ଗଜପତି: କୋରୋନା ପାଇଁ ଦୀର୍ଘ ମାସ ଧରି ବନ୍ଦ ରିହିଥିଲା ରେଳ ଚଳାଚଳ । ବର୍ତ୍ତମାନ ହାତ ଗଣତି କିଛି ରେଳ ସ୍ବଳ୍ପ ରୁଟରେ ଚଳାଚଳ କରୁଛି । ତେବେ ଏଥିରୁ ନୌପଡା ଗୁଣପୁର ରେଳପଥ ସମ୍ପୂର୍ଣ୍ଣ ବାଦ ପଡିଛି । ଗୁଣପୁର ଠାରୁ ବାଶାଖାପାଟଣାମ - ରାଉରକେଲା ଏବଂ ପୁରୀକୁ ଟ୍ରେନ ଚଳାଚଳ କରୁଥିଲା । ଫଳରେ ଗୁଣପୁର ସମେତ ପାରଳାଖେମୁଣ୍ଡି ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର କିଛି ଅଞ୍ଚଳର ଲୋକେ ଉପକୃତ ହେଉଥିଲେ ।
ହେଲେ ବର୍ତ୍ତମାନ ରେଳ ଚଳାଚଳ ବନ୍ଦ ରହିଥିବାରୁ ଏହି ଅଞ୍ଚଳର ଲୋକମାନେ ଯାତାୟତ କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ସେମାନଙ୍କ ଖର୍ଚ୍ଚ ମଧ୍ୟ ବଢୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଏହି ସବୁ ରାସ୍ତାରେ ରେଳ ଚଳାଚଳ କରାଇବା ପାଇଁ ଦାବି କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ । ଏହାସହ ରେଳ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଟ୍ବିଟ କରିବା ସହ ଚିଠି ଲେଖିଛନ୍ତି । ଖୁବଶୀଘ୍ର ଏହା ଉପରେ ରେଳ ବିଭାଗ ଦୃଷ୍ଟି ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ