ETV Bharat / state

ରଜନୀକାନ୍ତଙ୍କ ଫିଲ୍ମରେ ଓଡ଼ିଆ ଝିଅ, ଗର୍ବିତ ଓଡ଼ିଶା - ପାରଳାଖେମୁଣ୍ଡିର ଦେବୋସ୍ମିତା ପଟ୍ଟନାୟକ

ତାମିଲ ଫିଲ୍ମରେ ଓଡିଆ ଝିଅ । ରଜନୀକାନ୍ତଙ୍କ ଫିଲ୍ମ ଡ୍ୟାନ୍ସ କରିଛନ୍ତି ପାରଳାଖେମୁଣ୍ଡିର ଦେବୋସ୍ମିତା ପଟ୍ଟନାୟକ । ଯାହାକୁ ନେଇ ଗର୍ବିତ ହୋଇଛି ସାରା ଓଡିଶା ।

ଡିଡାଇନ ଫଟୋ
author img

By

Published : Sep 26, 2019, 11:38 AM IST

ଗଜପତି: ତାମିଲ ସିନେମାରେ ପାରଳାଖେମୁଣ୍ଡିର ଝିଅ ଦେବୋସ୍ମିତା ପଟ୍ଟନାୟକ। ତାହା ପୁଣି ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମରେ । ଆସନ୍ତା ଜାନୁୟାରୀରେ ରିଲିଜ ହେବାକୁ ଯାଉଥିବା 'ଦରବାର' ରେ ଏକ ଗୀତରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ଦେବସ୍ମିତା । ଏହା ପ୍ରଚାରିତ ହେବା ପରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହାକୁ ନେଇ ତାଙ୍କ ପରିବାର ଲୋକେ ମଧ୍ୟ ବେଶ ଖୁସି । ତେବେ ଏହି ଲାଇନରେ ନିଜର କ୍ୟାରିୟର କରିବାକୁ ଚାହିୁଁଥିବା ଦେବସ୍ମିତାଙ୍କ ଆହୁରି ଅଧିକ କିଛି ଶିଖିବାର ଅଛି ବୋଲି କହିଛନ୍ତି ସେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଦେବୋସ୍ମିତା ପଟ୍ଟନାୟକ, ଯୁକ୍ତ 3 ପ୍ରଥମ ବର୍ଷର ଛାତ୍ରୀ । ପାରଳାଖେମୁଣ୍ଡି ସହର ଅଙ୍କ ସାହିର ବାସିନ୍ଦା ଦେବୋସ୍ମିତା ବର୍ତ୍ତମାନ ତାଲିମ ଫିଲ୍ମରେ ନିଜର ଯାଦୁ ଦେଖାଇଛନ୍ତି । ଏହାପରେ ସେ ଆଉ ଏକ ତାଲିମ ଫିଲ୍ମରେ 2ଟି ଗୀତରେ ନାଚିବା ପାଇଁ ସୁଯୋଗ ମଧ୍ୟ ପାଇଛନ୍ତି । ଯାହା ଓଡ଼ିଶା ପାଇଁ ଗର୍ବର କଥା । ‘ଦରବାର’ ସୁଟିଂ କରିସାରିଥିବା ବେଳେ ଅନ୍ୟ ସିନେମାର ସୁଟିଂ ଖୁବଶୀଘ୍ର ଆରମ୍ଭ କରିବେ ଦେବୋସ୍ମିତା । ସେହିଭଳି ପ୍ରଖ୍ୟାତ ମ୍ୟୁଜିକ ଡାଇରେକ୍ଟର ଏ.ଆର ରେହମାନଙ୍କ ଟିମ୍ ବିଦେଶରେ କରିବାକୁ ଥିବା ଏକ ଷ୍ଟେଜ ଶୋ ପାଇଁ ମଧ୍ୟ ସାମିଲ ହୋଇଛନ୍ତି ସେ।

ପିଲାଟି ଦିନରୁ ମା' ଇନ୍ଦିରା ପଟ୍ଟନାୟକ ଏବଂ ବାପା ସ୍ବର୍ଗତ କୃଷ୍ଣମୋହନ ପଟ୍ଟନାୟକଙ୍କ ପ୍ରେରଣା ପାଇ ସେ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ । ବ୍ରହ୍ମପୁରରେ ନିଜ ମାମୁଁ ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ଘରେ ରହି ଗୁରୁ ଜୟନ୍ତ ଆଚାର୍ଯ୍ୟଙ୍କ ଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ । ପରେ ଭୂବନେଶ୍ବରରେ ରହି ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିକଟରୁ ନୃତ୍ୟ ଶିଖିଥିଲେ। ତେବେ ଓଡିଶାରେ ସେଭଳି କିଛି ସୁଯୋଗ ନଥିବାରୁ ଭାଇ ଦେବାଶିଷଙ୍କ ପରାମର୍ଶରେ ମୁମ୍ବାଇ ଯାଇଥିଲେ ଦେବସ୍ମିତା। ଏଥିପାଇଁ ସୋସିଆଲ ମିଡିଆ ସାହାଯ୍ୟରେ ଅନୁଷ୍ଠାନ ଖୋଜିବା ସହ ସେଠାରେ ଏବେ ନୃତ୍ୟ ଶିଖୁଛନ୍ତି ସେ ।

ଝିଅର ସଫଳତାକୁ ନେଇ ତାଙ୍କ ମା' ଓ ଭାଇ ବେଶ୍ ଖୁସି ପ୍ରକାଶ କରିବା ସହ ସେ ଏହି ଲାଇନରେ ଆହୁରି ଆଗକୁ ବଢୁ ଏବଂ ପାରଳାଖେମୁଣ୍ଡିର ନାଁକୁ ଆହୁରି ଆଗକୁ ନେଉ ବୋଲି କହିଛନ୍ତି । ନୃତ୍ୟରେ ନିଜର କ୍ୟାରିୟର କରିବାକୁ ସେ ପିଲାଟି ବେଳରୁ ଆଗ୍ରହୀ । ତାକୁ ସମସ୍ତ ପ୍ରକାର ସହାୟତା ତାକୁ ପରିବାର ପକ୍ଷରୁ ଯୋଗାଇ ଦିଆଯାଇଛି । ତେଣୁ ଭବିଷ୍ୟତରେ ମଧ୍ୟ ଆଉ ଯାହା ସହଯୋଗ ଦରକାର ତାହାବି ପ୍ରଦାନ କରାଯିବ ବୋଲି ଉଭୟ ମାଁ ଓ ଭାଇ କହିଛନ୍ତି ।

ସେହିପରି ଦେବସ୍ମିତାଙ୍କ ଏହି ସଫଳତାକୁ ପାରଳାଖେମୁଣ୍ଡିର ବୁଦ୍ଧିଜୀବି ଏବଂ କଳାପ୍ରେମୀ ତାଙ୍କ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଭବିଷ୍ୟତ ଆହୁରି ଉଜ୍ବଳମୟ ହେଉ ବୋଲି କହିଛନ୍ତି । ପାରଳାଖେମୁଣ୍ଡିରେ ବହୁ କଳାକାର ରହିଛନ୍ତି,କିନ୍ତୁ ନିଜର ପ୍ରତିଭା ପ୍ରଦର୍ଶନ ଲାଗି ସମସ୍ତଙ୍କୁ ସୁଯୋଗ ମିଳୁନାହିଁ । ତେବେ ଦେବସ୍ମିତା ନିଜ ଉଦ୍ୟମରେ ଏଭଳି ସଫଳତା ପାଇବା ନିଶ୍ଚିତ ଭାବେ ପାରଳାଖେମୁଣ୍ଡି ପାଇଁ ଗର୍ବ ବୋଲି କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ରଘୁନାଥ ପାତ୍ର ।

ଗଡପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.