ETV Bharat / state

କୋରୋନା ଯୋଦ୍ଧା ଭାବେ ଗଜପତି ଜିଲ୍ଲାପାଳ ଓ ଏସପିଙ୍କୁ ସମ୍ବର୍ଦ୍ଧନା - Gajapati District SP

ଗଜପତି ଜିଲ୍ଲାପାଳ ଓ ଏସପିଙ୍କୁ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଗଜପତି ଜିଲ୍ଲା ବୋର୍ଡ ପକ୍ଷରୁ ସମ୍ବର୍ଦ୍ଧିତ କରଯାଇଛି । ସେହିପରି ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ କୋରୋନ ଯୋଦ୍ଧା ଭାବେ ସମ୍ବର୍ଦ୍ଧନା ଦିଆଯାଇଛି ।

ଗଜପତି ଜିଲ୍ଲାପାଳ ଓ ଏସପିଙ୍କୁ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଜିଲ୍ଲା ବୋର୍ଡ ପକ୍ଷରୁ ସମ୍ବର୍ଦ୍ଧିତ
ଗଜପତି ଜିଲ୍ଲାପାଳ ଓ ଏସପିଙ୍କୁ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଜିଲ୍ଲା ବୋର୍ଡ ପକ୍ଷଗଜପତି ଜିଲ୍ଲାପାଳ ଓ ଏସପିଙ୍କୁ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଜିଲ୍ଲା ବୋର୍ଡ ପକ୍ଷରୁ ସମ୍ବର୍ଦ୍ଧିତରୁ ସମ୍ବର୍ଦ୍ଧିତ
author img

By

Published : Jul 4, 2020, 5:12 PM IST

ଗଜପତି: ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଉଭୟ ଜିଲ୍ଲାପାଳ ଅନୁପମ ଶାହା ଏବଂ ଏସ‌ପି ସାରା ଶର୍ମା ଦିନରାତି ପରିଶ୍ରମ କରୁଛନ୍ତି । ଏପରିକି ଏସପି ନିଜର ଆଇନଶୃଙ୍ଖଳା ସମ୍ବନ୍ଧୀୟ ଦାୟିତ୍ବ ସମ୍ପାଦନ ସାଙ୍ଗକୁ ଲୋକଙ୍କୁ ସଚେତନ କରିବା ଠାରୁ ଆରମ୍ଭ କରି ଗରିବଙ୍କୁ ଜୀବନ ଜୀବିକା ଯେଗାଇବା ଭଳି କାର୍ଯ୍ୟ ବି କରୁଛନ୍ତି । ତେବେ ଏହି ଦୁଇ କୋରୋନା ଯୋଦ୍ଧାଙ୍କୁ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଗଜପତି ଜିଲ୍ଲା ବୋର୍ଡ ପକ୍ଷରୁ ସମ୍ବର୍ଦ୍ଧିତ କରଯାଇଛି । ସେହିପରି ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ କୋରୋନ ଯୋଦ୍ଧା ଭାବେ ସମ୍ବର୍ଦ୍ଧନା ଦିଆଯାଇଛି ।

ଗଜପତି ଜିଲ୍ଲାପାଳ ଓ ଏସପିଙ୍କୁ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଜିଲ୍ଲା ବୋର୍ଡ ପକ୍ଷରୁ ସମ୍ବର୍ଦ୍ଧିତ

ଏନେଇ ପରିଷଦର ଜିଲ୍ଲା ସଭାପତି ଆଲୋକ କୁମାର ବୋଷ କହିଛନ୍ତି ଯେ, ଗଜପତି ଏକ ସୀମାନ୍ତବର୍ତ୍ତୀ ଜିଲ୍ଲା ହୋଇଥିବା ସତ୍ତ୍ବେ ଏଠାରେ ଅପେକ୍ଷାକୃତ କମ୍ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା କେବଳ ପ୍ରଶାସନର କାର୍ଯ୍ୟ ଦକ୍ଷତା ଏବଂ ପୁଲିସର ସୀମା ସୁରକ୍ଷା ଯୋଗୁଁ ସମ୍ଭବପର ହୋଇପାରିଛି । ତେଣୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଉପସଭାପତି ପ୍ରଦୀପ ଚୌଧୁରୀ, ସମ୍ପାଦକ ମଞ୍ଜୁଳା ଚୌଧୁରୀ, ଲିଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.