ETV Bharat / state

ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ: କାନ୍ଦୁଛି ଚାଷୀ, କିପରି ସୁଝିବ ଋଣ

author img

By

Published : Nov 13, 2021, 8:46 PM IST

ଅଦିନିଆ ବର୍ଷା ଉଜାଡି ଦେଲେ ସୁନାର ଫସଲ । ଚାଷ ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଶହ ଶହ ଏକର ଧାନ ଫସଲରେ ଜମି ରହିଛି ବର୍ଷା ପାଣି । ଗଜପତିର କେରଣ୍ତି ଗାଁ ଓ ଯାଜପୁର ଗାଁରେ ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି । ଅଧିକ ପଢନ୍ତୁ...

ଅଦିନିଆ ବର୍ଷା ଉଜାଡି ଦେଲେ ସୁନାର ଫସଲ; ପ୍ରଭାବିତ ଧାନଚାଷୀ

ଗଜପତି: ଅଦିନିଆ ବର୍ଷା ଉଜାଡି ଦେଲେ ସୁନାର ଫସଲ । ଚାଷ ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଶହ ଶହ ଏକର ଧାନ ଫସଲରେ ଜମି ରହିଛି ବର୍ଷା ପାଣି । ଗଜପତି ଜିଲ୍ଲା କେରାଣ୍ଡି ପଞ୍ଚାୟତ କେରଣ୍ତି ଗାଁ ଓ ଯାଜପୁର ଗାଁରେ ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି । ପାଣି ଜମି ରହି ଫସଲ ନଷ୍ଟ ହୋଇଯାଇଛି । ଏହି ଗାଁର ଦେଢ ଶହର ଅଧିକ ପରିବାର ଚାଷ ଉପରେ ନିର୍ଭରଶୀଳ । ଚଳିତ ବର୍ଷ ଏହି ଗାଁର ଚାଷୀ ଋଣ କରି ଚାଷ କରିଥିଲା । ଏହି ବର୍ଷ ଅଧିକ ଅମଳ ହେବ ବୋଲି ଆଶା ରଖିଥିଲା ଚାଷୀ । କିନ୍ତୁ ଏହି ଅଦନିଆ ଲଗାଣ ବର୍ଷା ଚାଷୀ ମନରେ ସବୁ ସ୍ବପ୍ନକୁ ଭାଙ୍ଗି ଦେଇଛି ।

ବର୍ଷା ଯୋଗୁଁ ଶହଶହ ଏକର ଜମିର ଧାନ ଫସଳରେ ପାଣି ଜମିଥିବାବେଳେ ଧାନ ଚାଷ ନଷ୍ଟ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଫସଲ ବର୍ତ୍ତମାନ ଅଦରକାରୀ ହୋଇପଡିଛି । ଏପରିକି ଚାଷୀ ସେହି ଧାନଗଛକୁ ଟିକିଏ ସଜାଡି ଠିଆ କରିବାକୁ ଚେଷ୍ଟା କରୁଛି । ୬ମାସ ଧରି କୁଲି ମଜୁରୀ କରି ଧାରରେ ଟଙ୍କା ଆଣି ଚାଷ ପାଇଁ ଉପଯାେଗ କରିଥିଲା ଚାଷୀ । କିନ୍ତୁ ଏବେ ସୁନାର ଫସଲ ଉଜୁଡି ଯାଇଛି । ଆଉ କିଛିଦିନ ବର୍ଷା ଲାଗି ରହିଲେ ଗଜପତି ଜିଲ୍ଲାରେ ଅନେକ ଫସଲ ନଷ୍ଟ ହେବା ସମ୍ଭାବନା ରହିଛି ।

ଅନ୍ୟପଟେ ଆଗାମୀ ୧୬ ତାରିଖ ଯାଏଁ ବର୍ଷା ହେବା ପାଣିପାଗ ସୂଚନା ରହିଛି । ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ କିଛି ଚାଷୀଙ୍କ ସବୁ କିଛି ଫସଲ ନଷ୍ଟ ହୋଇଯାଇଥିବା ବେଳେ ଗୁମ୍ମା ବ୍ଲକ ଏବଂ ଗୋଷାଣୀ ୩ଟି ବ୍ଲକ ମଧ୍ୟ ଆଗାମୀ ବର୍ଷାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛି । ଏବେ ଧାନ ପାଚି ଅମଳ ହେବାକୁ ବସିଲାଣି । ଏଭଳି ସମୟରେ ଜମିରେ ପାଣି ମାଡ଼ିଗଲେ ଧାନ ଗଜା ହେବା ସହ ପୋକ ଲାଗିଯିବାର ମଧ୍ୟ ଆଶଙ୍କା ରହିଛି । ସୁନାର ଫସଲ ଉଜୁଡି ଗଲେ କିପରି ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ ପଡିଛି ଚାଷୀ । ଏଭଳି ସମୟରେ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.