ETV Bharat / state

ଅସହାୟଙ୍କ ନାଥ ଦେବୀ ପ୍ରସାଦ, ହଲରେ ଅନାଥ ଆଶ୍ରମ ଅନ୍ତେବାସୀଙ୍କୁ ଦେଖାଇଲେ ଦମନ ଚଳଚ୍ଚିତ୍ର - ଇଞ୍ଜିନିୟର ଦେବୀ ପ୍ରସାଦ

ପ୍ରେକ୍ଷାଳୟରେ ଦମନ ଚଳଚ୍ଚିତ୍ର ଦେଖିଲେ ଅନାଥ ଆଶ୍ରମ ଅନ୍ତେବାସୀ । ୮୩ ଜଣ ଅନ୍ତବାସୀଙ୍କୁ ଫିଲ୍ମ ଦେଖାଇଲେ ଇଞ୍ଜିନିୟର ଦେବୀ ପ୍ରସାଦ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Nov 14, 2022, 9:33 PM IST

Updated : Nov 14, 2022, 9:56 PM IST

ଗଜପତି: ବଡ ପରଦାରେ ରିଲିଜ ହୋଇଯାଇଛି ଓଡିଆ ଚଳଚ୍ଚିତ୍ର ଦମନ । ଯାହା ଏକ ନିଚ୍ଛକ ସତ ଘଟଣା ଉପରେ ଆଧାରିତ । ଜଣେ ଡାକ୍ତର ଉପାନ୍ତ ଅଞ୍ଚଳରେ କିପରି ସଂଘର୍ଷ କରି ଲୋକଙ୍କୁ ସେବା ଯୋଗାଉଛନ୍ତି ତାହା ଚଳଚ୍ଚିତ୍ରରେ ପ୍ରତିପାଦିତ ହୋଇଛି । ଫିଲ୍ମଟିର କାାହଣୀକୁ ନେଇ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଥିବରୁ ପ୍ରେକ୍ଷାଳୟରେ ଜମୁଛି ଦର୍ଶକଙ୍କ ଭିଡ । ତେବେ ଏହି ଫିଲ୍ମଟିକୁ ପ୍ରେକ୍ଷାଳୟରେ ଦେଖିବାକୁ ଏବେ ସୁଯୋଗ ପାଇଛନ୍ତି ଅନାଥ ଆଶ୍ରମର ଅନ୍ତେବାସୀ । ଫିଲ୍ମ ଦେଖିବା ଅନ୍ତେବାସୀଙ୍କ ପାଇଁ ସ୍ବପ୍ନ ଥିବା ବେଳେ ଏହା ସ୍ବପ୍ନକୁ ପୁରଣ କରିଛନ୍ତି ପାରଳାଖେମୁଣ୍ଡିର ଜଣେ ମେରାଇନ୍ ଇଞ୍ଜିନିୟର ଦେବୀ ପ୍ରସାଦ ଦାଶ । ଅନାଥ ଆଶ୍ରମର ଅନ୍ତେବାସୀଙ୍କ ନାଥ ସାଜି ପ୍ରାୟ ୮୩ ଜଣଙ୍କୁ ଗଜପତିର ଏକ ପ୍ରେକ୍ଷାଳରେ ଫିଲ୍ମ ଦେଖାଇଥିଲେ ଦେବୀ ପ୍ରସାଦ । ଫିଲ୍ମ ହଲରେ ପହଞ୍ଚି ଟିକଟ କରିବା ସହ ସେମାନଙ୍କ ସହ ବସି ନିଜେ ମଧ୍ୟ ସିନେମା ଦେଖିଥିଲେ।

ହଲରେ ଅନାଥ ଆଶ୍ରମ ଅନ୍ତେବାସୀଙ୍କୁ ଦେଖାଇଲେ ଦମନ ଚଳଚ୍ଚିତ୍ର

ଦେବୀ ପ୍ରସାଦ ଦାଶ ଜଣେ ମେରାଇନ ଇଞ୍ଜିନିୟର, ଅନାଥ ଆଶ୍ରମରେ ରହୁଥିବା ଅନ୍ତେବାସୀଙ୍କୁ ସେ ବେଶ ଭଲପାଆନ୍ତି । ତେଣୁ ସେ ଯେତେବେଳେ ଛୁଟିରେ ଆସନ୍ତି ସେମାନଙ୍କ ସହ ସମୟ ବିତାଇଥାନ୍ତି । ନିଜେ ପ୍ରଥମେ ଫିଲ୍ମ ଦମନକୁ ପ୍ରେକ୍ଷାଳୟରେ ଦେଖିବା ପରେ ସେ ଅନାଥ ଆଶ୍ରମର ଅନ୍ତେବାସୀଙ୍କୁ ଫିଲ୍ମଟିକୁ ଦେଖାଇବାକୁ ଚିନ୍ତା କରିଥିଲେ । ଏହାପରେ ନିଜ ପଇସାରେ ଟିକେଟ କାଟି ପ୍ରାୟ ୮୩ ଜଣଙ୍କୁ ହଲରେ ଫିଲ୍ମ ଦେଖାଇଥିଲେ । ଅନାଥ ଆଶ୍ରମରେ ହସି ଖେଳି ପାଠ ପଢୁଥିବା ପିଲାଏ ହଲରେ ପହଞ୍ଚିବା ପରେ ବେଶ ଉତ୍ସାହିତ ହୋଇପଡିଥିଲେ । ହଲ ମଧ୍ୟରେ ଧାଡି ଧାଡି ହୋଇ ବସି ଫିଲ୍ମଟିକୁ ବେଶ ଉପଭୋଗ କରିଥିଲେ । ଦେବୀ ପ୍ରସାଦ ଦାଶଙ୍କ ସହ ବରିଷ୍ଠ ଆଇନଜୀବି ଉମେଶ ପ୍ରସାଦ ରଥ ଏବଂ ବାର୍ଡ କାଉନ୍ସିଲର ସୁରଜିତ ତ୍ରିପାଠୀ ମଧ୍ୟ ସାମିଲ ହୋଇଥିଲେ।

ସାଧାରଣ ପିଲାମାନେ ନିଜ ଅଭିଭାବକଙ୍କ ଠାରୁ ବେଶ କିଛି ଆଶା ରଖିଥାନ୍ତି ଓ କିଛି ଜିନିଷକୁ ନେଇ ଜିଦ କରିଥାନ୍ତି । କିନ୍ତୁ ଅନାଥ ଆଶ୍ରମରେ ରହୁଥିବା ପିଲାମାନଙ୍କ ପାଇଁ ଏସବୁ ସ୍ବପ୍ନ ଯେପରି । ଆଉ ସିନେମା ଦେଖିବା କଥା ମନକୁ ଆସେନାହିଁ । ଯଦିଓ ଆଶ୍ରମ ପକ୍ଷରୁ ପିଲାମାନଙ୍କୁ ଭଲ ଖାଇବା, ପିନ୍ଧିବା ଆଦି ଯୋଗାଇ ଦିଆଯାଉଛି, କିନ୍ତୁ ସିନେମା ଦେଖିବା ସେମାନଙ୍କ ପାଇଁ ଯେମିତି ସ୍ବପ୍ନ । କିନ୍ତୁ ଏହି ସ୍ବପ୍ନକୁ ପୁରା କରିଛନ୍ତି ଦେବୀ ପ୍ରସାଦ ।

ସିନେମା ଦେଖିବାପରେ ପ୍ରତିକ୍ରିୟାରେ ଅନ୍ତବାସୀ କହିଛନ୍ତି, '' ପୂର୍ବରୁ କେବେବି ସିନେମା ଦେଖିନଥିଲୁ, ଆଜି ଓଡିଆ ସିନେମା ଦମନ ଦେଖି ଖୁବ ଖୁସି ଲାଗୁଛି । ସିନେମା ହଲ୍ କିଭଳି ଥାଏ ତାହା ମଧ୍ୟ ଆମକୁ ଜଣାନଥିଲେ । କିନ୍ତୁ ଦମନ ଫିଲ୍ମ ଦେଖିବା ପରେ ଆମେ ବହୁତ ଖୁସି ଅଛୁ । ପିଲ୍ମଟି ବହୁତ ଭଲ ହୋଇଥିବା କହିଛନ୍ତି ଅନ୍ତେବାସୀ ।''

ଏହା ମଧ୍ୟ ପଢନ୍ତୁ-ବଢିବ କି ବାଲିଯାତ୍ରାର ଅବଧି, ଶୁଣନ୍ତୁ କଣ କହୁଛନ୍ତି କଟକ ଜିଲ୍ଲାପାଳ

ଏହି ଘଟଣାକୁ ନେଇ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ''ଭଗବାନକୁ ଆମକୁ ସବୁ କିଛି ଦେଇଛନ୍ତି । ହେଲେ ଯେଉଁମାନଙ୍କ ଠାରୁ ଭଗବାନ ପିତାମାତାଙ୍କୁ ଛଡାଇ ନେଇଛି ସେମାନଙ୍କ ପାଇଁ କିଛି କରିବା ଆବଶ୍ୟକ ବୋଲି ମୁଁ ମନେ କରୁଛି । ଏହି ଅନାଥ ଆଶ୍ରମରେ ରହୁଥବା ପିଲାମାନଙ୍କୁ ଦେଖିବା ପରଠାରୁ କାହିଁକି କେଜାଣି ସେମାନଙ୍କୁ ମୁଁ ବହୁତ ଭଲପାଏ । ତେଣୁ ଛୁଟିରେ ଆସିଥିବା ବେଳେ ସମୟ ପାଇଲେ ସେମାନଙ୍କ ସହ କିଛି ସମୟ ବିତାଏ ।

ଏହି ସିନେମା ଦେଖିବା ପରେ ମୋତେ ଭଲ ଲାଗିଥିଲା । ତେଣୁ ଏହି ପିଲାମାନଙ୍କୁ ମଧ୍ୟ ସିନେମା ଦେଖାଇବାକୁ ଚିନ୍ତା କରିଥିଲି ବୋଲି ଦେବୀ ପ୍ରସାଦ ଦାଶ କହିଛନ୍ତି । ଏହି ଅବସରରେ ଏଭଳି ସିନେମାକୁ ପ୍ରୋତ୍ସାହିତ କରିବାକୁ ହେଲେ ସରକାର କର ଛାଡ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ଆବଶ୍ୟକ । ସେହିଭଳି ଅନ୍ୟ ସ୍ଥାନ ମାନଙ୍କରେ ପିଲାମାନେ କିଭଳି ନିଚ୍ଛକ ଓଡିଆ ସିନେମା ଦେଖି ପାରିବେ ସେନେଇ ପ୍ରୟାସ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି ।'' ଦେବୀଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ଗଜପତି

Last Updated : Nov 14, 2022, 9:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.