ପାରଳାଖେମୁଣ୍ଡି: ରାଜ୍ୟରେ କୋରୋନା ସଂକ୍ରମଣ ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଏହାର ନିୟନ୍ତ୍ରଣ ପାଇଁ ସରକାର ସାରା ରାଜ୍ୟର ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି। ତେବେ ଏସପି ତପନ କୁମାର ପଟ୍ଟନାୟକ ନିଜେ ସହରରେ ବୁଲି କର୍ଫ୍ୟୁର ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ।
ରାତି ୯ଟା ସୁଦ୍ଧା ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡାକଡି କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସହରରେ କର୍ଫ୍ୟୁକୁ ସଠିକ ଭାବେ ଲାଗୁ କରିବା ପାଇଁ ପ୍ରଶାସନ ତତ୍ପରତା ଦେଖାଇଛି । ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟର ସହରଗୁଡିକରେ କର୍ଫ୍ୟୁ ଲଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏସପି ଜିଲ୍ଲାରେ କର୍ଫ୍ୟୁକୁ ସଫଳ କରିବା ପାଇଁ ନିଜେ ରାତିରେ ସହରରେ ବୁଲି ସ୍ଥିତି ଅନୁଧ୍ୟାନ କରୁଥିବାର ଦେଖିବାକୁ ମିଳିଛି ।
ସୂଚନା ଥାଉ କି ରାଜ୍ୟରେ କୋରୋନା ସଂକ୍ରମଣ କ୍ଷିପ୍ର ଗତିରେ ବୃଦ୍ଧି ପାଇବା ପରେ ମହାମାରୀର ଭୟଙ୍କର ସ୍ଥିତିକୁ ରୋକିବା ପାଇଁ ରାଜ୍ୟ ସରକାର ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି । ଶନିବାର ରାତିଠାରୁ ରାଜ୍ୟର ସହରାଞ୍ଚଳରେ କର୍ଫ୍ୟୁକୁ ଲାଗୁ କରାଯାଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ