ଗଜପତି: ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି ଦେବସ୍ନାନ ଯାତ୍ରା। ଜଗନ୍ନାଥ ସଂସ୍କୃତିରେ ସ୍ନାନଯାତ୍ରା ଅନ୍ୟତମ ମୁଖ୍ୟ ନୀତି ହୋଇଥବା ଯୋଗୁଁ ଏହି ଯାତ୍ରାରେ ସାମିଲ ହୋଇ ଠାକୁରଙ୍କ ଗଜାନନ ବେଶ ଦର୍ଶନ କରିଥାନ୍ତି।
ମାତ୍ର ଚଳିତବର୍ଷ କୋରୋନା ପାଇଁ ଦେଶର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି କିନ୍ତୁ ଠାକୁରଙ୍କ ନୀତିକାନ୍ତି ସ୍ୱାଭାବିକ ଭାବେ ଜାରି ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେହି ଆଧାରରେ ପାରଳାଖେମୁଣ୍ଡିର ସେବାୟତମାନେ ଠାକୁରଙ୍କ ଦେବସ୍ନାନ ନୀତି ସମ୍ପନ୍ନ କରିଛନ୍ତି।
ତେବେ ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ ପାଇଁ ଭିଡ଼ ଜମାଇବା ସମ୍ଭାବନାକୁ ଏଡ଼ାଇବା ପାଇଁ ଗୁରୁବାର ସନ୍ଧ୍ୟାରୁ ମନ୍ଦିର ଚାରିପାଖରେ 100 ମିଟର ଯାଏ 144 ଧାରା ଯାରିକରିଛି। ଫଳରେ ସଂପୃକ୍ତ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବାରୁ ଶ୍ରଦ୍ଧାଳୁ ସିଧାସଳଖ ଠାକୁରଙ୍କ ଦର୍ଶନ କରିପାରୁନାହାନ୍ତି।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ