ETV Bharat / state

ଏସଡିସି ଅଧ୍ୟକ୍ଷ ପଦବୀ ଖାଲି, ପୂରଣ ନେଇ ଜୋର ଧରିଛି ଦାବି - gajapati SDC post

ଆଦିବାସୀଙ୍କ ପାଇଁ ଜିଲ୍ଲାକୁ ଆସିଥିବା ଟଙ୍କା ମଧ୍ୟରୁ ଏବେ ବି 7 କୋଟି 62 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ନହୋଇ ପଡି ରହିଛି । ଟଙ୍କା ଖର୍ଚ୍ଚ ହୋଇପାରିନଥିବାରୁ ଚଳିତ ଆର୍ଥିକ ବର୍ଷର ପାଣ୍ଠି ମଧ୍ୟ ଆସିନାହିଁ । ଅଧିକ ପଢନ୍ତୁ...

ଏସଡିସି ଅଧ୍ୟକ୍ଷ ପଦବୀ ଖାଲି, ପୁରଣ ନେଇ ଜୋର ଧରିଛି ଦାବି

author img

By

Published : Aug 23, 2020, 11:22 AM IST

ଗଜପତି: ଆଦିବାସୀଙ୍କ ଉନ୍ନୟନ ତଥା ସେମାନଙ୍କ ସଂସ୍କୃତି ଓ ପରମ୍ପରାର ସୁରକ୍ଷା କରିବା ପାଇଁ ସରକାର ଗଠନ କରିଥିଲେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ବା ଏସଡିସି । ଓଡିଶାର 9ଟି ଆଦିବାସୀ ବହୁଳ ଜିଲ୍ଲାରେ ଏହି ପରିଷଦ ଗଠନ କରାଯାଇ ପ୍ରତି ବ୍ଲକ ପିଛା ବାର୍ଷିକ ଦେଢ କୋଟି ଟଙ୍କା ପ୍ରଦାନ କରିବାକୁ ମଧ୍ୟ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ହେଲେ ଦୀର୍ଘ ଦିନ ହେଲା ଗଜପତି ଜିଲ୍ଲାରେ ଏସଡିସି ଅଧ୍ୟକ୍ଷ ପଦ ଖାଲି ପଡିଥିବାରୁ ଆସିଥିବା ଟଙ୍କା ଖର୍ଚ୍ଚ ନହୋଇ ପଡିରହିଛି । ତେଣୁ ତୁରନ୍ତ ଏହି ପଦବୀ ପୁରଣ କରିବା ସହ ଆଦିବାସୀଙ୍କ ଉନ୍ନତି କରିବା ଦିଗରେ କାର୍ଯ୍ୟ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି । ତେବେ ପରିଷଦ ହାତକୁ ନେଇଥିବା ପ୍ରକଳ୍ପ କାମ ଜାରି ରହିଥିବା କହିଛି ପ୍ରଶାସନ ।

ଏସଡିସି ଅଧ୍ୟକ୍ଷ ପଦବୀ ଖାଲି, ପୁରଣ ନେଇ ଜୋର ଧରିଛି ଦାବି

ସରକାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିବା ପରେ ଗଜପତି ଜିଲ୍ଲାରେ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । 2017-18 ଏବଂ 2018-19 ଆର୍ଥିକ ବର୍ଷରେ ଜିଲ୍ଲାକୁ ସାଢେ ଦଶ କୋଟି ଟଙ୍କା ଲେଖାଏଁ ହିସାବରେ 21କୋଟି ଟଙ୍କା ପ୍ରଦାନ କରିଥିଲେ । ଅନ୍ତର୍ଯ୍ୟାମୀ ନିଜର ଟିମ ଗଠନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ହେଲେ ଏହାର କିଛି ଦିନ ପରେ ହୋଇଥିବା ସାଧାରଣ ନିର୍ବାଚନରେ ଅନ୍ତର୍ଯ୍ୟାମୀଙ୍କ ପତ୍ନୀ ପୂର୍ଣ୍ଣବାସୀ ବିଜେଡି ଟିକଟ ପାଇ ମୋହନା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପରେ 2019 ମସିହା ମାର୍ଚ୍ଚରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ସେହିଦିନ ଠାରୁ ଆଜି ଯାଏଁ କୌଣସି ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି କରାଯାଇନାହିଁ । ଫଳରେ ଦୀର୍ଘ 17 ମାସ ହେଲା ଖାଲିପଡ଼ିଛି ଏହି ପଦବୀ ।

ଆଦିବାସୀଙ୍କ ପାଇଁ ଜିଲ୍ଲାକୁ ଆସିଥିବା ଟଙ୍କା ମଧ୍ୟରୁ ଏବେ ବି 7 କୋଟି 62 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ନହୋଇ ପଡି ରହିଛି । ଟଙ୍କା ଖର୍ଚ୍ଚ ହୋଇପାରିନଥିବାରୁ ଚଳିତ ଆର୍ଥିକ ବର୍ଷର ପାଣ୍ଠି ମଧ୍ୟ ଆସିନାହିଁ । ଫଳରେ ଯେଉଁ ଉଦ୍ଦ୍ୟେଶରେ ଏହା ଗଠିତ ହୋଇଥିଲା ତାହା ସାଧିତ ହୋଇପାରୁନାହିଁ । ସରକାର ଟଙ୍କା ଦେଉଥିଲେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ କରାଯାଉନଥିବା ଲୋକେ ଅଭିଯୋଗ କରୁଥିବା କହିଛନ୍ତି ଖୋଦ ଶାସକ ଦଳର ଜଣେ ଜିଲ୍ଲା ପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳ ।

ରାଜନୈତିକ ଥଇଥାନ କେନ୍ଦ୍ର ପାଲଟିଛି ଏସଡିସି । ସରକାରଙ୍କ ହାତବାରିସି ସାଜିବା ଭଳି ଲୋକଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଉଛି । ବର୍ତମାନ ସୁଦ୍ଧା ସେଭଳି ଲୋକଟିଏ ମିଳୁନଥିବାରୁ ଏହା ପୁରଣ ହେଉନଥିବା ଅଭିଯୋଗ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ।

ପରିଷଦକୁ ଦୁଇଟି ପର୍ଯ୍ୟାୟରେ 21 କୋଟି ଟଙ୍କା ଆସିଥିଲା । ଏହି ଟଙ୍କାରେ 598ଟି ପ୍ରକଳ୍ପ ହାତକୁ ନିଆଯାଇଛି । ସେଥିମଧ୍ୟରୁ 353ଟି ପ୍ରକଳ୍ପ କାମ ସରିଥିବା ବେଳେ 245ଟି ପ୍ରକଳ୍ପ କାମ ଜାରି ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା 13 କୋଟି 37 ଲକ୍ଷ 40 ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ 7କୋଟି 62ଲକ୍ଷ 60ହଜାର ଟଙ୍କା ବଳକା ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ଏସଡିସି ରାଜନୈତିକ ଥଇଥାନ କେନ୍ଦ୍ର ପାଲଟିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ସରକାର ଏହା ଉପରେ ଚିନ୍ତା କରୁଛନ୍ତି । ଅତିଶୀଘ୍ର ଖାଲି ପଡ଼ିଥିବା ଅଧ୍ୟକ୍ଷ ପଦବୀ ପୁରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.