ETV Bharat / state

Repolling: ଗଜପତିର 2ଟି ବୁଥରେ ଚାଲିଛି ସାନି ମତଦାନ - ଗଜପତିରେ ସାନି ମତଦାନ

ଜିଲ୍ଲାର ଚାଲିଛି ସାନି ମତଦାନ । ଗଜପତି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବୁଥରେ ଆସି ସାନି ମତଦାନ ଚାଲିଛି । ଅଧିକ ପଢ଼ନ୍ତୁ

repolling for panchayat election in gajapati
Repolling: ଗଜପତିର 2ଟି ବୁଥରେ ଚାଲିଛି ସାନି ମତଦାନ
author img

By

Published : Feb 25, 2022, 1:53 PM IST

ଗଜପତି: ଜିଲ୍ଲାର ଚାଲିଛି ସାନି ମତଦାନ । ଗଜପତି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବୁଥରେ ଆସି ସାନି ମତଦାନ ଚାଲିଛି । ଅଗରଖଣ୍ଡି ପଞ୍ଚାୟତ ୯ ଓ ୭ନମ୍ବର ଜୋନ ଏବଂ ବଡଗୋଷାଣି ପଞ୍ଚାୟତର ୧୧ନମ୍ବର ବୁଥକୁ ରିଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା ।

Repolling: ଗଜପତିର 2ଟି ବୁଥରେ ଚାଲିଛି ସାନି ମତଦାନ

ଫଳରେ ଏହି ଦୁଇ ବୁଥରେ ଶୁକ୍ରବାର ସାନି ମତଦାନ କରିବା ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଜାରି କରିଥିଲେ । ଆଜି ସକାଳ ୧୦ଟାରୁ ଅପରାହ୍ନ 3ଟା ଯାଏ ମତଦାନ ପ୍ରକ୍ରିୟା ଚାଲିବ । ତେବେ ଦୁଇ ବୁଥରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲୁଥିବା ଦେଖିବାକୁ ମିଳିଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଜଣେ ଡିଏସପିଙ୍କ ନେତୃତ୍ୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ବୁଥରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ରହିଛନ୍ତି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.