ETV Bharat / state

ପାର୍ବଣରେ ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

author img

By ETV Bharat Odisha Team

Published : Oct 20, 2023, 8:00 PM IST

'ଲକ୍ଷ୍ମୀ ବସ' ଯୋଜନାକୁ ବିରୋଧ କରି ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ଅଧିକ ପଢନ୍ତୁ

Passengers face problems due to bus strike
ବସ ମାଲିକ ସଂଘର ଆନ୍ଦୋଳନ

ବସ ମାଲିକ ସଂଘର ଆନ୍ଦୋଳନ

ଗଜପତି: ବସ ମାଲିକ ସଂଘର ଆନ୍ଦୋଳନ ଯୋଗୁ ହନ୍ତସନ୍ତ ଯାତ୍ରୀ । 'ଲକ୍ଷ୍ମୀ ବସ' ଯୋଜନାକୁ ବିରୋଧ କରି ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଫଳରେ ଯାତ୍ରୀମାନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଷ୍ଟାଡିଅମ ଠାରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ମାଧ୍ୟମରେ ଲକ୍ଷ୍ମୀ ବସ ଯୋଜନାର ଉଦଘାଟନ କରିଛନ୍ତି । ଏଥିପାଇଁ ଷ୍ଟାଡିୟମରେ ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଏହି ଯୋଜନାକୁ ବସ ମାଲିକ ସଂଘ ପକ୍ଷରୁ ବିରୋଧ କରି ବସ ବନ୍ଦ ରହିଥିବାବେଳେ ଆଜିର କାର୍ଯ୍ୟକ୍ରମକୁ ଲୋକେ ଆସିବା ପାଇଁ ସମସ୍ତ ସରକାରୀ ବସ ଚାଲୁ ରହିଥିଲା ।

ପଡୋଶୀ ରାଜ୍ୟ ଓ ଅନ୍ୟାନ୍ୟ ଜିଲ୍ଲା ତଥା ରାୟଗଡ଼ା ,ବ୍ରହ୍ମପୁର ଏବଂ ଜୟପୁରରୁ ମଧ୍ୟ ଅନେକ OSRTC ବସକୁ ଏହି କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଥିଲା । ଯେଉଁଥିପାଇଁ ପାର୍ବଣ ସମୟରେ ଅନେକ ଯାତ୍ରୀ ନାହିଁ ନଥିବା ଦୁର୍ଦ୍ଦଶାର ଭୋଗୁଥିବା କହିଛନ୍ତି । ଗୋଟିଏ ପଟେ ରାଜ୍ୟବ୍ୟାପୀ ଘରୋଇ ବସ ମାଲିକ ସଂଘ ଧର୍ମଘଟ କରିଛି । ଘରୋଇ ମାଲିକ ବସ ସଂଘର ଧର୍ମଘଟ ଯୋଗୁଁ ବସ୍‌ ସେବା ଠପ ହୋଇଛି । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଧର୍ମଘଟ କରିଛି ବସ ମାଲିକ ସଂଘ । ଫଳରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିଛି । ପାର୍ବଣ ସମୟରେ ବସ ଚଳାଚଳ ବନ୍ଦକୁ ନେଇ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଦଶହରା ପର୍ବରେ ଘରକୁ ଫେରିବାକୁ ଯାତ୍ରୀଙ୍କୁ ନାକେଦମ ହେବାକୁ ପଡୁଛି ।

ଏହା ବି ପଢନ୍ତୁ...ଆଜିଠୁ ବସ ମାଲିକ ସଂଘର ଧର୍ମଘଟ, ରାଜ୍ୟରେ ଗଡୁନି ଘରୋଇ ବସ୍‌

ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍ ଧର୍ମଘଟର ପ୍ରଭାବ ପଡିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ପହଞ୍ଚିବାରେ ସମସ୍ୟା ଭୋଗିଛନ୍ତି । ବସ ଚାଲୁନଥିବାରୁ ଯାତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ତେବେ "ଏହି ପରିସ୍ଥିତିରେ ଯାତ୍ରୀ ମାନଙ୍କ ଜୀବନ ଜୀବିକା ଉପରେ କୌଣସି ପ୍ରଭାବ ପଡିନାହିଁ" ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । ସେପଟେ OSRTC ର CMD ଦିପ୍ତେଶ ପଟ୍ଟନାୟକ କହିଛନ୍ତି, ବର୍ତ୍ତମାନ ଯେହେତୁ ଘରାଇ ବସ ବନ୍ଦ ଅଛି, ଆଗାମୀ ଦିନରେ ରାଜ୍ୟରେ ଆହୁରି OSRTC ବସ ସଂଖ୍ୟା ବଢିବ । ଯାତ୍ରୀ ଆହୁରି ଅଧିକରୁ ଅଧିକ ସୁବିଧା ଓ ଲାଭ ପାଇବେ ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.