ETV Bharat / state

ଗଜପତିରେ ଡବଲ ମର୍ଡର, ଘରେ ପଶି ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା

ଗଜପତିରେ ଜଘନ୍ୟ ହତ୍ୟାକାଣ୍ଡ। ଘରେ ପଶି ସ୍ବାମୀ ସ୍ତ୍ରୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ଅଧିକ ପଢନ୍ତୁ

miscreants murder husband wife in gajapati

author img

By ETV Bharat Odisha Team

Published : Sep 26, 2023, 12:56 PM IST

Updated : Sep 26, 2023, 2:31 PM IST

miscreants murder husband wife in gajapati

ଗଜପତି: ଘୋଡାପଙ୍କା ଗାଁରେ ଡବଲ ମର୍ଡର । ଘରେ ପଶି ସ୍ବାମୀ ସ୍ତ୍ରୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗାଁରେ l ସୋମବାର ରାତି ପ୍ରାୟ ୭ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସେହି ଗାଁର କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଶଶି ମଲିକ l ୨ ଜଣ ଦୁର୍ବୃତ୍ତ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରି କପିଳେନ୍ଦ୍ରଙ୍କୁ ହତ୍ୟା କରିବା ପରେ ଗାଁ ରାସ୍ତାରେ ତାଙ୍କ ସ୍ତ୍ରୀ ଶଶିଙ୍କୁ ମଧ୍ୟ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୂର୍ବ ଶତ୍ରୁତାରୁ ଦମ୍ପତି ଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ସମ୍ପର୍କରେ ରକ୍ତ ଛିଟା, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁତୁରାକୁ ହାଣିଲା ଦାଦା

ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଖବର ପାଇ ଅଡବା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଗତ ଫେବୃଆରୀ ମାସରେ ମଧ୍ୟ କପିଳେନ୍ଦ୍ର ଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ସେ ବାଇକ୍ ଯୋଗେ ଗାଁକୁ ଆସୁଥିବା ବେଳେ ତାଙ୍କୁ କେହି ପଛପଟୁ ଗୁଳିମାଡ଼ କରିଥିଲା । ସେତେବେଳେ ସେ ଗୁରୁତର ହୋଇ ଯାଇଥିଲେ । ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ସେତେବେଳେ ତାଙ୍କୁ ଗୁଣି ସନ୍ଦେହରେ ଆକ୍ରମଣ କରାଯାଇଥିବା ନେଇ କପିଳେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ । ସେହି ମାମଲାର ତଦନ୍ତ ଚାଲିଥିବା ବେଳେ ସୋମବାର ରାତିରେ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ଅଡ଼ବା ପୋଲିସ୍ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ଏହା ମଧ୍ୟ ପଢନ୍ତୁ-ସସପେନ୍ସରେ ସୁସ୍ମିତାଙ୍କ ମୃତ୍ୟୁ, ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଉପରେ ପରିବାର ଆଣିଲା ହତ୍ୟା ଅଭିଯୋଗ

ଗତ ରବିବାରେ କଳାହାଣ୍ଡିରେ ଦାଦା ତାର ପୁତୁରାକୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁତୁରାକୁ ହତ୍ୟା କରିଥିଲା ଦାଦା । ଶୋଇଥିବା ବେଳେ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଅଭିଯୁକ୍ତ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଲବଣିସର ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତକ ଜଣଙ୍କ ହେଉଛନ୍ତି ପ୍ରଶାନ୍ତ ମାଝୀ ଓ ହତ୍ୟାକାରୀ ଜଣଙ୍କ ହେଉଛନ୍ତି ମୃତକଙ୍କ କାକା ମୁଗାନା ମାଝୀ ।

ଇଟିଭି ଭାରତ, ଗଜପତି

Last Updated : Sep 26, 2023, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.