ETV Bharat / state

ନାହିିଁ ଅଙ୍ଗନବାଡି କେନ୍ଦ୍ର, ନିଜ ଘରେ ପିଲାଙ୍କୁ ପାଠ ପଢାଉଛନ୍ତି ଅଙ୍ଗଡବାଡି କର୍ମୀ

author img

By

Published : Nov 6, 2022, 10:03 PM IST

ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତ ବଡଦେଉଳା ଏବଂ ସାନ ଦେଉଳା ଗାଁରେ ନାହିଁ ଅଙ୍ଗନବାଡି କେନ୍ଦ୍ର । ଅଙ୍ଗନବାଡି ପରିବର୍ତ୍ତେ ନିଜ ଘରେ ପିଲାଙ୍କୁ ପାଠ ପଢାଉଛନ୍ତି ଅଙ୍ଗଡବାଡୀ କର୍ମୀ । ଅଧିକ ପଢନ୍ତୁ

ନାହିିଁ ଅଙ୍ଗନବାଡି କେନ୍ଦ୍ର, ନିଜ ଘରେ ପିଲାଙ୍କୁ ପାଠ ପଢାଉଛନ୍ତି ଅଙ୍ଗଡବାଡୀ କର୍ମୀ

ପାରଳାଖେମୁଣ୍ଡି: 2018 ମସିହାରେ ତାଣ୍ଡବ ରଚିଥିଲା ବାତ୍ୟା ତିତଲି । ବାତ୍ୟାର କରାଳ ରୂପ ମହେନ୍ଦ୍ରଗିରିର ପାଦଦେଶକୁ ଧ୍ବସ୍ତ ବିଧ୍ବସ୍ତ କରିଥିଲା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଙ୍ଗାବାଡ ପଞ୍ଚାୟତ । ବାତ୍ୟା କ୍ଷତିଗ୍ରସ୍ତ ବଡଦେଉଳା ଏବଂ ସାନଦେଉଳା ଲୋକଙ୍କୁ ସମତଳ ସ୍ଥାନରେ ଥଇଥାନ କରାଯାଇଥିଲା । ହେଲେ ଏହାରି ଭିତରେ 4ବର୍ଷ ବିତିସାରିଥିଲେ ମଧ୍ୟ ଆଜି ଯାଏଁ ଏଠାରେ ଅଙ୍ଗନବାଡି କେନ୍ଦ୍ରଟିଏ ନିର୍ମ।ଣ କରାଯାଇପାରିନାହିଁ । ଫଳରେ ଏଠାକାର ଅଙ୍ଗନବାଡି କର୍ମୀ ନିଜ ଘରେ ଏହି କେନ୍ଦ୍ର ଚଳାଇ ଆସୁଛନ୍ତି । ଏଠାରେ ହିଁ ପିଲାମାନଙ୍କ ପାଠ ପଢା ସହ ସେମାନଙ୍କ ପାଇଁ ଆସିଥିବା ମଧ୍ୟାହ୍ନ ଭୋଜନ ମଧ୍ୟ ରୋଷେଇ କରି ଦିଆଯାଉଛି ।

ଏହାକୁ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଓଡିଶାରେ ଅନୁପ୍ରବେଶ କରି ଆନ୍ଧ୍ର ନିଜର ଅଙ୍ଗନବାଡି ଘର ନିର୍ମ।ଣ କରିବା ସହ ସେଠାରେ କର୍ମୀ ନିଯୁକ୍ତି କରି ଦୀର୍ଘ ଦୁଇ ବର୍ଷ ହେଲା ଚଳାଇଆସୁଛି । ହେଲେ ତିତଲି ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳରେ ସବୁ ସ୍ବାଭାବିକ କରାଯାଇଥିବା କହୁଥିବା ପ୍ରଶାସନ କିନ୍ତୁ 4ବର୍ଷ ପରେ ଗାଁରେ ଅଙ୍ଗନବାଡି ଘରଟିଏ ନିର୍ମ।ଣ କରିବାରେ ବିଫଳ ରହିଛି । ଏଭଳି ଏକ ଉଦାହରଣ ଦେଖିବାକୁ ମଳିଛି ତିତିଲି ପ୍ରଭାବିତ ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲାର ଦେଉଳା ନୂଆ କଲୋନୀରେ ।

ଅଙ୍ଗନବାଡି ଘର ନିର୍ମ।ଣ ହୋଇନଥିବାରୁ ପିଲାମାନଙ୍କୁ ନିଜ ଘରେ ବସାଇ ପାଠ ପଢାଇବା ସହ ସେମାନଙ୍କ ପାଇଁ ଆସିଥିବା ଖାଦ୍ୟ ପ୍ରଦାନ କରୁଛନ୍ତି ଅଙ୍ଗନବାଡି କର୍ମୀ । 2018 ମସିହାରେ ତାଣ୍ଡବ ରଚିଥିଲା ତିତଲି । ବାତ୍ୟା ପରିବର୍ତ୍ତୀ ସମୟରେ ରାଜ୍ୟର ବହୁ ନେତା ମନ୍ତ୍ରୀ ଏହି ଅଞ୍ଚଳକୁ ଆସି ସ୍ଥିତି ଆକଳନ କରିଥିଲେ । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ ଗସ୍ତ କରି କ୍ଷତିଗ୍ରସ୍ତଙ୍କୁ ସହୟତା ଘୋଷଣା କରିଥିଲେ । ବାତ୍ୟା କ୍ଷତିଗ୍ରସ୍ତ ବଡଦେଉଳା ଏବଂ ସାନଦେଉଳା ଲୋକଙ୍କୁ ପାହାଡ ଉପରୁ ଆଣି ଏକ ସମତଳ ସ୍ଥାନରେ ଥଇଥାନ କରାଯାଇଥିଲା । ଚମ୍ପାପୁର ନିକଟରେ ନୂତନ ଭାବେ ସୃଷ୍ଟି ହୋଇଥିବା ଏହି ଗାଁର ନାଁ ଦେଉଳା ନୂଆ କଲୋନୀ ନାମରେ ନାମିତ କରାଯାଇଛି ।

ଅନ୍ୟ କୌଣସି ଉପାୟ ନଥିବାରୁ ଅଙ୍ଗନବାଡି କର୍ମୀ ନିଜ ଘରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ବାଧ୍ୟ ହେଉଥିବା କଥା କହିଛନ୍ତି । ଏ ସମ୍ପର୍କରେ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲ ପ୍ରଶାସନ ଯାଏଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ଯାଏଁ ଏହାର ସମାଧାନ କରାଯାଉନାହିଁ ବୋଲି ସ୍ଥାନୀୟ ସରପଞ୍ଚ ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣା ପ୍ରଶାସନର ନଜରରେ ରହିଛି । ଦୁଇଟି ଗାଁର ଅଙ୍ଗନବାଡିକୁ ଏକତ୍ରିତ କରି ଗୋଟିଏ ସ୍ଥାନରେ ଅଙ୍ଗନବାଡି ନିର୍ମ।ଣ କରିବା ପାଇଁ ଯୋଜନା କରାଯାଉଛି । ଖୁବଶୀଘ୍ର ଅଙ୍ଗନବାଡ଼ି କେନ୍ଦ୍ର ନିର୍ମ।ଣ କରାଯିବ ବୋଲି କହିଛନ୍ତି ପିଡି ଡିଆରଡିଓ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.