ETV Bharat / state

ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ

୨୦ ଲକ୍ଷ ଟଙ୍କା ବ୍ୟୟରେ ଗଜପତି ଗୁମା ଠାରେ ନିର୍ମାଣ ହୋଇଛି ନିର୍ମିତ ହୋଇଛି ମାର୍କେଟ କମ୍ପ୍ଲେକ୍ସ, ହେଲେ ଦୋକାନ ଘର ଗୁଡିକ ଖତ ଖାଉଥିଲେ ସୁଦ୍ଧା କାହାରିକୁ ଆବଣ୍ଟନ କରାଯାଉନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଅଧିକ ପଢନ୍ତୁ...

author img

By

Published : Oct 8, 2020, 9:22 AM IST

neglacted martket complax
ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବଜାର ଗୃହ

ଗଜପତି: ଯୁବକଙ୍କୁ ଥଇଥାନ କରିବା ପାଇଁ ଗୁମା ଠାରେ ନିର୍ମାଣ ହୋଇଛି ଦୋକାନ ଗୃହ । ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଦୋକାନ ଘର ଗୁଡିକ ଖତ ଖାଉଥିଲେ ସୁଦ୍ଧା କାହାରିକୁ ଆବଣ୍ଟନ କରାଯାଉନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ସରକାରୀ ପାଣ୍ଠିକୁ ଖର୍ଚ୍ଚ କରି କିଭଳି ନଷ୍ଟ କରାଯାଏ ତାହାର ଏହା ଅନ୍ୟତମ ଉଦାହରଣ ଦେଇ ଲୋକେ ଅଭିଯୋଗ କରିଛନ୍ତି । ଏହି ବ୍ଲକରେ ବିଭିନ୍ନ ସରକାରୀ ଯୋଜନା ମଧ୍ୟମରେ ଲୋକଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ବିଭିନ୍ନ ସମୟରେ ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛି । ହେଲେ କିଛି ଖାମଖିଆଲି ମନୋଭାବ ରଖୁଥିବା ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧୀଙ୍କ ପାଇଁ ଅନେକ ଯୋଜନା ବାଟବଣା ହେଉଛି।

ଦୀର୍ଘ ବର୍ଷ ହେଲା ଏହି କାମ ଆରମ୍ଭ ହୋଇଥିବା ବେଳେ ଗତ ପ୍ରାୟ ବର୍ଷକ ତଳେ ଏହାର କାମ ଶେଷ ହୋଇଛି । କିନ୍ତୁ ଏହାର ଏଯାଏଁ ବଣ୍ଟନ ହୋଇପାରିନାହିଁ । ଫଳରେ ଏହା ଖତ ଖାଉଛି । ଏପରିକି ନୂତନ ଭାବେ ନିର୍ମାଣ ହୋଇଥିବା ଦୋକାନ ଗୃହ ଉପରେ ବର୍ତ୍ତମାନ ଗଛ ଲତା ମାଡ଼ିଗଲାଣି । 2015-16 ଆର୍ଥିକ ବର୍ଷରେ ପ୍ରାୟ 20 ଲକ୍ଷ ଟଙ୍କା ବ୍ୟୟରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ବିଜୁ କନ୍ଧମାଳ ଗଜପତି ଯୋଜନା ମାଧ୍ୟମରେ ନିର୍ମିତ ଏହି ଦୋକାନ ଗୃହ କାମ ଚଳିତ ବର୍ଷ ଶେଷ ହେବା ପରେ ପଂଚାୟତକୁ ହସ୍ତାନ୍ତର କରିଦିଆଯାଇଛି ।

ତେଣୁ ପଞ୍ଚାୟତ ପ୍ରତିନିଧୀଙ୍କୁ ଏହାର ଆବଣ୍ଟନ କାମ ସାରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ସ୍ଥାନୀୟ ବିଡ଼ିଓ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.