ପାରଳାଖେମୁଣ୍ଡି: ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ ନ କରିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ । ଗତକାଲି ରାଜ୍ୟ ସରକାର ରାଜ୍ୟର 10 ଜିଲ୍ଲାରେ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ନେଇ ଭିଡିଓ କନଫରେନ୍ସିଂ ବୈଠକ କରିଥିଲେ ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ୫ ଟି ସଚିବ ଭି. କେ ପଣ୍ଡିଆନ ବିଭିନ୍ନ ଜିଲ୍ଲାରେ ନିର୍ବାଚିତ ପ୍ରତିନିଧି ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରି ଇନଡୋର ଷ୍ଟାଡିୟମ ହେବ ବୋଲି ଘୋଷଣା କରିଥିଲେ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମଧ୍ୟ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ତତ୍ବାଧାନରେ କନଫରେନ୍ସ ହୋଇଥିଲା । ତେବେ ପାରଳାଖେମୁଣ୍ଡି ସମେତ ଯେଉଁ ବିଧାନସଭା ଆସନରେ ଶାସକ ଦଳର ବିଧାୟକ ନାହାନ୍ତି ବିରୋଧୀ କଂଗ୍ରେସ କିମ୍ଵା ବିଜେପି ବିଧାୟକ ଅଛନ୍ତି ସେଠାରେ ବିଧାୟକଙ୍କୁ ନଡାକି ଜିଲ୍ଲା ପ୍ରଶାସନକୁ ହାତବାରସି କରି ବିଜେଡି ନେତା ଓ କର୍ମୀକୁ ନେଇ ଆଲୋଚନା କରିଛନ୍ତି ।
ଯାହାକୁ ନେଇ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ପ୍ରଶ୍ନ ଉଠାଇଛନ୍ତି । ନିର୍ବାଚିତ ପ୍ରତିନିଧିଙ୍କୁ ଛାଡି ବିଜେଡି କର୍ମୀଙ୍କୁ ନେଇ କେବେ ହେଲେ ଉନ୍ନୟନ କାମ ହୁଏ ନାହିଁ । ନବୀନ ପଟ୍ଟନାୟକ ହୀନ ରାଜନୀତିରୁ ଉର୍ଦ୍ଧ୍ବରେ ଲୋକସେବା କରନ୍ତୁ ବୋଲି ପାରଳାଖେମୁଣ୍ଡି ବିଧାୟକ କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ