ETV Bharat / state

ବାପା ମେକାନିକ, ପୁଅ ମାଟ୍ରିକ ପରୀକ୍ଷାରେ ଆଣିଲେ ୯୯ ପ୍ରତିଶତ ମାର୍କ - ଆନ୍ଧ୍ରରେ ଓଡ଼ିଆ ପୁଅ ଟପ୍ପର

ପ୍ରକାଶ ପାଇ ସାରିଛି ଚଳିତ ବର୍ଷର ଆନ୍ଧ୍ର ବୋର୍ଡ ଫଳାଫଳ । ଆନ୍ଧ୍ର ବୋର୍ଡ ମାଟ୍ରିକ ପରୀକ୍ଷାରେ ପ୍ରବାସୀ ଓଡ଼ିଆ ଛାତ୍ର ମିଟୁ ମହାପାତ୍ର 99 ପ୍ରତିଶତ ମାର୍କ ରଖି ସାରା ଆନ୍ଧ୍ରରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ଅଧିକ ପଢ଼ନ୍ତୁ

odia migrant student became Andhra pradesh topper
ଆନ୍ଧ୍ର ବୋର୍ଡ ପରୀକ୍ଷାରେ ପ୍ରବାସୀ ଓଡ଼ିଆ ପୁଅଙ୍କ ସଫଳତା
author img

By

Published : May 16, 2023, 9:32 PM IST

ଆନ୍ଧ୍ର ବୋର୍ଡ ପରୀକ୍ଷାରେ ପ୍ରବାସୀ ଓଡ଼ିଆ ପୁଅଙ୍କ ସଫଳତା

ଗଜପତି: ଦୃଢ ଆତ୍ମବିଶ୍ବାସ ଓ ମନୋବଳ ଥିଲେ ସବୁକିଛି ସମ୍ଭବ । ନିଜ ଲକ୍ଷ୍ୟକୁ ସାକାର କରିବାରେ ପରିଶ୍ରମ ହିଁ ଆଗକୁ ବାଟ ଦେଖାଇଥାଏ । ସଫଳତା ପାଇଁ ଅର୍ଥ କେବେ ପ୍ରତିବନ୍ଧକ ହୋଇନପାରେ । ପୂର୍ବରୁ ଏଭଳି ଅନେକ ଉଦାହରଣ ଶୁଣିବାକୁ ମିଳିଥାଏ । ଏହି ବାଣୀକୁ ପୁଣିଥରେ ପ୍ରମାଣିତ ଦେଖାଇଛନ୍ତି ପ୍ରବାସୀ ଓଡ଼ିଆ ପୁଅ ମିଟୁ ମହାପାତ୍ର । ଚଳିତ ବର୍ଷ ଆନ୍ଧ୍ର ବୋର୍ଡରେ ମାଟ୍ରିକ୍ ପରୀକ୍ଷାରେ ମୋଟ 600 ରୁ 594 ମାର୍କ ରଖି ଶ୍ରୀକାକୁଲମ୍ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାରା ଆନ୍ଧ୍ରପ୍ରଦେଶରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ମାତ୍ର 3କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ ପୁରୁଣାପାଟଣା ଗ୍ରାମର ବାସିନ୍ଦା ମିଟୁ ମହାପାତ୍ର । ସେ ଜଣେ ପ୍ରବାସୀ ଓଡ଼ିଆ । ପରିବାରର ଆର୍ଥିକ ସ୍ଥିତି ଏତେଟା ସ୍ବଚ୍ଛଳ ନୁହେଁ । ବାପା ଦୁର୍ଗାପ୍ରସାଦ ମହାପାତ୍ର ମେକାନିକ ଭାବେ କାର୍ଯ୍ୟ କରି ପରିବାରର ଗୁଜୁରାଣ ମେଣ୍ଟାନ୍ତି । ହେଲେ ପାଠ ପଢ଼ିବାର ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅଭାବ ଅନଟନ । ପିଲାଟି ଦିନରୁ ପଢ଼ା ପ୍ରତି ବେଶ ଆଗ୍ରହୀ ଥିଲେ ମିଟୁ । ସେ ଦୋକାନରେ ବାପାଙ୍କୁ ସାହାଯ୍ୟ କରିବା ପରେ ସ୍କୁଲ ଯାଆନ୍ତି ଏବଂ ସେଠାରୁ ଆସିବା ପରେ ପାଠ ପଢ଼ନ୍ତି । ସେଠାରେ ଥିବା ଓଡ଼ିଆ ବିଦ୍ୟାଳୟରେ ପାଠ ପଢୁଥିଲେ ମିଟୁ । ଚଳିତ ମାଟ୍ରିକ ପରୀକ୍ଷାରେ ସେ ଓଡ଼ିଆ ସମେତ ଅନ୍ୟ ବିଷୟରେ ଭଲ ମାର୍କ ରଖିଛନ୍ତି । ତେବେ ନିଜ ଲକ୍ଷ୍ୟ ପ୍ରତି ଥିଲା ତାଙ୍କର ଗଭୀର ଏକାଗ୍ରତା । ଯାହା ଆଜି ତାଙ୍କୁ ସଫଳତାର ସ୍ବାଦ ଚଖାଇଛି ।

ଏନେଇ ସେ କହିଛନ୍ତି, "ସଫଳତା ପାଇବା ପାଇଁ ଆର୍ଥିକ ଅନାଟନ କୌଣିସି ପ୍ରତିବନ୍ଧକ ନୁହେଁ, କେବଳ ଲକ୍ଷ୍ୟ ହାସଲ ପାଇଁ ଜିଦ୍ ରହିବା ଆବଶ୍ୟକ । ଭବିଷ୍ୟତରେ ଜଣେ ଆଇପିଏସ ଅଫିସର ହେବାକୁ ଲକ୍ଷ୍ୟ ରଖିଛି ।" ଏହି ସଫଳତା ପାଇଁ ମିଟୁ ନିଜ ଅଭିଭାବକ ଏବଂ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି । ସେହିଭଳି ଶ୍ରୀକାକୁଲମ୍ ଜିଲ୍ଲା ଓଡ଼ିଆ ଶିକ୍ଷକ ସଂଘର ସଭାପତି ଭୀମସେନ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଜଣେ ପ୍ରବାସୀ ଓଡ଼ିଆ ଆନ୍ଧ୍ରରେ ଏହି ସଫଳତା ପାଇବା ନିଶ୍ଚିତ ଭାବେ ସମସ୍ତ ପ୍ରବାସୀ ଓଡ଼ିଆଙ୍କ ପାଇଁ ଗର୍ବର କଥା । ପୁଅର ଏହି ସଫଳତା ଖବର ଶୁଣି ପରିବାରରେ ଖୁସିର ଲହରୀ ଖେଳିଯାଇଛି । ନିଜ ଲକ୍ଷ୍ୟକୁ ସାକାର କରିବାରେ ପରିଶ୍ରମ ହିଁ ଆଗକୁ ବାଟ ଦେଖାଇଥାଏ । ଯାହାକୁ ମିଟୁ ମହାପାତ୍ରଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ତାଙ୍କର ଏହି ସଫଳତା ସଭିଙ୍କ ପାଇଁ ଏକ ଉଦାହରଣ ନିଶ୍ଚୟ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.