ପାରଳାଖେମୁଣ୍ଡି: ଆସନ୍ତାକାଲିଠାରୁ ହେବାକୁ ଥିବା ସମ୍ଭାବ୍ୟ ଲଗାଣ ବର୍ଷା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିବା ପରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲାପାଳ ଅନୁପମ ସାହାଙ୍କ ଏକ ପ୍ରସ୍ତୁତି ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି ।
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଆଜି ଠାରୁ ସମସ୍ତ ଅଧିକାରୀଙ୍କୁ ସ୍ଥିତି ଉପରେ ନଜର ରଖିବା ସହ ସତର୍କ ରହିବାକୁ କୁହାଯାଇଛି ।
ସବୁ ବିପଦପୂର୍ଣ୍ଣ ସ୍ଥାନରେ ଥିବା ଲୋକଙ୍କୁ ବର୍ଷା ପୂର୍ବରୁ ସେଠାରେ ଥିବା ସ୍କୁଲ ଓ ସୁରକ୍ଷିତ ସ୍ଥାନକୁ ଆଣିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆସନ୍ତା ୧୯ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ