ETV Bharat / state

ଗଜପତିରେ ଆରଟିପିସିଆର୍ ଟେଷ୍ଟ କେନ୍ଦ୍ର ଖୋଲିବାକୁ ଘୋଷଣା

author img

By

Published : May 12, 2021, 4:10 PM IST

କୋରୋନା ସ୍ଥିତି ନିୟନ୍ତ୍ରଣ ବାହାରେ ହେବାରେ ଲାଗିଛି । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 16ଟି ଜିଲ୍ଲାରେ ଆରଟିପିସିଆର୍ ଟେଷ୍ଟ କେନ୍ଦ୍ର ଖୋଲିବାକୁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଗଜପତିରେ ଆରଟିପିସିଆର୍ ଟେଷ୍ଟ କେନ୍ଦ୍ର ଖୋଲିବାକୁ ଘୋଷଣା
ଗଜପତିରେ ଆରଟିପିସିଆର୍ ଟେଷ୍ଟ କେନ୍ଦ୍ର ଖୋଲିବାକୁ ଘୋଷଣା

ଗଜପତି: କୋରୋନା ସ୍ଥିତି ନିୟନ୍ତ୍ରଣ ବାହାରେ ହେବାରେ ଲାଗିଛି । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଆରଟିପିସିଆର୍ ଟେଷ୍ଟ ବର୍ତ୍ତମାନ ରାଜ୍ୟର ହାତଗଣତି କିଛି ସ୍ଥାନରେ ହେଉଥିବାବେଳେ ଏହାର ରିପୋର୍ଟ ଆସିବା ପାଇଁ ୩/୪ ଦିନ ଅପେକ୍ଷା କରିବାକୁ ପଡୁଛି । ଏହି ବିଳମ୍ବ ଯୋଗୁଁ ଆକ୍ରାନ୍ତମାନେ ବାହାରେ ବୁଲୁଥିବା ଯୋଗୁଁ ସଂକ୍ରମଣ ଅଧିକ ମାତ୍ରାରେ ବ୍ୟାପୁଥିବା କୁହାଯାଉଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ୧୬ଟି ଜିଲ୍ଲାରେ ଆରଟିପିସିଆର୍ ଟେଷ୍ଟ କେନ୍ଦ୍ର ଖୋଲିବାକୁ ଘୋଷଣା କରିଛନ୍ତି । ସେଥିମଧ୍ୟରେ ଗଜପତି ଅନ୍ୟତମ ।

ଏହି ଖବର ପ୍ରଚାରିତ ହେବା ପରେ ଗଜପତିବାସୀ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି । ଏହାଦ୍ଵାରା ଦିନକ ମଧ୍ୟରେ ଆରଟିପିସିଆର୍ ଟେଷ୍ଟ ରିପୋର୍ଟ ମିଳିପାରିବ ଏବଂ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯାଇପାରିବ । ଏଭଳି ହେଲେ ସଂକ୍ରମଣ ହାର କମିବା ଆଶା ରହିଥିବା ଲୋକେ କହିଛନ୍ତି । ତେଣୁ ଅତିଶୀଘ୍ର ଏହାକୁ ଆରମ୍ଭ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି ।

ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ପ୍ରଦୀପ କୁମାର ପାତ୍ର କହିଛନ୍ତି ଯେ, ଗତକାଲି ଏନେଇ ଆମକୁ ନିର୍ଦ୍ଦେଶ ଆସିଛି । ଏହାର ଭିତ୍ତିଭୂମି ପାଇଁ ପୂର୍ତ୍ତ ବିଭାଗ ସହ ଆଲୋଚନା କରାଯାଇଛି । ଅତିଶୀଘ୍ର ଏହା ପ୍ରସ୍ତୁତ ହୋଇଯିବ । ଏହାପରେ ଏହି କେନ୍ଦ୍ର ଆରମ୍ଭ ହୋଇପାରିବ ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.