ETV Bharat / state

ନର୍ସିଂପଢାକୁ ବିତିଲାଣି 3 ବର୍ଷ, ମିଳିପାରୁନି ସାର୍ଟିଫିକେଟ - not receive a certificate

ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା ମନୋନୀତ ହୋଇ ଗଜପତିରେ ଅନେକ ଛାତ୍ରୀ ନର୍ସିଂ ପଢିବା ପରେ ବି ସେମାନଙ୍କୁ ଏଯାଁଏ ସାର୍ଟିଫିକେଟ୍ ମିଳିପାରି ନଥିବା ଅଭିଯୋଗ ହୋଇଛି ।

ପଢା ସରିବାର 3 ବର୍ଷ ପରେ ବି ମିଳିନି ସାର୍ଟିଫିକେଟ

author img

By

Published : Feb 26, 2021, 8:15 PM IST

ଗଜପତି: ଆଦିବାସୀଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏବେ ଅନେକ ଆଦିବାସୀ ପିଲାଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା ମନୋନୀତ ହୋଇ ଗଜପତି ଜିଲ୍ଲାର ଅନେକ ଛାତ୍ରୀ ନର୍ସିଂ ପଢିବା ପାଇଁ ଭୂବନେଶ୍ବର ଯାଇଥିଲେ । ହେଲେ ପାଠପଢା ସରିବାର 3ବର୍ଷରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ସେମାନଙ୍କୁ ସାର୍ଟିଫିକେଟ୍ ମିଳିପାରିନି ।

ପଢା ସରିବାର 3 ବର୍ଷ ପରେ ବି ମିଳିନି ସାର୍ଟିଫିକେଟ

ଫଳରେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଆଇଟିଡିଏ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ତେବେ ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ ।

ଗତ 2014-15 ଶିକ୍ଷାବର୍ଷରେ ଗଜପତି ଜିଲ୍ଲାର ଅନେକ ଆଦିବାସୀ ଛାତ୍ରୀଙ୍କୁ ବିଭନ୍ନ ସ୍ଥାନକୁ ପଠାଯାଇଥିଲା । ସେଥିମଧ୍ୟରୁ 30ଜଣଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ନର୍ସିଂ କଲେଜକୁ ପଢାଇବା ପାଇଁ ପଠାଇଥିଲା ଆଇଟିଡିଏ । ଏହି ଛାତ୍ରୀମାନେ ପ୍ରତିବର୍ଷ ପରୀକ୍ଷା ଦେବା ସହ 2018ମସିହାରେ ଏମାନଙ୍କ ପାଠପଢା ସରିଥିଲା ।

ସେହିଦିନ ଠାରୁ ସେମାନେ ସାର୍ଟିଫିକେଟ ପାଇଁ ଦୌଡୁଥିଲେ ମଧ୍ୟ ଆଜିଯାଏଁ ତାହା ମିଳିପାରିନାହିଁ । ଏହାରି ଭିତରେ 3ବର୍ଷ ବିତି ସାରିଥିଲେ ମଧ୍ୟ ନିଜେ ପଢିଥିବା ପାଠ୍ୟକ୍ରମର ପ୍ରମାଣପତ୍ର ପାଇ ନଥିବାରୁ ସେମାନେ ନିଯୁକ୍ତି କରିପାରୁ ନାହାନ୍ତି । ଏହି ଘଟଣା ସଂପର୍କରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ଏଭଳି ହେଲେ ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କ୍ଷୋଭର ସହ କହିଛନ୍ତି ଏହି ଆଦିବାସୀ ଛାତ୍ରୀମାନେ ।

ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.