ଗଜପତି:ଆଜି ଠାରୁ ଲାଗୁ ହେବ ନାଇଟ କର୍ଫ୍ୟୁ । ଆସନ୍ତା 30 ତାରିଖ ଯାଏଁ ବଳବତ୍ତର ରହିବ। ରାତ୍ର 9 ଟା ରୁ ସକାଳ 5ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ଆର୍ ସିଙ୍କ ନୂଆ ଗାଇଡ ଲାଇନ ଅନୁସାରେ ଗଜପତିରେ କଣ ସବୁ କଟକଣା ଜାରି କରାଯାଇଛି ତାହାକୁ ନେଇ ଜିଲ୍ଲାପାଳ ଅନୁପମ ସାହା ଏକ ଭିଡିଓ ଜାରି କରିଛନ୍ତି ।

ଏପଟେ ଗଜପତିରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବର୍ତ୍ତମାନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ସହରରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରିବ ସଙ୍ଗେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରିଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ