ETV Bharat / state

ବିଜେପିର ଅଭିଯୋଗ, ଅବ୍ୟବସ୍ଥା ପାଇଁ ଗଜପତିରେ ବଢୁଛି ସଂକ୍ରମଣ - gajapati district administration

ଗଜପତି ଜିଲ୍ଲାରେ ବଢୁଛି ସଂକ୍ରମଣ । ଅବ୍ୟବସ୍ଥାକୁ ଦାୟୀ କଲା ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

ବିଜେପିର ଅଭିଯୋଗ, ଅବ୍ୟବସ୍ଥା ପାଇଁ ଗଜପତିରେ ବଢୁଛି ସଂକ୍ରମଣ

author img

By

Published : May 12, 2021, 7:51 PM IST

ଗଜପତି: ଜିଲ୍ଲାରେ ଦିନକୁ ଦିନ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ପ୍ରତିଦିନ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେମାନଙ୍କୁ 1 କେଭିଡ୍ କେୟାର ସେଣ୍ଟରରେ ରଖାଯାଉଛି । କାହାର ସ୍ଵାସ୍ଥ୍ୟବସ୍ଥା ବିଗିଡିଲେ ସେମାନଙ୍କୁ ଜିଲ୍ଲା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ବର୍ତମାନ କୋଭିଡ୍ ହସ୍ପିଟାଲରେ କୌଣସି ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରାନଯାଇ ଡାକ୍ତରୀ ଛାତ୍ରମାନଙ୍କୁ ନିଯୁକ୍ତ କରାଯାଇଛି । ଯାହା ଫଳରେ ରୋଗୀମାନେ ଉଚିତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ସ୍ଥିତି ହେଉଥିବା ବୁଧବାର ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସାଧାରଣ ସଂପାଦକ ନୃସିଂହ ଚରଣ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ବିଜେପିର ଅଭିଯୋଗ, ଅବ୍ୟବସ୍ଥା ପାଇଁ ଗଜପତିରେ ବଢୁଛି ସଂକ୍ରମଣ

ବର୍ତମାନ ପାରଳାଖେମୁଣ୍ଡି ସହରରେ ତାପମାତ୍ରା ବୃଦ୍ଧି ପାଇଛି । ଅସହ୍ୟ ଗରମ ଅନୁଭୂତ ହେଉଛି । ସେପଟେ ଲକଡାଉନ୍ ଏବଂ ସଟଡାଉନ୍ ଜାରି ରହିଥିବାରୁ ଲୋକେ ଘର ମଧ୍ୟରେ ରହୁଛନ୍ତି । ତେବେ ଏହି ସମୟରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ତେଣୁ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଏହି ସ୍ଥିତିରେ ସୁଧାର ନଆସିଲେ ବିଜେପି ନିଶ୍ଚିତ ଭାବେ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।

ଏହି ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାମାରୀର ମୁକାବିଲା ସମୟରେ କଂଗ୍ରେସର ନେତାମାନେ ଯେଉଁଭଳି ଭାବେ ନକାରାତ୍ମକ ପ୍ରଚାର କରି ଲୋକଙ୍କ ଦ୍ବନ୍ଦ ମଧ୍ୟକୁ ଠେଲି ଦେଉଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ । ଏସଂକ୍ରାନ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ଼ା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଏକ ପତ୍ର ଲେଖି ନିଜର ଦୁଃଖ ଜଣାଇଛନ୍ତି । ଶ୍ରୀ ନଡ୍ଡା ନିଜ ଚିଠିରେ ଯାହା ଉଲ୍ଲେଖ କରିଛନ୍ତି ତାହାକୁ ସେ ସମର୍ଥନ ଜଣାଉଥିବା କହିଛନ୍ତି । ତେଣୁ ସମସ୍ତେ ଏହି ଲଢେଇରେ ସକରାତ୍ମକ ଭାବେ ସାମିଲ ହୋଇ କୋଭିଡକୁ ହରାଇବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.