ETV Bharat / state

ଡିଜିଟାଲ ଯୁଗରେ ଅଲୋଡା ଗ୍ରିଟିଂ କାର୍ଡ, ସ୍ମୃତି ପାଲଟିଛି ପିଲାଦିନ - ଗ୍ରିଟିଂ କାର୍ଡ

New Year Greeting card: ନୂଆ ବର୍ଷ ଆସିଲେ ଖୋଜା ପଡେ ଗ୍ରିଟିଂ କାର୍ଡ ବା ଅଭିବାଦନ କାର୍ଡ । ହେଲେ ଡିଜିଟାଲ ଯୁଗରେ କମିବାରେ ଲାଗିଛି ଗ୍ରିଟିଂକାର୍ଡର ଚାହିଦା । ଏ ନେଇ ଆଗ୍ରହ କମିବା ସାଙ୍ଗକୁ ଦୋକାନ ବଜାର ଆଉ ନାହିଁ କହିଲେ ଚଳେ । ଦେଖନ୍ତୁ ଏହି ରିପୋର୍ଟ

New Year Greeting card
New Year Greeting card
author img

By ETV Bharat Odisha Team

Published : Dec 31, 2023, 7:41 PM IST

Updated : Dec 31, 2023, 7:58 PM IST

ଡିଜିଟାଲ ଯୁଗରେ ଅଲୋଡା ଗ୍ରିଟିଂ କାର୍ଡ, ସ୍ମୃତି ପାଲଟିଛି ପିଲାଦିନ

ପାରଳାଖେମୁଣ୍ଡି: ଡିଜିଟାଲ ଯୁଗ ଆଗରେ ମଞ୍ଚ ନାଟକଠାରୁ ଆରମ୍ଭ କରି ସଂସ୍କୃତି ଓ ପରମ୍ପରା ସବୁ କିଛି ଆଣ୍ଠେଇ ସାରିଲେଣି । ଯଦିଓ ସମ୍ପୂର୍ଣ୍ଣ ମରିନାହିଁ, ତଥାପି ମୃତ ପ୍ରାୟ । ଏଭଳି ଆଉ ଏକ ଉଦହାରଣ ହେଉଛି ଗ୍ରିଟିଂକାର୍ଡ ବା ଅଭିବାଦନ କାର୍ଡ । ପୂର୍ବରୁ ନୂଆବର୍ଷ ଆସିଲେ ଗ୍ରିଟିଂକାର୍ଡର ଖୋଜା ପଡ଼ୁଥିଲା । ପିଲାଠୁ ଆରମ୍ଭ କରି ଯୁବପିଢି ଭଳିକି ଭଳି ଗୀତ ଲେଖି ନବବର୍ଷର ଶୁଭେଚ୍ଛା ଜଣାଉଥିଲେ । ହେଲେ ଆଜି ଏହା ସ୍ମୃତି ପାଲଟିବାକୁ ବସିଛି । ବଜାରଘାଟରେ ଗ୍ରିଟିଂକାର୍ଡ ଖୁବ କମ ଦେଖିବାକୁ ମିଳୁଥିବା ବେଳେ ଆଗ ଭଳି ଆଉ ଭିଡ ମଧ୍ୟ ହେଉନି । ବର୍ଷ ବର୍ଷର ପରମ୍ପରା ହଜିବାକୁ ବସିଛି । ଡିଜିଟାଲ ଯୁଗର ବଶବର୍ତ୍ତୀ ହୋଇ ନିଜର ପରମ୍ପରାକୁ ନ ଭୁଲିବାକୁ ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି ।

ବର୍ତ୍ତମାନ ଡିଜିଟାଲ ଦୁନିଆରେ ସବୁ ସମ୍ଭବ ହୋଇପାରୁଛି । ହାତରେ ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ ଧରିଥିଲେ ଜଣେ ଫିଲ୍ମଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସାଂସ୍କୃତିକ ଧର୍ମୀ କାର୍ଯ୍ୟକ୍ରମ ସହ ଦେଶ ବିଦେଶର ଖବର ମଧ୍ୟ ଜାଣିପାରୁଛନ୍ତି । ତେଣୁ ସମସ୍ତେ ଏହାକୁ ଆପଣାଇ ନେଇଛନ୍ତି । ଫଳରେ ନିଜର ସଂସ୍କୃତି ଓ ପରମ୍ପରା ସବୁ କିଛି ହଜିଯିବାକୁ ବସିଛି । ଏହାରି ମଧ୍ୟରେ ସାମିଲ ଗ୍ରିଟିଂ କାର୍ଡ । ନୂତନ ବର୍ଷ ଆସିଲେ ସମସ୍ତ ଗ୍ରିଟିଂ କାର୍ଡ ଖଣ୍ଡିଏ କିଣି ନିଜର ମନର ଭାବନାକୁ ଏଥିରେ ଲେଖି ସାଙ୍ଗସାଥୀ କିମ୍ବା ବନ୍ଧୁବାନ୍ଧବଙ୍କ ନିକଟକୁ ପଠାଉଥିଲେ କିମ୍ବା ନିଜେ ନେଇ ଦେଇ ଆସୁଥିଲେ । ଡିଜିଟାଲ ମୋଡର ପ୍ରଭାବରେ ଏହା ବି ହଜିଯିବାକୁ ବସିଛି ।

ଏହା ବି ପଢନ୍ତୁ- ନୂଆବର୍ଷରେ ନିଅନ୍ତୁ ନୂଆ ସଂକଳ୍ପ, ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆପଣନ୍ତୁ ଏହି ଅଭ୍ୟାସ

ଅଧିକାଂଶ ଲୋକେ ଏବେ ଡିଜିଟାଲ ମୋଡରେ ଅଭିନନ୍ଦନ ଜଣାଉଛନ୍ତି । ତଥାପି ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଗ୍ରିଟିଂ ମାଧ୍ୟମରେ ଅଭିନନ୍ଦନ ଜଣାଇବାକୁ ପସନ୍ଦ କରୁଛନ୍ତି । ଡିଜିଟାଲ ମୋଡରେ ପ୍ରାୟ ସମସ୍ତେ ନିଜ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଉଥିବା ବେଳେ ଏବେ ବି କିଛି ଲୋକ କିନ୍ତୁ ଗ୍ରିଟିଂର ବ୍ୟବହାରକୁ ଜମା ଭୁଲି ନାହାନ୍ତି । ଏହାଦ୍ବାରା ସ୍ମୃତି ସବୁବେଳେ ତାଜା ହୋଇ ରହୁଥିବା ସେମାନେ କହିଛନ୍ତି । ଏ ନେଇ ଜଣେ ବୁଦ୍ଧିଜୀବୀ କହିଛନ୍ତି, " ଡିଜିଟାଲ ମୋଡରେ ମେସେଜ ଦେଲେ ତାହା ଯଦିଓ ଶୀଘ୍ର ପହଞ୍ଚୁଛି ସତ କିନ୍ତୁ ତାହା ସେହିଭଳି ଶୀଘ୍ର ଡିଲିଟ୍ ମଧ୍ୟ ହୋଇଯାଏ । ଏହାକୁ ସାଇତି ରଖିବା ସମ୍ଭବ ନୁହେଁ । ତେଣୁ ଆଜିକାଲିର ବନ୍ଧୁତ୍ବ ମଧ୍ୟ ଠିକ ସେମିତି । କିନ୍ତୁ ଆଗରୁ ଗ୍ରିଟିଂ କାର୍ଡ ମାଧ୍ୟମରେ ଅଭିନନ୍ଦନ ଜଣାଇଲେ ଲୋକେ ବର୍ଷ ବର୍ଷ ଧରି ଏହାକୁ ସାଇତି ରଖୁଥିଲେ ଏବଂ ନିଜର ସୃତିକୁ ମନେପକାଉଥିଲେ । ଫଳରେ ସମ୍ପର୍କର ନିବିଡତା ମଧ୍ୟ ରହୁଥିଲା ।"

ଆଗରୁ ହଜାର ହଜାର ଲୋକେ ଗ୍ରିଟିଂ କିଣୁଥିଲେ । ଦୂରଦୂରାନ୍ତକୁ ପହଞ୍ଚିବାକୁ ଥିବା ଗ୍ରିଟିଂ ମାସକ ଆଗରୁ କିଣି ପଠାଉଥିଲେ ଲୋକେ । ଫଳରେ ଏହି ବ୍ୟବସାୟ ମାସକ ଆଗରୁ ଆରମ୍ଭ ହେଉଥିଲା । ପାରଳାଖେମୁଣ୍ଡି ସହରରେ ୫୦ରୁ ଅଧିକ ଗ୍ରିଟିଂ କାର୍ଡ ଦୋକାନ ମଧ୍ୟ ବସୁଥିଲା । କିନ୍ତୁ ବର୍ତ୍ତମାନ ଆଉ ସେଭଳି ଚାହିଦା ନଥିବାରୁ ଦୋକାନ ଆଉ ନାହିଁ କହିଲେ ଚଳେ । ତଥାପି ପାରଳାଖେମୁଣ୍ଡିର ଜଣେ ବ୍ୟବସାୟୀ ଏହି ଦୋକାନ କରୁଛନ୍ତି । ଗ୍ରିଟିଂକାର୍ଡକୁ ଭଲପାଉଥିବା ଲେକେ ଏହାକୁ କିଣୁଛନ୍ତି । ବର୍ଷ ବର୍ଷ ଧରି କରୁଥିବା ବ୍ୟବସାୟକୁ ଛାଡିବା ସମ୍ଭବ ହେଉନଥିବାରୁ କରୁଥିବା କହିଛନ୍ତି ବ୍ୟବସାୟୀ ।

ଏହା ବି ପଢନ୍ତୁ- ଡିଜିଟାଲ ଯୁଗରେ କମୁଛି ବହିର ଚାହିଦା, ସ୍ମୃତି ହୋଇ ରହିଯିବ ପାଠ୍ୟପୁସ୍ତକ !

ଡିଜିଟାଲ ଦୁନିଆ ଲୋକଙ୍କୁ ଅନେକ କିଛି ଦେଇଛି । ହେଲେ ବହୁତ କିଛି ଛଡାଇ ମଧ୍ୟ ନେଇଛି । ମଞ୍ଚ ନାଟକ, ସଂସ୍କୃତି ଓ ପରମ୍ପରାକୁ ଲୋକେ ଏକ ପ୍ରକାର ଭୁଲି ଗଲେଣି । ତେଣୁ ଏସବୁକୁ ବଞ୍ଚାଇ ରଖିବା ଉପରେ ମଧ୍ୟ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଗଜପତି

Last Updated : Dec 31, 2023, 7:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.