ETV Bharat / state

ସରିଲା ନାମାଙ୍କନ, ବିଦ୍ରୋହୀଙ୍କ ଉପରେ ସମସ୍ତଙ୍କ ନଜର

ମୋହନା ଏବଂ ପାରଳାଖେମୁଣ୍ଡି ଆସନର ପ୍ରମୁଖ ରାଜନୈତିକ ଦଳଙ୍କ ମଧ୍ୟରେ କଡା ମୁକାବିଲା ହେବ। ଏହାରି ଭିତରେ ବିଭିନ୍ନ ଦଳର ବିଦ୍ରୋହୀ ପ୍ରାର୍ଥୀ ଦଳୀୟ ପ୍ରାର୍ଥୀଙ୍କ ବିଜୟରେ କିଭଳି ବାଧକ ହେଉଛନ୍ତି ଏବଂ ଏହା ଦ୍ବାରା କାହାର ଲାଭ ଏବଂ କାହାର କ୍ଷତି ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର।

author img

By

Published : Mar 26, 2019, 4:57 PM IST

Updated : Mar 26, 2019, 5:34 PM IST

ଡିଜାଇନ ଫଟୋ

ଗଜପତି: ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥିପତ୍ର ଦାଖଲ ମଧ୍ୟ ଜାରି ରହିଛି। ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଥିଲା ଶେଷ ତାରିଖ । ଏହି ଅବସରରେ ଗଜପତି ଜିଲ୍ଲାର ଦୁଇଟି ବିଧାନସଭା ଆସନପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି । ବିଭିନ୍ନ ଦଳର ଆଶାୟୀଙ୍କ ସମେତ ସ୍ବାଧିନ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି ଜିଲ୍ଲାରେ ରହିଛି ମୋଟ ଦୁଇଟି ବିଧାନସଭା ଆସନ । ପାରଳାଖେମୁଣ୍ଡି ଆସନ ଅଣସଂରକ୍ଷିତ ଥିବା ବେଳେ ମୋହନା ନିର୍ବାଚନମଣ୍ଡଳୀ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି । ଉଭୟ ଆସନରୁ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ବିଭିନ୍ନ ଦଳର ବିଦ୍ରୋହୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି।

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳି ପାଇଁ 9ଜଣ ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଉଛନ୍ତି ବିଜେପିରୁ କେ ନାରାୟମ ରାଓ, ବିଜେଡିରୁ କଲ୍ୟାଣୀ ଗଜପତି ଏବଂ କଂଗ୍ରେସରୁ ଗତଥର ନିର୍ବାଚିତ ହୋଇଥିବା କେ ସୂରିୟା ରାଓ । ସେହିପରି ମୋହନା ନିର୍ବାଚନ ମଣ୍ଡଳିରୁ 3 ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏମାନଙ୍କ ବ୍ୟତୀତ ଆଉ 5ଜଣ ପ୍ରାର୍ଥୀ ସ୍ବାଧୀନ ଓ ଅନ୍ୟାନ୍ୟ ଦଳରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ଦଳରୁ ଦାଶରଥୀ ଗମାଙ୍ଗ, ବିଜେଡିରୁ ପୂର୍ଣ୍ଣବାସୀ ନାୟକ ଏବଂ ବିଜେପି ତରଫରୁ ପ୍ରଶାନ୍ତ ମଲ୍ଲିକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଯଦିଓ ନିର୍ବାଚନ ପାଇଁ ଟିକେଟ ବଣ୍ଟାସରିଛି ତେବେ କେତେକ ଦଳର ବିଦ୍ରୋହୀ ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଏଥିପାଇଁ ସେମାନେ ଦଳୀୟ ପ୍ରାର୍ଥୀ ବଦଳରେ ସ୍ବାଧିନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଭିନ୍ନ ଦଳ ସହ ଜଡିତ ଥିଲେ ବିଦ୍ରୋହୀ । ମାତ୍ର ନିର୍ବାଚନରେ ଦଳ ତାଙ୍କୁ ଅଣଦେଖା କରିଥିବାର ଅଭିଯୋଗ ଆଣିଛନ୍ତି । ପ୍ରମୁଖ ବିଦ୍ରୋହୀ ପ୍ରାର୍ଥୀଙ୍କ ତାଲିକାରେ ରହିଛନ୍ତି ପାରଳାଖେମୁଣ୍ଡିର କଂଗ୍ରେସର ତିରୁପତି ପାଣିଗ୍ରାହୀ ଏବଂ ମୋହନାରୁ ବିଜେପିର ଭରତ ପାଇକ।

ଚଳିତଥର ନିର୍ବାଚନରେ ଉଭୟ ମୋହନା ଏବଂ ପାରଳାଖେମୁଣ୍ଡି ଆସନର ପ୍ରମୁଖ ରାଜନୈତିକ ଦଳଙ୍କ ମଧ୍ୟରେ କଡା ମୁକାବିଲା ହେବ । ଏହାରି ଭିତରେ ବିଭିନ୍ନ ଦଳର ବିଦ୍ରୋହୀ ପ୍ରାର୍ଥୀ ଦଳୀୟ ପ୍ରାର୍ଥୀଙ୍କ ବିଜୟରେ କିଭଳି ବାଧକ ହେଉଛନ୍ତି ଏବଂ ଏହା ଦ୍ବାରା କାହାର ଲାଭ ଏବଂ କାହାର କ୍ଷତି ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ଭୁବନେଶ୍ୱର:ଆସନ୍ତା 30 ତାରିଖରେ ରାଜଧାନୀର ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି 9ମ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ।ଯେଉଁଥିରେ ବଲିଉଡର କମେଡି କିଙ୍ଗ ଜନି ଲିଭର ନିଜର ନିଜର ଜଲୱା ଦେଖାଇବେ।
ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ୱାଇଟ କାନଭାସ ପକ୍ଷରୁ ଆୟୋଜିତ ହେଉଥିବା ଏହି ଫିଲ୍ମ ଫେୟାର ଆୱାର୍ଡ଼ ଚଳିତବର୍ଷ 9ମ ସଂସ୍କରଣରେ ପହଁଚିଥିବା କହିଛନ୍ତି ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡର ପ୍ରତିଷ୍ଠାତା ତଥା ଅଧକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରା।ଏହି ଅବସରରେ ଜୀବନବ୍ୟାପି ସାଧାନା ପାଇଁ ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କୁ 9ମ ରୁଚି ଫିଲ୍ମ ଫେୟାର ସମ୍ମାନ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।ଏଥିପାଇଁ ତାଙ୍କୁ ନଗଦ 25 ହଜାର ଟଙ୍କା ,ମାନପତ୍ର ଓ ଟ୍ରଫି ପ୍ରଦାନ କରାଯିବ।ସେହିପରି ଅନ୍ୟାନ୍ୟ 26 ଟି ବିଭାଗରେ ଟେକ୍ନିସିଆନ ଙ୍କ ଠାରୁ ଆରମ୍ଭ କରି ମେକ ଅପ ମ୍ୟାନ ଓ ସ୍ପଟ ବୟ ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନ କାରାଯିବାର ବ୍ୟବସ୍ଥା ହୋଇଥିବା ପ୍ରକାଶ କରିଛନ୍ତି ଓଫା ର ସଭାପତି ବାପୁ ଲେଙ୍କା।
ଚଳିତବର୍ଷ ପୁଲୱାମା ଠାରେ ଆତଙ୍କୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା 41ଜଣ ଯବାନଙ୍କ ଉଦେଶ୍ୟରେ ଏହି ଉତ୍ସବକୁ ଉତ୍ସର୍ଗ କରାଯାଇଥିବା କହିଛନ୍ତି ଶ୍ରୀ ଲେଙ୍କା।ଅନ୍ୟବର୍ଷ ଭଳି ଚଳିତବର୍ଷ ମଧ୍ୟ କର୍କଟ ରୋଗରେ ପୀଡିତ ଶିଶୁମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।ଏହି ଉତ୍ସବର ଆନନ୍ଦ ଦର୍ଶକମାନେ ବିନା ପାଇସାରେ ନେଇ ପାରିବେ ବୋଲି ଆୟୋଜକ ମାନେ କହିଛନ୍ତି।ତେବେ ଏଥିପାଇଁ ମିଳୁଥିବା ପାସ ସଂଗ୍ରହ କରବାକୁ ହେବ ବୋଲି ସେମାନେ କହିଛନ୍ତି।ସ୍ଥାନୀୟ ସ୍ୟାଣ୍ଡି ଟାୱାର ଏଥି ନିମନ୍ତେ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରୁଚିର ଏମ ଡି ଡ଼ଃ ଶରତ କୁମାର ସାହୁ,ଓଫା ର ଉପଦେଷ୍ଟା ବିଭୁତି ନାୟକ ଓ ଅନ୍ୟାନ୍ୟ କର୍ମକର୍ତାମାନେ ଯୋଗ ଦେଇଥିଲେ।
Laxmikanta Das
Bhubaneswar
Visual already sent by mojo
Avb

Last Updated : Mar 26, 2019, 5:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.