ETV Bharat / state

ପାରଳାଖେମୁଣ୍ଡିର ନିଆରା ପରମ୍ପରା ‘ଗଜମୁହାଁ’ - ଗଜମୁହାଁ

ଭିନ୍ନ ଏକ ପରମ୍ପରା ପାରଳାଖେମୁଣ୍ଡିର ଗଜମୁହାଁ । ପ୍ରତିବର୍ଷ ଚୈତ୍ରମାସର ପ୍ରତ୍ୟେକ ମଙ୍ଗଳବାରରେ ଏହା ପାଳିତ ହେଉଥିବା ବେଳେ ଶେଷ ମଙ୍ଗଳବାର ଖୁବ୍ ଆକର୍ଷଣୀୟ ହୋଇଥାଏ । ବିଶେଷ କରି କଟିକିଆ ସାହିର ଗଜମୁହାଁର ରହିଛି ସ୍ବତନ୍ତ୍ରତା । ଅଧିକ ପଢନ୍ତୁ...

ପାରଳାଖେମୁଣ୍ଡିର ନିଆରା ପରମ୍ପରାର ଗଜମୁହାଁ
ପାରଳାଖେମୁଣ୍ଡିର ନିଆରା ପରମ୍ପରାର ଗଜମୁହାଁ
author img

By

Published : Apr 29, 2021, 5:58 PM IST

Updated : Apr 29, 2021, 6:11 PM IST

ଗଜପତି: ସଂସ୍କୃତି ଓ ପରମ୍ପରାର ସହର ପାରଳାଖେମୁଣ୍ଡି । ତେବେ ପାରଳାଖେମୁଣ୍ଡି ସହରର ଗଜମୁହାଁ ପରମ୍ପରା ଯେତିକି ପୁରୁଣା ସେତିକି ରୋଚକ ମଧ୍ୟ । ସହରର ଅଧିକାଂଶ ସାହିରେ ପ୍ରତିବର୍ଷ ଚୈତ୍ର ମାସର ମଙ୍ଗଳବାରରେ ଏହା ପାଳିତ ହେଉଥିବା ବେଳେ ସହରର କଟିକିଆ ସାହିରେ ସବୁ ମଙ୍ଗଳବାରେ ଏହା ପାଳିତ ହୋଇଥାଏ । ଚିତ୍ର ମାସର ଅନ୍ୟ ମଙ୍ଗଳବାର ଅପେକ୍ଷା ଶେଷ ମଙ୍ଗଳବାରର ଗଜମୁହାଁର ରହିଛି ସ୍ବତନ୍ତ୍ରତା । ଲିଆ, ଗୁଡରେ ପ୍ରସ୍ତୁତ ଗଜମୁହାଁକୁ ବିଭିନ୍ନ ପ୍ରକାରରେ ସଜ୍ଜିତ କରି ମଙ୍ଗଳବାର ସନ୍ଧ୍ୟାରେ ସାହିର ଯୁବକମାନେ ଏହାକୁ ପୂଜା କରିବା ସହ ମୁଣ୍ଡରେ ଧରି ସହର ପରିକ୍ରମା କରିଥାନ୍ତି । ବୁଧବାର ସକାଳୁ ଠାକୁରାଣୀଙ୍କ ନିକଟରେ ଭୋଗ ଲଗାଇବା ପରେ ଏହାକୁ ସମସ୍ତେ ପାଇଥାନ୍ତି ।

ପାରଳାଖେମୁଣ୍ଡିର ନିଆରା ପରମ୍ପରାର ଗଜମୁହାଁ

ମୁହାଁ ପରିକ୍ରମା ସମୟରେ ବାଜୁଥିବା ବାଜାର ବି ରହିଛି ସ୍ବତନ୍ତ୍ରତା । ଜଣେ ଏହି ବାଜା ଶୁଣିବା ଦ୍ବାରା ତାର ଗୋଡ ଆପେଆପେ ସେହି ସ୍ଥାନକୁ ଟାଣିନେବା ସହ ମୁହାଁଧାରୀଙ୍କ ସହ ନାଚିବାକୁ ବାଧ୍ୟ କରିବ । ଏହି ପରମ୍ପରାକୁ ପାଳନ କରିବା ପାଇଁ କଟିକିଆ ସାହିର ଯିଏ ଯେଉଁଠି ଥା’ନ୍ତୁ ନା କାହିଁକି ସମସ୍ତେ ଘର ମୁହାଁ ହୋଇଥାନ୍ତି । ସମସ୍ତେ ରାତି ତମାମ ବୁଲିବା ସହ ବୁଧବାର ସକାଳେ ଏହାକୁ ବିସର୍ଜନ କରିବା ପରେ ଘରକୁ ଫେରିଥାନ୍ତି । ଚଳିତ ବର୍ଷ ସାହିର ଯୁବକମାନ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଭୂତାଣୁର ଅପରୂପକୁ ଗଜାମୁହାଁରେ ସଜ୍ଜିତ କରାଯାଇଥିଲା । ଯାହାକୁ ସମସ୍ତେ ଦେଖିବା ସହ କରୋନା ଭୂତାଣୁ ସଂପର୍କରେ ସଚେତନ ହୋଇପାରିଥିଲେ ।

ବହୁ ବର୍ଷ ତଳେ ପାଳାଖେମୁଣ୍ଡିରେ ମହାମାରୀ ଦେଖାଦେଇଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଏଠାକାର ଲୋକେ ଚୈତ୍ରମାସ ମଙ୍ଗଳବାରରେ ଗଜମୁହାଁ ଠାକୁରାଣୀଙ୍କ ନିକଟରେ ଭୋଗ କରିଥିଲେ । ଏହାପରେ ମହାମାରୀରୁ ରକ୍ଷା ମିଳିଥିଲା ବୋଲି କୁହାଯାଏ । ତେଣୁ, ସେହିଦିନ ଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜି ବି ଜାରି ରହିଛି । ମାଁଙ୍କୁ ଶୀତଳ ନଦେଲେ ପୁଣିଥରେ କୌଣସି ପ୍ରକାର ଅଘଟଣ ଘଟିବ ବୋଲି ଲୋକଙ୍କ ଆଶଙ୍କା ରହିଛି । ବର୍ତ୍ତମାନ କରୋନା ମାହାମାରୀ ତାର ତାଣ୍ଡବ ରଚି ଚାଲିଥିବା ବେଳେ ଏଥିରୁ ମୁକ୍ତି ଦେବା ପାଇଁ ମଧ୍ୟ ଲୋକେ ମାଁଙ୍କ ନିକଟରେ ଗୁହାରୀ କରିଛନ୍ତି ବୋଲି କହିଛନ୍ତି ପୂଜକ ।

ମହାମାରୀରୁ ରକ୍ଷା ମିଳୁଛି କି ନାହିଁ ତାହା ଭିନ୍ନ କଥା । କିନ୍ତୁ, ଆଧୁନିକ ଯୁଗରେ ଦୀର୍ଘ ବର୍ଷର ପରମ୍ପରାକୁ ଆଜି ମଧ୍ୟ ପାଳନ କରିବା ନିଶ୍ଚିତ ଭାବେ ଲୋକଙ୍କ ଆସ୍ଥାକୁ ଦର୍ଶାଉଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Apr 29, 2021, 6:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.