ETV Bharat / state

ଗଜପତି ଗସ୍ତରେ ଏସଆରସି; ତିତିଲି ପ୍ରଭାବିତଙ୍କ ସହ ଆଲୋଚନା

author img

By

Published : Jul 29, 2019, 11:58 PM IST

ତିତିଲି ପ୍ରଭାବିତ ଗଜପତି ଜିଲ୍ଲାର ପୁନଃରୁଦ୍ଧାର କାମ ଯୋରଦାର ଚାଲିଥିବା ବେଳେ ସ୍ବତନ୍ତ୍ର ରିଲିଫ କମିଶନର ଜିଲ୍ଲା ଗସ୍ତରେ ଆସି ସମୀକ୍ଷା କରିବା ପରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଗତ 2018 ଅକ୍ଟୋବରରେ ରାଜ୍ୟକୁ ଆସିଥିଲା ସାମୁଦ୍ରିକ ଝଡ ତିତିଲି । ଏହି ପ୍ରଳୟଙ୍କାରୀ ବାତ୍ୟା ରାଜ୍ୟର ଗଜପତି ଜିଲ୍ଲା ମୁଖ୍ୟତଃ ପ୍ରଭାବିତ ହୋଇଥିଲା । ଏହି ତିତିଲିରେ ଗଜପତି ଜିଲ୍ଲା ଏକ ପ୍ରକାର ଖିନଭିନ ହୋଇଗଲା । ବିଶେଷ କରି ରାଇଗଡା ବ୍ଲକ ଅଧିନରେ ଥିବା ମହେନ୍ଦ୍ରଗିରି ପାଦଦେଶ ଅଞ୍ଚଳରେ ବିଶେଷ ପ୍ରଭାବ ପକାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ପରବର୍ତ୍ତୀ ପୁନଃଉଦ୍ଧାର କାମର ସମୀକ୍ଷା ପାଇଁ ଆଜି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଗଜପତି ଜିଲ୍ଲା ଗସ୍ତରେ ଆସି ଫେରିଯାଇଛନ୍ତି ।

ସେ ପ୍ରଥମେ ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ବିଭାଗ ୱାରୀ ପୁନଃଉଦ୍ଧାର କାମର ସମୀକ୍ଷା କରିବା ପରେ ବାତ୍ୟା ବିଧ୍ୟସ୍ତ କଇଁପୁର ଅଞ୍ଛଳ ଗସ୍ତ କରି ଅଞ୍ଛଳବାସୀଙ୍କ ଆଲୋଚନା କରିବା ସହ କାମର ତଦାରଖ କରିଛନ୍ତି । ତେବେ ଜିଲ୍ଲାରେ ଚାଲିଥିବା ବାତ୍ୟା ପରବର୍ତ୍ତୀ ପୁନଃଉଦ୍ଧାର କାମକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିବା ବେଳେ ବଳକା କାମକୁ ଶୀଘ୍ର ସାରିବା ପାଇଁ ନିର୍ଦେଶ ଦେଇଛନ୍ତି । ବାତ୍ୟାରେ 48 ଜଣଙ୍କ ଜୀନନ ଯାଇଥିବା ବେଳେ ବେଳେ ହଜାର ହଜାର ଘର ମାଟିରେ ମିଶିଥିଲା । ଏହାସହ ବାତ୍ୟା ମାଡରେ ଜିଲ୍ଲାର ଏକ ପ୍ରକାର ଭୌଗୋଳିକ ସ୍ଥିତି ବଦଳିଯାଇଥିଲା । ଅନେକ ନିରୀହ ଶିଶୁ ଅନାଥ ହୋଇଗଲେ । ବାତ୍ୟାପରେ ଜିଲ୍ଲାର ପରବର୍ତ୍ତୀ ପୁନଃରୁଦ୍ଧାର ପାଇଁ ସରକାର ପ୍ରାଥମିକ ଅଗ୍ରାଧିକାର ଭିତ୍ତିରେ କାମ ଆରମ୍ଭ କରିଥିଲେ । ସଚିବାଳୟରୁ ଅଫିସର ମାନେ ବାରୁମ୍ବାର ଗସ୍ତ କରି ଗଜପତିର ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ ଯୋରଦାର ପ୍ରୟାସ କରିଥିଲେ ।

ସ୍ବତନ୍ତ୍ର ରିଲିଫ କମିଶନର ଜିଲ୍ଲାକୁ 2ଶହ 29 କୋଟିର ଆର୍ଥିକ ସହାୟତା ଯୋଗାଇବା ସହ ପୁନଃରୁଦ୍ଧାର କାମ କୁ ଯୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ଭିତ୍ତିଭୂମି, କୃଷି, ଗୋପାଳନ, ସ୍କୁଲ ଓ ଅଙ୍ଗନୱାଡି ମରାମତି, ରାସ୍ତା , ଘର ପାଇଁ ବିଭାଗ ୱାରି ଟଙ୍କା ଦିଆଯାଇଥିଲା । ଯାହା ଫଳରେ ଭିତ୍ତିଭୂମି ସହ ସମସ୍ତ ପ୍ରଭାବିତ ଲୋକଙ୍କୁ ଘୋର ଯୋଗାଇ ଦିଆଯାଇଛି ।

ତେବେ ତିତିଲି ପ୍ରଭାବିତ ଅଞ୍ଚଳରେ ପୁନଃରୁଦ୍ଧାର କାମ କେମିତି ଚାଲିଛି , କଣ ଆବଶ୍ୟକତା ଟଙ୍କା ଠିକ ଭାବେ ଖର୍ଚ୍ଚ ହେଉଛିକି ନାହିଁ ତାହା ସମୀକ୍ଷା କରିବା ପାଇଁ ଆଜି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଗଜପତି ଗସ୍ତରେ ଆସି ଜିଲ୍ଲାପାଳ ଓ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.