ଗଜପତି: ଶ୍ରାବଣ ମାସର ପ୍ରଥମ ସୋମବାର । ଶିବଙ୍କ ପ୍ରିୟ ବାରରେ ଏକ ଶୈବ ପୀଠରେ ଦେଖିବାକୁ ମିଳିଛି ସାପ-କଇଁଚ ଖେଳ । ପାରଳାଖେମୁଣ୍ଡି ହସ୍ପିଟାଲ ଛକ ନିକଟରେ ଥିବା ଅର୍ଦ୍ଧନାରୀଶ୍ବର ମନ୍ଦିରର ଏହି ଦୃଶ୍ୟ ।
ଏହି ମନ୍ଦିରରେ ପ୍ରାୟ 50ରୁ ଅଧିକ କଇଁଛ ରହିଥାଆନ୍ତି । ଏହି ମନ୍ଦିର କଇଁଛ ମନ୍ଦିର ଭାବେ ମଧ୍ୟ ପରିଚିତ । ତେବେ ଜଳାଭିଷେକ ସମୟରେ କାଉଡିଆମାନଙ୍କ ଭିଡ ଲାଗିଥିବା ବେଳେ ଅପରାହ୍ନରେ ଏକ ନାଗ ସାପକୁ କଇଁଛଙ୍କ ଗହଣରେ ଖେଳୁଥିବାର ଦେଖିବାକୁ ମିଳିଛି । ଏହି ଖବର ଜାଣିବା ପରେ ଆଖପାଖ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟିଥିଲା । ଏହାସହ ଏହାକୁ ଭାଗବାନଙ୍କ ଲୀଲା ବୋଲି କହି ପୂଜାର୍ଚ୍ଚନ କରୁଥିବାର ଦେଖିବାକୁ ମିଳିଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ