ଗଜପତି: ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଆରମ୍ଭ ହେବା ପରେ ରାଜ୍ୟ ବାହାରେ ଥିବା ସମସ୍ତ ପ୍ରବାସୀ ଶ୍ରମିକ ନିଜ ନିଜ ଜିଲ୍ଲାକୁ ଆସି ପହଞ୍ଚିଯାଇଛନ୍ତି । ତେବେ ସମସ୍ତ ଶ୍ରମିକଙ୍କୁ କ୍ବାରେନଣ୍ଟାଇନ ସେଣ୍ଟରରେ ରଖାଯାଉଛି । ଗଜପତି ଜିଲ୍ଲାରେ ଆଜି ସୁଦ୍ଧା 10 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାଖପାଖି 6000 ପ୍ରବସୀ ମାନେ ବାହାର ରାଜ୍ୟରୁ ଆସି ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହୁଛନ୍ତି ।
ତେବେ କିଛି କେନ୍ଦ୍ରଠାରେ ଅନାବଶ୍ୟକ ଭାବେ ଲୋକଙ୍କ ପ୍ରବେଶ କରୁଥିବା ଖବର ମିଳିବାରୁ ପ୍ରଶାସନ ପକ୍ଷରୁ ସୋମବାର ଜିଲ୍ଲାର ସମସ୍ତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ବା କ୍ବାରେନଣ୍ଟାଇନ ସେଣ୍ଟରରେ 144 ଧାରା ଲାଗୁ କରାଯାଇଛି । ଯେଉଁ ବ୍ୟକ୍ତି ଏହି ନିୟମ ଉଲ୍ଲଂଘନ କରି କେନ୍ଦ୍ରର 100 ମିଟର ମଧ୍ୟରେ ପ୍ରବେଶ କରିବ ସେ ଗିରଫ ହେବେ ବୋଲି ଗଜପତି ଜିଲ୍ଲାପାଳ କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ