ପାରଳାଖେମୁଣ୍ଡି: ଲକଡାଉନ ଯୋଗୁଁ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଫସି ରହିଥିବା ଗଜପତି ଓ ରାୟଗଡା ଜିଲ୍ଲାର 20ଜଣ ଶ୍ରମିକ ଚାଲି ଚାଲି ନିଜ ଗାଁକୁ ବାହାରିଛନ୍ତି । ଏନେଇ ଭିଡିଓ ମାଧ୍ୟମରେ ଜଣାଇଛନ୍ତି ସେମାନେ ।
ଗତ ପ୍ରାୟ 40ଦିନ ହେଲା ଲକଡାଉନରେ ପଡି ରହିବା ପରେ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଥିବା ଗଜପତି ଓ ରାୟଗଡା ଜିଲ୍ଲାର 20ଜଣ ଶ୍ରମିକ ଚାଲି ଚାଲି ନିଜ ଗାଁକୁ ବାହାରିଛନ୍ତି । ବର୍ତ୍ତମାନ ସେମାନେ ବିଜୟୱାଡା ଠାରୁ ପ୍ରାୟ 50କିଲୋମିଟର ଅତିକ୍ରମ କରିସାରିଛନ୍ତି । ରାସ୍ତାରେ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଭିଡିଓ ବାର୍ତ୍ତାରେ ମାଧ୍ୟମରେ ନିଜର ଅସହାୟତା ପ୍ରକାଶ କରିଛନ୍ତି ।
ସେମାନେ ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି । କୌଣସି ଉପାୟ ନପାଇ ଶେଷରେ ବିଜୟୱାଡାରୁ ଚାଲିଚାଲି ଆସିବାକୁ ବାଧ୍ୟ ହେଉଥିବା କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ ,ଇଟିଭି ଭାରତ