ତିଦ୍ଦତୀୟ ସଂଘ ପକ୍ଷରୁ ଆଜି ଚନ୍ଦ୍ରଗିରି ତିବ୍ଦତୀୟ ସେଟେଲମେଣ୍ଟ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କଡା ଭାଷାରେ ନିନ୍ଦା କରାଯାଇଛି ।

ଗତ ଫେବୃଆରୀ ୨୮ ତାରିଖରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଜଣେ 8 ବର୍ଷର ନାବାଳକ ଧର୍ମଗୁରୁ ଦଳାଇଲାମାଙ୍କୁ ଭେଟିଥିଲେ । ଧର୍ମଗୁରୁ ଦଲାଇଲାମା ସେହି ନାବାଳକକୁ ଆଶୀର୍ବାଦ ପୂର୍ବକ ଚୁମ୍ବନ କରିଥିଲେ । ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ କେତେକ ଜାତୀୟ ଗଣମାଧ୍ୟମ ଖବର ପ୍ରସାରଣ କରିଥିଲେ । ଧର୍ମଗୁରୁଙ୍କୁ ବଦନାମ କରିବା ପାଇଁ ଏପରି ଚେଷ୍ଟା କରାଯାଇଛି । ଯାହା ତିବ୍ଦତୀୟଙ୍କୁ ବହୁତ ଆଘାତ ପହଞ୍ଚାଇଛି ବୋଲି ଗଜପତିରେ ବାସ କରୁଥିବା ତିବ୍ଦତୀୟ ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ସେମାନେ ଚୀନର ଷଡଯନ୍ତ୍ର ବୋଲି କହିଛନ୍ତି । ଧର୍ମଗୁରୁଙ୍କୁ ଅପମାନିତ କରିବା ପାଇଁ ଖବର ପ୍ରସାରଣ କରିଥିବା ଗଣମାଧ୍ୟମ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ।

ଆଜିର ସାମ୍ବାଦିକ ସମ୍ମଳନୀରେ ତିବ୍ଦତୀୟ ଗଣମାଧ୍ୟମ ପରାମର୍ଶଦାତା ସନ୍ଦୂପ ଦୁର୍ଜେ, ଟେଞ୍ଜିନ ଯାଞ୍ଜି, ମହିଳା ଉପଦେଷ୍ଟା ସେରିଂ ୟଂଜୁମ, ମହିଳା ସଭାନେତ୍ରୀ କୁଙ୍ଗା, ତିବ୍ବତୀୟ ପ୍ରତିନିଧି ପେମା ଥନ୍ଧୂପ, ଜିରାଙ୍ଗ ବୈଦ୍ଧ ମନ୍ଦିର ଗୁରୁଜୀ ଖେନପା ପେମା ତେମ୍ପେଲ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.